ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୧୭୬୫; ପୁଣି ୪୦୯ ନୂଆ ମାମଲା ଚିହ୍ନଟ ହେଲେ
ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୩୪ ଜଣ ଅଛନ୍ତି । ବାକି ୧୭୫ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୭୬୫ ହେଲାଣି ।

ପ୍ରତୀକାତ୍ମକ ଛବି
- News18 Odia
- Last Updated: December 5, 2020, 12:41 PM IST
ଭୁବନେଶ୍ୱର: ରାଜ୍ୟରେ ଆହୁରି ୫ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ଭାଇରସ୍ । ଏଥି ସହ ମୃତ୍ୟୁ ସଂଖ୍ୟା ୧୭୬୫ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୭ଟି ଜିଲ୍ଲାରୁ ଆଉ ୪୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ୩,୨୦,୮୦୩ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।
୫ ଜଣଙ୍କ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଦୁଇ ଜଣ ଜଣ ଆକ୍ରାନ୍ତ ଅଛନ୍ତି । ପୁରୀ, ଜଗତସିଂହପୁର ଓ ନୟାଗଡ଼ ଜଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Regret to inform the demise of five numbers of Covid positive patients while under treatment in hospitals.
1.A 55-year-old male of Bhubaneswar who was also suffering from Diabetes Mellitus & Hypertension.
2.A 79-year-old female of Bhubaneswar.
— H & FW Dept Odisha (@HFWOdisha) December 5, 2020
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୨୩୪ ଜଣ ଅଛନ୍ତି । ବାକି ୧୭୫ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୦,୮୦୩ କୁ ବୃଦ୍ଧି ପାଇଛି ।
ସୁନ୍ଦରଗଡ଼ ଜିଲ୍ଲାରୁ ଆଜି ସର୍ବାଧିକ ୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୩୫, ବାଲେଶ୍ୱରରୁ ୯, ବରଗଡ଼ରୁ ୨୨, ଭଦ୍ରକରୁ ୧୦, ବଲାଙ୍ଗୀରରୁ ୩୨, ବୌଦ୍ଧରୁ ୧, କଟକରୁ ୩୪, ଦେଓଗଡ଼ରୁ ୨, ଢେଙ୍କାନାଳରୁ ୧, ଗଞ୍ଜାମରୁ ୪, ଜଗତସିଂହପୁରରୁ ୧୫, ଯାଜପୁରରୁ ୭, ଝାରସୁଗଡ଼ାରୁ ୧୧, କଳାହାଣ୍ଡିରୁ ୧୭, କେନ୍ଦ୍ରାପଡ଼ାରୁ ୧୬, କେନ୍ଦୁଝରରୁ ୧୦, ଖୋର୍ଦ୍ଧାରୁ ୪୪, କୋରାପୁଟରୁ ୩, ମାଲକାନିଗିରିରୁ ୧, ମୟୂରଭଞ୍ଜରୁ ୨୫, ନବରଙ୍ଗପୁରରୁ ୫, ନୟାଗଡ଼ରୁ ୨, ନୂଆପଡ଼ାରୁ ୧୧, ପୁରୀରୁ ୧୪, ରାୟଗଡାରୁ ୪, ସମ୍ବଲପୁରରୁ ୧୧ ଓ ଷ୍ଟେଟ ପୁଲ୍ରୁ ୧୦ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍
ଓଡ଼ିଶାରେ କରୋନା ଭାଇରସ୍ ସଂକ୍ରମଣ ତୀବ୍ର ଗତିରେ ବଢ଼ିଚାଲିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ୩,୧୪,୬୬୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୪,୩୨୦ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
ରାଜ୍ୟରେ ଚଳିତ ମାସରେ କରୋନା ଆକ୍ରାନ୍ତ ସଂଖ୍ୟା କମୁଥିବା ବେଳେ କରେନା ମୃତ୍ୟୁ ସଂଖ୍ୟା ମଧ୍ୟ କମ ଦେଖାଯାଉଛି । ଏହା ପ୍ରଶାସନ ପାଇଁ ବଡ଼ ଅସ୍ବସ୍ତିର କାରଣ ହୋଇ ପାରିଛି।