News18 Odia Digital
ଭୁବନେଶ୍ୱର: ରାଜ୍ୟରେ ଆହୁରି ୧୧ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ଭାଇରସ୍ । ଏଥି ସହ ମୃତ୍ୟୁ ସଂଖ୍ୟା ୬୫୬ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲାରୁ ଆଉ ୪,୨୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ୧,୬୨,୯୨୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।
୧୧ ଜଣଙ୍କ ମୃତକଙ୍କ ମଧ୍ୟରୁ ପୁରୀ ଓ ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ ତିନି ଜଣ ଲେଖାଏଁ ଆକ୍ରାନ୍ତ ଅଛନ୍ତି । ଖୋର୍ଦ୍ଧାରୁ ୨ଜଣ, କଳାହାଣ୍ଡି, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ପୁରୀ ଜିଲ୍ଲାରେ ତିନି ଜଣ ମୃତକଙ୍କ ମଧ୍ୟରୁ ଦୁଇଜଣ ୪୫ ଓ ୮୦ ବର୍ଷୀୟ ପୁରୁଷ ଏବଂ ଅନ୍ୟ ଜଣେ ୭୦ ବର୍ଷୀୟା ମହିଳା ଅଛନ୍ତି । ୪୫ ଓ ୮୦ ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିବା ବେଳେ ୭୦ ବର୍ଷୀୟା ମହିଳା ପୂର୍ବରୁ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ। ସମ୍ବଲପୁର ଜିଲ୍ଲାର ତିନି ଜଣ ମୃତକ ୬୦,୬୨ ଓ ୬୫ ବର୍ଷୀୟ ପୁରୁଷ । ୬୦ ବର୍ଷୀୟ ପୁରୁଷ ପୂର୍ବରୁ କ୍ରୋନିକ ଅବଷ୍ଟ୍ରକ୍ଟିଭ୍ ଫୁସଫୁସ ଓ କ୍ରୋନିକ କୀଡୀନି ରୋଗରେ ପୀଡ଼ିତ ଥିବା ବେଳେ ୬୨ ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିଲେ । ଏବଂ ୬୫ ବର୍ଷୀୟ ପୁରୁଷ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି ।
ଖୋର୍ଦ୍ଧା ଜିଲ୍ଲାରେ ଦୁଇ ଜଣ ମୃତକ ୬୧ ଓ ୫୨ ବର୍ଷୀୟ ପୁରୁଷ । ୬୧ ବର୍ଷୀୟ ପୁରୁଷ ସେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିବା ବେଳେ ୫୨ ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିଲେ । କଳାହାଣ୍ଡି ଜିଲ୍ଲାରେ ମୃତକ ଜଣେ ୫୯ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ ମାନସିକ ରୋଗରେ ପୀଡ଼ିତ ଥିଲେ । ମୟୂରଭଞ୍ଜ ଜିଲ୍ଲାରେ ମୃତକ ଜଣେ ୪୫ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିଲେ । ସୁନ୍ଦରଗଡ଼ ଜିଲ୍ଲାରେ ମୃତକ ଜଣେ ୩୧ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍
ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୨,୪୭୮ ଜଣ ଅଛନ୍ତି । ବାକି ୧,୭୯୨ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୬୨,୯୨୦ କୁ ବୃଦ୍ଧି ପାଇଛି।
ଖୋର୍ଦ୍ଧାରୁ ଆଜି ସର୍ବାଧିକ ୮୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୩୭୪, ପୁରୀରୁ ୨୮୭, ଜଗତସିଂହପୁରରୁ ୧୮୮, ବରଗଡ଼ ୧୮୩, ଯାଜପୁରରୁ ୧୬୨, ବାଲେଶ୍ୱରରୁ ୧୫୦, ଅନୁଗୁଳରୁ ୧୪୭, ମୟୂରଭଞ୍ଜରୁ ୧୩୧, ଝାରସୁଗଡ଼ାରୁ ୧୨୧, ନୂଆପଡ଼ାରୁ ୧୧୯, ସମ୍ବଲପୁରରୁ ୧୧୪ ଓ କେନ୍ଦ୍ରୀୟ ବାହିନୀରୁ ୨୬୨ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭଦ୍ରକରୁ ୫୫, ବୌଦ୍ଧରୁ ୨୨, ଦେଓଗଡ଼ରୁ ୧୮, ଢ଼େଙ୍କାନାଳରୁ ୬୩, ଗଜପତିରୁ ୫୮, ଗଞ୍ଜାମରୁ ୬୮, କଳାହାଣ୍ଡିରୁ ୪୪, କନ୍ଧମାଳରୁ ୭୩, କେନ୍ଦ୍ରାପଡ଼ାରୁ ୯୯, କେନ୍ଦୁଝରରୁ ୮୭, କୋରାପୁଟ ୮୩, ମାଲକାନିଗିରିରୁ ୬୪, ନବରଙ୍ଗପୁରରୁ ୮୬, ନୟାଗଡ଼ରୁ ୪୭, ରାୟଗଡ଼ାରୁ ୮୦, ସୋନପୁରରୁ ୭୪ ଓ ସୁନ୍ଦରଗଡ଼ରୁ ୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଓଡ଼ିଶାରେ କରୋନା ଭାଇରସ୍ ସଂକ୍ରମଣ ତୀବ୍ର ଗତିରେ ବଢ଼ିଚାଲିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ୧,୨୫,୭୩୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୩୬,୪୭୩ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
ରାଜ୍ୟରେ ଚଳିତ ମାସରେ କରେନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଏହା ପ୍ରଶାସନ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।