ରାଜ୍ୟରେ ଆଉ ୧୪ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୭୯୭; ପୁଣି ୩୯୨୨ ନୂଆ ମାମଲା ଚିହ୍ନଟ ହେଲେ

ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨,୩୦୯ ଜଣ ଅଛନ୍ତି । ବାକି ୧,୬୧୩ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଆଜି ମଧ୍ୟ ସର୍ବାଧିକ ୮୧୮ ଜଣ କରୋନା ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାରେ ଦେଖିବାକୁ ମିଳିଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୦୯୩,୭୪ ହେଲାଣି ।

ରାଜ୍ୟରେ ଆଉ ୧୪ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୭୯୭; ପୁଣି ୩୯୨୨ ନୂଆ ମାମଲା ଚିହ୍ନଟ ହେଲେ
ପ୍ରତୀକାତ୍ମକ ଛବି
  • News18 Odia
  • Last Updated: September 27, 2020, 1:17 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆହୁରି ୧୪ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ଭାଇରସ୍ । ଏଥି ସହ ମୃତ୍ୟୁ ସଂଖ୍ୟା ୭୯୭ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲାରୁ ଆଉ ୩,୯୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ୨,୦୯୩,୭୪ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।

୧୪ ଜଣଙ୍କ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଓ କଟକ ଜିଲ୍ଲାରୁ ସର୍ବାଧିକ ତିନି ଜଣ ଲେଖାଏଁ ଆକ୍ରାନ୍ତ ଅଛନ୍ତି । କେନ୍ଦ୍ରାପଡ଼ା ଓ ଯାଜପୁରରୁ ୨ ଜଣ ଲୋଖାଏଁ, ବଲାଙ୍ଗିର, ଢେଙ୍କାନାଳ, ଗଜପତି, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଖୋର୍ଦ୍ଧା ଜିଲ୍ଲାର ତିନି ଜଣ ମୃତକଙ୍କ ମଧ୍ୟରୁ ଜଣେ ୬୭ ବର୍ଷୀୟା ମହିଳା ଥିବା ବେଳେ ଅନ୍ୟ ଦୁଇଜଣ ୪୨ ଓ ୫୮ ବର୍ଷୀୟ ପୁରୁଷ ଅଛନ୍ତି ଓ ଏମାନେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିଲେ । କଟକ ଜିଲ୍ଲାରେ ତିନି ଜଣ ମୃତକଙ୍କ ମଧ୍ୱରୁ ଜଣେ ୪୫ ବର୍ଷୀୟା ମହିଳା ଥିବା ବେଳେ ଅନ୍ୟ ଦୁଇଜଣ ୫୬ ଓ ୪୨ ବର୍ଷୀୟ ପୁରୁଷ ଅଛନ୍ତି ଓ ଏମାନେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିଲେ । କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇଜଣ ଜଣ ମୃତକଙ୍କ ମଧ୍ୟରୁ ଜଣେ ୩୫ ବର୍ଷୀୟା ମହିଳା ଥିବା ବେଳେ ଅନ୍ୟ ଜଣେ ୫୨ ବର୍ଷୀୟ ପୁରୁଷ ଅଛନ୍ତି । ୩୫ ବର୍ଷୀୟା ମହିଳା ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିବା ବେଳେ ୫୨ ବର୍ଷୀୟ ପୁରୁଷ ପୂର୍ବରୁ କୌଣସି ରୋଗରେ ନ ପୀଡ଼ିତ ନ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି ।

