ରାଜ୍ୟରେ ଆଉ ୧୧ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୫୯୧; ପୁଣି ୩,୯୯୧ ନୂଆ ମାମଲା ଚିହ୍ନଟ ହେଲେ

ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨,୩୧୫ ଜଣ ଅଛନ୍ତି । ବାକି ୧,୬୭୬ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୨୧୪କୁ ବୃଦ୍ଧି ପାଇଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୯,୧୨୧ ହେଲାଣି ।

ରାଜ୍ୟରେ ଆଉ ୧୧ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୫୯୧; ପୁଣି ୩,୯୯୧ ନୂଆ ମାମଲା ଚିହ୍ନଟ ହେଲେ
ପ୍ରତୀକାତ୍ମକ ଛବି
  • News18 Odia
  • Last Updated: September 10, 2020, 1:17 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆହୁରି ୧୧ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ଭାଇରସ୍ । ଏଥି ସହ ମୃତ୍ୟୁ ସଂଖ୍ୟା ୫୯୧ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲାରୁ ଆଉ ୩,୯୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ୧,୩୯,୧୨୧ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।

୧୧ ଜଣଙ୍କ ମୃତକଙ୍କ ମଧ୍ୟରୁ ଭୁବନେଶ୍ୱର, କଟକ ଓ ପୁରୀରୁ ଦୁଇ ଜଣ ଲେଖାଏଁ ଆକ୍ରାନ୍ତ ଅଛନ୍ତି । କୋରାପୁଟ, ଭଦ୍ରକ, ଗଞ୍ଜାମ ନୟାଗଡ଼ ଓ ରାୟଗଡ଼ା ଜଣେ ଲେଖାଏଁ ଆକ୍ରାନ୍ତ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଭୁବନେଶ୍ୱରରେ ଦୁଇ ଜଣଙ୍କ ମୃତକଙ୍କ ମଧ୍ୟରୁ ୭୦ ଓ ୫୭ ବର୍ଷୀୟ ପୁରୁଷ ଅଛନ୍ତି । ୭୦ ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହେ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିବାବେଳେ ୫୭ ବର୍ଷୀୟ ପୁରୁଷ ପୂର୍ବରୁ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ । କଟକ ଜିଲ୍ଲାରେ ଦୁଇ ଜଣଙ୍କ ମୃତକଙ୍କ ମଧ୍ୟରୁ ୮୦ ଓ ୪୯ ବର୍ଷୀୟ ପୁରୁଷ ଅଛନ୍ତି । ୮୦ ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହ, ଉଚ୍ଚ ରକ୍ତଚାପ, ପାର୍କିନ୍ସନିଜିମ୍, କ୍ରୋନିକ ଅବଷ୍ଟ୍ରକ୍ଟିଭ୍ ଫୁସଫୁସ ରୋଗ ଓ କ୍ରୋନିକ କିଡନୀ ରୋଗ ପୀଡ଼ିତ ଥିବାବେଳେ ୪୯ ବର୍ଷୀୟ ପୁରୁଷ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିଲେ । ପୁରୀ ଜିଲ୍ଲାରେ ଦୁଇ ଜଣଙ୍କ ମୃତକଙ୍କ ମଧ୍ୟରୁ ଜଣେ ୧୭ ବର୍ଷୀୟା ମହିଳା ଓ ଅନ୍ୟ ଜଣେ ୬୦ବର୍ଷୀୟ ପୁରୁଷ ଅଛନ୍ତି । ୧୭ ବର୍ଷୀୟା ମହିଳା ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିବାବେଳେ ୬୦ ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହ, ଉଚ୍ଚ ରକ୍ତଚାପ ଓ କ୍ରୋନିକ କିଡନୀ ରୋଗରେ ପୀଡ଼ିତ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି ।

କୋରାପୁଟ ଜିଲ୍ଲାରେ ମୃତକ ଜଣେ ୭୧ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିଲେ । ଭଦ୍ରକ ଜିଲ୍ଲାରେ ମୃତକ ଜଣେ ୫୧ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିଲେ । ଗଞ୍ଜାମ ଜିଲ୍ଲାରେ ମୃତକ ଜଣେ ୭୫ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ । ନୟାଗଡ଼ ଜିଲ୍ଲାରେ ମୃତକ ଜଣେ ୬୮ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିଲେ । ରାୟଗଡ଼ା ଜିଲ୍ଲାରେ ମୃତକ ଜଣେ ୬୫ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୨,୩୧୫ ଜଣ ଅଛନ୍ତି । ବାକି ୧,୬୭୬ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୩୯,୧୨୧ କୁ ବୃଦ୍ଧି ପାଇଛି।

ଖୋର୍ଦ୍ଧାରୁ ଆଜି ସର୍ବାଧିକ ୬୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୩୯୨, ପୁରୀରୁ ୩୩୨, ବଲାଙ୍ଗୀରରୁ ୧୮୦, ବରଗଡ଼ରୁ ୧୬୯, ମୟୁରଭଞ୍ଜରୁ ୧୬୦, ଯାଜପୁରରୁ ୧୪୮, କେନ୍ଦ୍ରାପଡ଼ାରୁ ୧୪୭, କୋରାପୁଟରୁ ୧୨୭, ନବରଙ୍ଗପୁରରୁ ୧୨୫, ଜଗତସିଂହପୁରରୁ ୧୦୯, ସମ୍ବଲପୁରରୁ ୧୦୪, ଢେଙ୍କାନାଳରୁ ୧୦୧ ଓ କେନ୍ଦ୍ରୀୟ ବାହିନୀରୁ ୧୧୪ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୧୪, ବାଲେଶ୍ୱରରୁ ୭୪, ଭଦ୍ରକରୁ ୮୨, ବୌଦ୍ଧରୁ ୪୧, ଦେଓଗଡ଼ରୁ ୧୮, ଗଜପତିରୁ ୧୮, ଗଞ୍ଜାମରୁ ୯୫, ଝାରସୁଗଡ଼ାରୁ ୪୯, କଳାହାଣ୍ଡିରୁ ୭୪, କନ୍ଧମାଳରୁ ୫୭, କେନ୍ଦୁଝରରୁ ୮୧, ମାଲକାନିଗିରିରୁ ୧୯, ନୟାଗଡ଼ରୁ ୪୮, ନୂଆପଡାରୁ ୯୬, ରାୟଗଡ଼ାରୁ ୫୮, ସୋନପୁରରୁ ୭୪ ଓ ସୁନ୍ଦରଗଡ଼ରୁ ୯୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଓଡ଼ିଶାରେ କରୋନା ଭାଇରସ୍ ସଂକ୍ରମଣ ତୀବ୍ର ଗତିରେ ବଢ଼ିଚାଲିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ୧,୦୫,୨୯୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୩୩,୧୮୨ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ରାଜ୍ୟରେ ଚଳିତ ମାସରେ କରେନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ରାଜ୍ୟରେ ଗତ ୧୦ ଦିନରେ ୩୦,୦୦୦ରୁ ଅଧିକ କରୋନା ଭାଇରସ୍ ସଂକ୍ରମଣ ମାମଲା ଦେଖିବାକୁ ମିଳିଛି । ଏହା ପ୍ରଶାସନ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି ।
Published by: Jagdish Barik
First published: September 10, 2020, 1:17 PM IST
corona virus btn
corona virus btn
Loading