ରାଜ୍ୟରେ ଆଉ ୧୧ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୫୮୦; ପୁଣି ୩,୭୪୮ ନୂଆ ମାମଲା ଚିହ୍ନଟ ହେଲେ

ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨,୨୧୦ ଜଣ ଅଛନ୍ତି । ବାକି ୧,୫୩୮ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୨୧୩କୁ ବୃଦ୍ଧି ପାଇଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୫,୧୩୦ ହେଲାଣି ।

ରାଜ୍ୟରେ ଆଉ ୧୧ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୫୮୦; ପୁଣି ୩,୭୪୮ ନୂଆ ମାମଲା ଚିହ୍ନଟ ହେଲେ
ପ୍ରତୀକାତ୍ମକ ଛବି
  • News18 Odia
  • Last Updated: September 9, 2020, 4:26 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆହୁରି ୧୧ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ଭାଇରସ୍ । ଏଥି ସହ ମୃତ୍ୟୁ ସଂଖ୍ୟା ୫୮୦ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲାରୁ ଆଉ ୩,୦୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ୧,୩୫,୧୩୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।

୧୧ ଜଣଙ୍କ ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ଚାରି ଜଣ ଆକ୍ରାନ୍ତ ଅଛନ୍ତି । ଖୋର୍ଦ୍ଧାରୁ ୩ଜଣ, ବଲାଙ୍ଗୀର, କନ୍ଧମାଳ ଓ କେନ୍ଦୁଝର, ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲାରେ ଚାରି ଜଣଙ୍କ ମୃତକଙ୍କ ମଧ୍ୟରୁ ୬୨, ୬୦, ୫୫ ଓ ୬୫ ବର୍ଷୀୟ ପୁରୁଷ ଅଛନ୍ତି । ୬୨ ବର୍ଷୀୟ ପୁରୁଷ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିବାବେଳେ ୬୦ ବର୍ଷୀୟା ପୁରୁଷ ପୂର୍ବରୁ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ । ୫୫ ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହେ ରୋଗରେ ପୀଡିତ ଥିବା ବେଳେ ୬୫ ବର୍ଷୀୟ ପୁରୁଷ ମଧୁମେହେ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି ।

ଖୋର୍ଦ୍ଧା ଜିଲ୍ଲାରେ ତିନି ଜଣ ମୃତକ ମଧ୍ୟରୁ ଜଣେ ୭୨ ବର୍ଷୀୟ ପୁରୁଷ ଓ ଅନ୍ୟ ଦୁଇଜଣ ୭୦ ଓ ୭୫ ବର୍ଷୀୟା ମହିଳା ଅଛନ୍ତି । ୭୨ ବର୍ଷୀୟ ପୁରୁଷ ପୂର୍ବରୁ ଉଚ୍ଚ ରକ୍ତଚାପ, ମଧୁମେହ ଓ କରୋନାରୀ ଧମନୀ ରୋଗରେ ପୀଡିତ ଥିଲେ । ବେଳେ ୭୦ ବର୍ଷୀୟା ମହିଳା ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିବା ବେଳେ ୭୫ ବର୍ଷୀୟା ମହିଳା ପୂର୍ବରୁମଧୁମେହ ଏବଂ ଉଚ୍ଚ ରକ୍ତଚାପ ଓ ତୀବ୍ର କିଡନୀ ରୋଗରେ ପୀଡ଼ିତ ଥିଲେ ।

ବଲାଙ୍ଗୀର ଜିଲ୍ଲାରେ ମୃତକ ଜଣେ ୬୫ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ । କନ୍ଧମାଳ ଜିଲ୍ଲାରେ ମୃତକ ଜଣେ ୫୦ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିଲେ । କେନ୍ଦୁଝର ଜିଲ୍ଲାରେ ମୃତକ ଜଣେ ୪୬ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ । ପୁରୀ ଜିଲ୍ଲାରେ ମୃତକ ଜଣେ ୪୬ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୨,୨୧୦ ଜଣ ଅଛନ୍ତି । ବାକି ୧,୫୩୮ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୩୫,୧୩୦କୁ ବୃଦ୍ଧି ପାଇଛି।

ଖୋର୍ଦ୍ଧାରୁ ଆଜି ସର୍ବାଧିକ ୬୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୩୯୨, ପୁରୀରୁ ୩୮୭, ବଲାଙ୍ଗୀରରୁ ୧୬୩, ସୁନ୍ଦରଗଡ଼ରୁ ୧୫୭, ଯାଜପୁରରୁ ୧୪୦, ସୋନପୁରରୁ ୧୨୪, ନବରଙ୍ଗପୁରରୁ ୧୨୧, କେନ୍ଦ୍ରାପଡ଼ାରୁ ୧୧୬, ନୂଆପଡ଼ାରୁ ୧୦୭, ବାଲେଶ୍ୱରରୁ ୧୦୩, କେନ୍ଦ୍ରୀୟ ବାହିନୀରୁ ୧୭୬ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୫୭, ବରଗଡ଼ରୁ ୯୨, ଭଦ୍ରକରୁ ୪୬, ବୌଦ୍ଧରୁ ୫୮, ଦେଓଗଡ଼ରୁ ୨୪, ଢେଙ୍କାନାଳରୁ ୬୫, ଗଜପତିରୁ ୩୩, ଗଞ୍ଜାମରୁ ୭୧, ଜଗତସିଂହପୁରରୁ ୯୪, ଝାରସୁଗଡ଼ାରୁ ୭୦, କଳାହାଣ୍ଡିରୁ ୩୮, କନ୍ଧମାଳରୁ ୮୫, କେନ୍ଦୁଝରରୁ ୬୩, କୋରାପୁଟରୁ ୯୭, ମାଲକାନିଗିରିରୁ ୨୧, ମୟୁରଭଞ୍ଜରୁ ୩, ନୟାଗଡ଼ ୬୯, ରାୟଗଡ଼ାରୁ ୮୨, ସମ୍ବଲପୁରରୁ ୭୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଓଡ଼ିଶାରେ କରୋନା ଭାଇରସ୍ ସଂକ୍ରମଣ ତୀବ୍ର ଗତିରେ ବଢ଼ିଚାଲିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ୧,୦୨,୧୮୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୩୨,୩୧୨ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ରାଜ୍ୟରେ ଚଳିତ ମାସରେ କରେନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ରାଜ୍ୟରେ ଗତ ୯ ଦିନରେ ୨୭,୦୦୦ରୁ ଅଧିକ କରୋନା ଭାଇରସ୍ ସଂକ୍ରମଣ ମାମଲା ଦେଖିବାକୁ ମିଳିଛି । ଏହା ପ୍ରଶାସନ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି ।
Published by: Jagdish Barik
First published: September 9, 2020, 4:26 PM IST
corona virus btn
corona virus btn
Loading