ଯାଜପୁର ଜିଲ୍ଲାରେ ଦୁଇଜଣ ମୃତକଙ୍କ ମଧ୍ୟରୁ ଜଣେ ୬୫ ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ ୫୫ ବର୍ଷୀୟା ମହିଳା ଅଛନ୍ତି । ୬୫ ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିବା ବେଳେ ୫୫ ବର୍ଷୀୟା ମହିଳା ପୂର୍ବରୁ ପୁରୁଣା ସେରେବ୍ରୋଭାସ୍କୁଲାର୍ ଓ ହେମିପେରେସିସ୍ ରୋଗରେ ପୀଡ଼ିତ ଥିଲେ । ବଲାଙ୍ଗିର ଜିଲ୍ଲାରେ ମୃତକ ଜଣେ ୬୦ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିଲେ । ଢେଙ୍କାନାଳ ଜିଲ୍ଲାରେ ମୃତକ ଜଣେ ୪୫ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିଲେ । ଗଜପତି ଜିଲ୍ଲାରେ ମୃତକ ଜଣେ ୬୩ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ । ସୁବର୍ଣ୍ଣପୁର ଜିଲ୍ଲାରେ ମୃତକ ଜଣେ ୩୧ ବର୍ଷୀୟା ମହିଳା ଓ ସେ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୨୩୦୯ ଜଣ ଅଛନ୍ତି । ବାକି ୧୬୧୩ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୦୯୩,୭୪କୁ ବୃଦ୍ଧି ପାଇଛି ।

ଖୋର୍ଦ୍ଧାରୁ ଆଜି ସର୍ବାଧିକ ୮୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୩୮୦, କେନ୍ଦୁଝରରୁ ୨୧୨, ଅନୁଗୁଳରୁ ୨୦୦, ପୁରୀରୁ ୧୮୪, ବରଗଡ଼ରୁ ୧୫୪ ଓ କେନ୍ଦ୍ରୀୟ ବାହିନୀରୁ ୨୧୪ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରୁ ୭୨, ଭଦ୍ରକରୁ ୫୧, ବଲାଙ୍ଗୀରରୁ ୮୫, ବୌଦ୍ଧରୁ ୪୮, ଦେଓଗଡ଼ରୁ ୮, ଢ଼େଙ୍କାନାଳରୁ ୭୬, ଗଜପତିରୁ ୨୨, ଗଞ୍ଜାମରୁ ୩୯, ଜଗତସିଂହପୁରରୁ ୧୨୩, ଯାଜପୁରରୁ ୧୦୩, ଝାରସୁଗଡ଼ାରୁ ୧୦୯, କଳାହାଣ୍ଡିରୁ ୭୩, କନ୍ଧମାଳରୁ ୬୨, କେନ୍ଦ୍ରାପଡ଼ାରୁ ୧୦୭, କୋରାପୁଟରୁ ୬୯, ମାଲକାନିଗିରିରୁ ୬୯, ମୟୂରଭଞ୍ଜରୁ ୧୪୯, ନବରଙ୍ଗପୁରରୁ ୪୦, ନୟାଗଡ଼ରୁ ୪୮, ନୂଆପଡ଼ାରୁ ୧୧୪, ରାୟଗଡ଼ାରୁ ୪୮, ସମ୍ବଲପୁରରୁ ୧୧୭, ସୋନପୁରରୁ ୨୫ ଓ ସୁନ୍ଦରଗଡ଼ରୁ ୧୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହା ବି ପଢ଼ନ୍ତୁ | ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ସବୁ ଠିକ୍ ଜାଗାରେ ନ ଥିଲେ, ତଥାପି ୯୯ ବର୍ଷ ଯାଏଁ ବଞ୍ଚିଲେ ମହିଳା

ଏହା ବି ପଢ଼ନ୍ତୁ | IPL: ଧୋନି ପୁଣି ଚାରି ନମ୍ବରରେ ବ୍ୟାଟିଂ ପାଇଁ ଆସିଲେନି; ସେହାଗ କହିଲେ - ‘ମୋଦୀଜୀ ଆପଣ କିଛି ବୁଝାନ୍ତୁ ତାକୁ’

ଓଡ଼ିଶାରେ କରୋନା ଭାଇରସ୍ ସଂକ୍ରମଣ ତୀବ୍ର ଗତିରେ ବଢ଼ିଚାଲିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ୧,୭୦,୧୯୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୩୮,୩୩୧ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।



ରାଜ୍ୟରେ ଚଳିତ ମାସରେ କରେନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଏହା ପ୍ରଶାସନ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି ।
Published by: Jagdish Barik
First published: September 27, 2020, 1:17 PM IST
corona virus btn
corona virus btn
Loading