ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୭୩୬; ପୁଣି ୪୨୩୭ ନୂଆ ମାମଲା ଚିହ୍ନଟ ହେଲେ

ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨,୪୮୫ ଜଣ ଅଛନ୍ତି । ବାକି ୧,୭୫୨ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଆଜି ମଧ୍ୟ ସର୍ବାଧିକ ୭୩୬ ଜଣ କରୋନା ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାରେ ଦେଖିବାକୁ ମିଳିଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୯୨,୫୪୮ ହେଲାଣି ।

ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୭୩୬; ପୁଣି ୪୨୩୭ ନୂଆ ମାମଲା ଚିହ୍ନଟ ହେଲେ
ପ୍ରତୀକାତ୍ମକ ଛବି
  • News18 Odia
  • Last Updated: September 23, 2020, 1:18 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆହୁରି ୧୫ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ଭାଇରସ୍ । ଏଥି ସହ ମୃତ୍ୟୁ ସଂଖ୍ୟା ୭୩୬ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲାରୁ ଆଉ ୪,୨୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ୧,୯୨,୫୪୮ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।

ପନ୍ଦର ଜଣଙ୍କ ମୃତକଙ୍କ ମଧ୍ୟରୁ ଭୁବନେଶ୍ୱରରୁ ସର୍ବାଧିକ ଚାରି ଜଣ ଆକ୍ରାନ୍ତ ଅଛନ୍ତି । ମୟୂରଭଞ୍ଜ ଓ ପୁରୀରୁ ୨ ଜଣ ଲେଖାଏଁ, ନୂଆପଡ଼ା, ନୟାଗଡ଼, ଢେଙ୍କାନାଳ, କନ୍ଧମାଳ, ମାଲକାନଗିରି, କଟକ ଓ ବାଲେଶ୍ବର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଭୁବନେଶ୍ୱରରୁ ଚାରି ଜଣଙ୍କ ମୃତକ ୬୨, ୩୫, ୪୨ ଓ ୭୦ ବର୍ଷୀୟ ଲେଖାଏଁ ପୁରୁଷ ଅଛନ୍ତି । ୬୨ ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିବା ବେଳେ ୩୫ ବର୍ଷୀୟ ପୁରୁଷ ପୂର୍ବରୁ କ୍ରୋନିକ କୀଡୀନି ରୋଗରେ ପୀଡ଼ିତ ଥିଲେ । ସେହିପରି ଉଭୟ ୪୨ ଓ ୭୦ ବର୍ଷୀୟ ପୁରୁଷ ପୂର୍ବରୁ କୌଣସିରୋଗରେ ପୀଡ଼ିତ ନ ଥିଲେ ।ମୟୂରଭଞ୍ଜ ଜିଲ୍ଲାରେ ଦୁଇ ଜଣ ମୃତକ ୬୩ ଓ ୭୪ ବର୍ଷୀୟ ପୁରୁଷ । ୬୩ ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିବା ବେଳେ ୭୪ ବର୍ଷୀୟ ପୁରୁଷ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିଲେ । ପୁରୀ ଜିଲ୍ଲାରେ ଦୁଇ ଜଣ ମୃତକ ୭୨ ଓ ୭୦ ବର୍ଷୀୟ ପୁରୁଷ । ୭୨ ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିବା ବେଳେ ୭୦ ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି ।

