ରାଜ୍ୟରେ ଆଉ ୯ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୭୧୦; ପୁଣି ୪୨୪୨ ନୂଆ ମାମଲା ଚିହ୍ନଟ ହେଲେ

ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨,୫୦୩ ଜଣ ଅଛନ୍ତି । ବାକି ୧,୭୩୯ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଆଜି ମଧ୍ୟ ସର୍ବାଧିକ ୬୫୨ ଜଣ କରୋନା ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାରେ ଦେଖିବାକୁ ମିଳିଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୮୪,୧୨୨ ହେଲାଣି

ରାଜ୍ୟରେ ଆଉ ୯ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୭୧୦; ପୁଣି ୪୨୪୨ ନୂଆ ମାମଲା ଚିହ୍ନଟ ହେଲେ
ପ୍ରତୀକାତ୍ମକ ଛବି
  • News18 Odia
  • Last Updated: September 21, 2020, 12:03 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆହୁରି ୯ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ଭାଇରସ୍ । ଏଥି ସହ ମୃତ୍ୟୁ ସଂଖ୍ୟା ୭୧୦ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲାରୁ ଆଉ ୪,୨୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ୧,୮୪,୧୨୨ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।

ନଅ ଜଣଙ୍କ ମୃତକଙ୍କ ମଧ୍ୟରୁ କେନ୍ଦୁଝର ଜିଲ୍ଲାରୁ ସର୍ବଧିକ ଦୁଇ ଜଣ ଆକ୍ରାନ୍ତ ଅଛନ୍ତି । ବାଲେଶ୍ୱର, ଜଗତସିଂହପୁର, କନ୍ଧମାଳ, ଖୋର୍ଦ୍ଧା, ମୟୂରଭଞ୍ଜ, ନବରଙ୍ଗପୁର ଓ ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । କେନ୍ଦୁଝର ଜିଲ୍ଲାରେ ଦୁଇ ଜଣ ମୃତକ ୩୮ ଓ ୫୯ ବର୍ଷୀୟ ପୁରୁଷ ଅଛନ୍ତି । ଉଭୟ ପୁରୁଷ ପୂର୍ବରୁ ମଧୁମେହ, ଉଚ୍ଚ ରକ୍ତଚାପ ଓ ମେଦବହୁଳତା ରୋଗରେ ପୀଡ଼ିତ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି ।

ବାଲେଶ୍ୱର ଜିଲ୍ଲାରେ ମୃତକ ଜଣେ ୪୮ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିଲେ। ଜଗତସିଂହପୁର ଜିଲ୍ଲାରେ ମୃତକ ଜଣେ ୩୦ ବର୍ଷୀୟା ମହିଳା ଓ ସେ ପୂର୍ବରୁ ମାଇଷ୍ଟେନିଆ ଗ୍ରାଭିସ ରୋଗରେ ପୀଡ଼ିତ ଥିଲେ । କନ୍ଧମାଳ ଜିଲ୍ଲାରେ ମୃତକ ଜଣେ ୫୪ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ । ଖୋର୍ଦ୍ଧା ଜିଲ୍ଲାରେ ମୃତକ ଜଣେ ୯୦ ବର୍ଷୀୟ ପୁରୁଷ  ଓ ସେ ପୂର୍ବରୁ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ । ମୟୂରଭଞ୍ଜ ଜିଲ୍ଲାରେ ମୃତକ ଜଣେ ୭୪ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିଲେ । ନବରଙ୍ଗପୁର ଜିଲ୍ଲାରେ ମୃତକ ଜଣେ ୨୯ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ ସିକିଲ ସେଲ ରୋଗରେ ପୀଡ଼ିତ ଥିଲେ। ନୟାଗଡ଼ ଜିଲ୍ଲାରେ ମୃତକ ଜଣେ ୫୧ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ କ୍ରୋନିକ କୀଡୀନି ରୋଗରେ ରୋଗରେ ପୀଡ଼ିତ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି ।

ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୨,୫୦୩ ଜଣ ଅଛନ୍ତି । ବାକି ୧,୭୩୯ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୮୪,୧୨୨ କୁ ବୃଦ୍ଧି ପାଇଛି।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ଖୋର୍ଦ୍ଧାରୁ ଆଜି ସର୍ବାଧିକ ୬୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୫୯୫, ଝାରସୁଗଡ଼ାରୁ ୨୦୫, ପୁରୀରୁ ୧୮୨, ମୟୂରଭଞ୍ଜରୁ ୧୭୧, କେନ୍ଦ୍ରାପଡ଼ାରୁ ୧୫୫, ବାଲେଶ୍ୱରରୁ ୧୫୫, ସୁନ୍ଦରଗଡ଼ରୁ ୧୩୩, ରାୟଗଡ଼ାରୁ ୧୩୪, ବରଗଡ଼ରୁ ୧୧୪, ଭଦ୍ରକରୁ ୧୧୪, ଅନୁଗୁଳରୁ ୧୩୦, ସମ୍ବଲପୁରରୁ ୧୧୩, କେନ୍ଦ୍ରୀୟ ବାହିନୀରୁ ୨୦୬ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବଲାଙ୍ଗୀରରୁ ୬୮, ବୌଦ୍ଧରୁ ୪୫, ଦେଓଗଡ଼ରୁ ୧୦, ଢ଼େଙ୍କାନାଳରୁ ୭୧, ଗଜପତିରୁ ୨୭, ଗଞ୍ଜାମରୁ ୫୭, କଳାହାଣ୍ଡିରୁ ୪୦, କେନ୍ଦୁଝରରୁ ୬୨, କୋରାପୁଟରୁ ୯୦, ମାଲକାନିଗିରିରୁ ୬୯, ନବରଙ୍ଗପୁରରୁ ୫୪, ନୟାଗଡ଼ରୁ ୫୩, ନୂଆପଡ଼ାରୁ ୫୮ ଓ ସୋନପୁରରୁ ୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଓଡ଼ିଶାରେ କରୋନା ଭାଇରସ୍ ସଂକ୍ରମଣ ତୀବ୍ର ଗତିରେ ବଢ଼ିଚାଲିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ୧,୪୫,୬୭୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୩୭,୬୮୪ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ରାଜ୍ୟରେ ଚଳିତ ମାସରେ କରେନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଗତ ଛଅ ଦିନ ହେବ ରାଜ୍ୟରେ କରୋନା ଭାଇରସ୍ ସଂକ୍ରମଣ ୪,୦୦୦ ରୁ ଅଧିକ ଦେଖିବାକୁ ମିଳୁଛି । ଏହା ପ୍ରଶାସନ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି ।
Published by: Jagdish Barik
First published: September 21, 2020, 12:03 PM IST
corona virus btn
corona virus btn
Loading