News18 Odia Digital
ଭୁବନେଶ୍ୱର: ରାଜ୍ୟରେ ଆହୁରି ୧୧ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ଭାଇରସ୍ । ଏଥି ସହ ମୃତ୍ୟୁ ସଂଖ୍ୟା ୬୩୭ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲାରୁ ଆଉ ୪,୧୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ୧,୫୫,୦୦୫ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।
ଏଗାର ଜଣଙ୍କ ମୃତକଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ସର୍ବଧିକ ଚାରି ଜଣ ଆକ୍ରାନ୍ତ ଅଛନ୍ତି । ଖୋର୍ଦ୍ଧାରୁ ଓ ବଲାଙ୍ଗୀର ୨ଜଣ ଲେଖାଏଁ, କନ୍ଧମାଳ, ନୟାଗଡ଼ ଓ ମୟୂରଭଞ୍ଜ ଜଣେ ଲେଖାଏଁ ଆକ୍ରାନ୍ତ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । କଟକ ଜିଲ୍ଲାରେ ଚାରି ଜଣ ମୃତକଙ୍କ ମଧ୍ୟରୁ ଜଣେ ୭୫, ୫୬, ୭୬ ଓ ୬୮ ବର୍ଷୀୟ ପୁରୁଷ ଅଛନ୍ତି । ୭୫ ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହ, ଉଚ୍ଚ ରକ୍ତଚାପ, ସେରେବ୍ରୋ ଭାସ୍କୁଲାର ଓ କ୍ରୋନିକ କିଡ଼ନୀ ରୋଗରେ ପୀଡ଼ିତ ଥିବା ବେଳେ ୬୮ ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ । ଖୋର୍ଦ୍ଧା ଜିଲ୍ଲାର ଦୁଇ ଜଣ ମୃତକ ୩୫ ଓ ୫୨ ବର୍ଷୀୟ ପୁରୁଷ । ୩୫ ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହ, ଉଚ୍ଚ ରକ୍ତଚାପ ଓ ସେରେବ୍ରୋ ଭାସ୍କୁଲାର ରୋଗରେ ପୀଡ଼ିତ ଥିବା ବେଳେ ୫୨ ବର୍ଷୀୟ ପୁରୁଷ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି ।
ବଲାଙ୍ଗୀର ଜିଲ୍ଲାର ଦୁଇ ଜଣ ମୃତକ ୭୦ ଓ ୪୦ ବର୍ଷୀୟ ପୁରୁଷ । ଉଭୟ ପୁରୁଷ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିଲେ। କନ୍ଧମାଳ ଜିଲ୍ଲାରେ ମୃତକ ଜଣେ ୬୦ ବର୍ଷୀୟା ମହିଳା ଓ ସେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିଲେ । ନୟାଗଡ଼ ଜିଲ୍ଲାରେ ମୃତକ ଜଣେ ୫୪ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିଲେ। ମୟୂରଭଞ୍ଜ ଜିଲ୍ଲାରେ ମୃତକ ଜଣେ ୫୮ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍
ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୨,୪୭୬ ଜଣ ଅଛନ୍ତି । ବାକି ୧,୭୨୨ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୫୫,୦୦୫ କୁ ବୃଦ୍ଧି ପାଇଛି।
ଖୋର୍ଦ୍ଧାରୁ ଆଜି ସର୍ବାଧିକ ୭୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୩୬୭, ପୁରୀରୁ ୩୧୦, ବଲାଙ୍ଗୀରରୁ ୧୯୭, ସୁନ୍ଦରଗଡ଼ରୁ ୧୯୫, ଯାଜପୁରରୁ ୧୫୬, କେନ୍ଦ୍ରାପଡ଼ାରୁ ୧୪୩, ମୟୂରଭଞ୍ଜରୁ ୧୩୩, ରାୟଗଡ଼ାରୁ ୧୩୬, ସମ୍ବଲପୁରରୁ ୧୩୦, କେନ୍ଦ୍ରୀୟ ବାହିନୀରୁ ୨୧୮ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୦୮, ବରଗଡ଼ ୯୫, ଭଦ୍ରକ ୫୩, ବୌଦ୍ଧରୁ ୧୯, ଦେଓଗଡ଼ରୁ ୩୪, ଢ଼େଙ୍କାନାଳରୁ ୮୦, ଗଜପତିରୁ ୧୪, ଗଞ୍ଜାମରୁ ୪୪, ଜଗତସିଂହପୁରରୁ ୯୭, ଝାରସୁଗଡ଼ାରୁ ୯୫, କଳାହାଣ୍ଡିରୁ ୯୩, କନ୍ଧମାଳରୁ ୭୮, କେନ୍ଦୁଝରରୁ ୬୩, କୋରାପୁଟ ୯୯, ମାଲକାନିଗିରିରୁ ୨୨, ନବରଙ୍ଗପୁରରୁ ୯୮, ନୟାଗଡରୁ ୪୩ ଓ ସୋନପୁରରୁ ୭୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଓଡ଼ିଶାରେ କରୋନା ଭାଇରସ୍ ସଂକ୍ରମଣ ତୀବ୍ର ଗତିରେ ବଢ଼ିଚାଲିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ୧,୧୮,୬୪୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୩୫,୬୭୩ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
ରାଜ୍ୟରେ ଚଳିତ ମାସରେ କରେନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଏହା ପ୍ରଶାସନ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।