ନୂଆପଡ଼ା ଜିଲ୍ଲାରେ ମୃତକ ଜଣେ ୩୭ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିଲେ । ଭୁବନେଶ୍ୱରରେ ମୃତକ ଜଣେ ୯୦ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିଲେ । ନୟାଗଡ଼ ଜିଲ୍ଲାରେ ମୃତକ ଜଣେ ୭୨ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ । ଢେଙ୍କାନାଳ ଜିଲ୍ଲାରେ ମୃତକ ଜଣେ ୭୨ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିଲେ। କନ୍ଧମାଳ ଜିଲ୍ଲାରେ ମୃତକ ଜଣେ ୭୫ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ । ମାଲକାନଗିରି ଜିଲ୍ଲାରେ ମୃତକ ଜଣେ ୪୧ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିଲେ । କଟକ ଜିଲ୍ଲାରେ ମୃତକ ଜଣେ ୪୧ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ ଉଚ୍ଚ ରକ୍ତଚାପ ଓ ରିମାଟଏଡ୍ ଆର୍ଥ୍ରାଇଟିସ୍ ରୋଗରେ ପୀଡ଼ିତ ଥିଲେ । ବାଲେଶ୍ବର ଜିଲ୍ଲାରେ ମୃତକ ଜଣେ ୫୧ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି ।



ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୨୪୮୫ ଜଣ ଅଛନ୍ତି । ବାକି ୧,୭୫୨ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୯୨,୫୪୮ କୁ ବୃଦ୍ଧି ପାଇଛି ।

ଖୋର୍ଦ୍ଧାରୁ ଆଜି ସର୍ବାଧିକ ୬୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୫୭୭, ପୁରୀରୁ ୨୧୯, ଝାରସୁଗଡ଼ାରୁ ୨୦୫, ଯାଜପୁରରୁ ୨୦୧, ସୁନ୍ଦରଗଡ଼ରୁ ୨୦୧, ଜଗତସିଂହପୁରରୁ ୧୭୩, ବାଲେଶ୍ୱରରୁ ୧୬୧ ଓ କେନ୍ଦ୍ରୀୟ ବାହିନୀରୁ ୧୬୯ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୧୦, ବରଗଡ଼ରୁ ୧୨୧, ଭଦ୍ରକରୁ ୧୩୬, ବଲାଙ୍ଗୀରରୁ ୬୭, ବୌଦ୍ଧରୁ ୪୩, ଦେଓଗଡ଼ରୁ ୨୨, ଢ଼େଙ୍କାନାଳରୁ ୭୦, ଗଜପତିରୁ ୪୨, ଗଞ୍ଜାମରୁ ୭୧, କଳାହାଣ୍ଡିରୁ ୫୭, କନ୍ଧମାଳରୁ ୫୫, କେନ୍ଦ୍ରାପଡ଼ାରୁ ୧୪୮, କେନ୍ଦୁଝରରୁ ୪୨, କୋରାପୁଟରୁ ୮୯, ମାଲକାନିଗିରିରୁ ୪୪, ମୟୂରଭଞ୍ଜରୁ ୧୩୯, ନବରଙ୍ଗପୁରରୁ ୭୦, ନୟାଗଡ଼ରୁ ୫୦, ନୂଆପଡ଼ାରୁ ୧୧୫, ପୁରୀରୁ ୨୧୯, ରାୟଗଡ଼ାରୁ ୫୧, ସମ୍ବଲପୁରରୁ ୧୧୧, ସୋନପୁରରୁ ୧୩୧, ସୁନ୍ଦରଗଡ଼ରୁ ୧୬୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଓଡ଼ିଶାରେ କରୋନା ଭାଇରସ୍ ସଂକ୍ରମଣ ତୀବ୍ର ଗତିରେ ବଢ଼ିଚାଲିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ୧,୫୩,୨୧୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୩୮,୫୪୬ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ରାଜ୍ୟରେ ଚଳିତ ମାସରେ କରେନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଗତ ଆଠ ଦିନ ହେବ ରାଜ୍ୟରେ କରୋନା ଭାଇରସ୍ ସଂକ୍ରମଣ ୪,୦୦୦ ରୁ ଅଧିକ ଦେଖିବାକୁ ମିଳୁଛି । ଏହା ପ୍ରଶାସନ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି ।
Published by: Jagdish Barik
First published: September 23, 2020, 1:18 PM IST
corona virus btn
corona virus btn
Loading