ରାଜ୍ୟରେ ଆଉ ୯ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୩୧୪; ପୁଣି ୧,୯୮୧ ନୂଆ ମାମଲା ଚିହ୍ନଟ ହେଲେ

ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧,୨୨୫ଜଣ ଅଛନ୍ତି। ବାକି ୭୫୬ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା। ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୧୪୭କୁ ବୃଦ୍ଧି ପାଇଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୨,୬୫୩ ହେଲାଣି ।

ପ୍ରତୀକାତ୍ମକ ଛବି

ପ୍ରତୀକାତ୍ମକ ଛବି

  • Share this:
News18 Odia Digital

ଭୁବନେଶ୍ୱର : ରାଜ୍ୟରେ ଆହୁରି ୯ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ଭାଇରସ୍‌। ଏଥି ସହ ମୃତ୍ୟୁ ସଂଖ୍ୟା ୩୧୪ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲାରୁ ଆଉ ୧,୯୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ। ଏହାକୁ ମିଶାଇ ରାଜ୍ୟରେ ୫୨,୬୫୩ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।

ନଅ ଜଣଙ୍କ ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ତିନିଜଣ, କଟକ ଓ ମୟୂରଭଞ୍ଜରୁ ୨ ଜଣ ଲେଖାଁଏ, ସୁନ୍ଦରଗଡ଼ ଓ କନ୍ଧମାଳରୁ ଜଣେ ଲେଖାଏଁ ବାସିନ୍ଦା ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗଞ୍ଜାମରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୪୭କୁ ବୃଦ୍ଧି ପାଇଛି । ଗଞ୍ଜାମ ଜିଲ୍ଲାରେ ୩ ଜଣ ମୃତକ ମଧ୍ୟରେ ୭୩, ୮୨ ଓ ୩୬ ବର୍ଷୀୟ ପୁରୁଷ ଅଛନ୍ତି । ୭୩ ଓ ୩୬ ବର୍ଷୀୟ ପୁରୁଷ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିବାବଳେ ଓ ୮୨ ବର୍ଷୀୟ ପୁରୁଷ ମଧୁମେହ ଓ ଉକ୍ତ ରକ୍ତଚାପ ରୋଗରେ ପୀଡ଼ିତ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି।

କଟକ ଜିଲ୍ଲାରେ ୨ ଜଣ ମୃତକ ମଧ୍ୟରେ ୨୩ ଓ ୭୨ ବର୍ଷୀୟ ପୁରୁଷ ଅଛନ୍ତି । ୨୩ ବର୍ଷୀୟ ପୁରୁଷ ମଧୁମେହ, ଉଚ୍ଚ ରକ୍ତଚାପ ଓ ନେଫ୍ରୋପାଥିରେ ରୋଗରେ ପୀଡ଼ିତ ଥିବା ବେଳେ ୭୨ ବର୍ଷୀୟ ପୁରୁଷ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ। ମୟୂରଭଞ୍ଜ ଜିଲ୍ଲାରେ ୨ ଜଣ ମୃତକ ମଧ୍ୟରେ ୫୮ ଓ ୬୦ ବର୍ଷୀୟ ପୁରୁଷ ଅଛନ୍ତି । ୫୮ ବର୍ଷୀୟ କ୍ରୋନିକ କୀଡୀନି ରୋଗରେ ପୀଡ଼ିତ ଥିଲେ ବେଳେ ୬୦ ବର୍ଷୀୟ ପୁରୁଷ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିଲେ। ସୁନ୍ଦରଗଡ଼ ଜିଲ୍ଲାର ମୃତକ ଜଣେ ୮୧ ବର୍ଷୀୟ ପୁରୁଷ ଓ ସେ ମଧୁମେହ ରୋଗରେ ପୀଡ଼ିତ ଥିଲେ। କନ୍ଧମାଳ ଜିଲ୍ଲାର ମୃତକ ଜଣେ ୬୧ ବର୍ଷୀୟ ପୁରୁଷ ଓ ସେ ମଧୁମେହ, ଉଚ୍ଚ ରକ୍ତଚାପ, କରୋନାରୀ ଆରଟେରୀ, ସେରେବ୍ରୋଭାସ୍କୁଲାର ରୋଗରେ ପୀଡ଼ିତ ଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୧୯୮୧ ଜଣ ଅଛନ୍ତି । ବାକି ୭୫୬ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨,୬୫୩ କୁ ବୃଦ୍ଧି ପାଇଛି।

ଖୋର୍ଦ୍ଧାରୁ ଆଜି ସର୍ବାଧିକ ୨୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୨୬୭ ଜଣ, କନ୍ଧମାଳରୁ ୧୭୯ ଜଣ, ସୁନ୍ଦରଗଡ଼ରୁ ୧୪୫, କଟକରୁ ୧୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୬, ବାଲେଶ୍ୱରରୁ ୫୯, ବରଗଡ଼ରୁ ୨୭, ଭଦ୍ରକରୁ ୬୫, ବଲାଙ୍ଗୀରରୁ ୨୭, ବୌଦ୍ଧରୁ ୨୨, ଦେଓଗଡ଼ରୁ ୧୬, ଢେଙ୍କାନାଳର ୩୯, ଗଜପତିରୁ ୮, ଜଗତସିଂହପୁରରୁ ୪୨, ଯାଜପୁରରୁ ୬୦, ଝାରସୁଗୁଡ଼ାରୁ ୮, କଳାହାଣ୍ଡିରୁ ୩୯, କେନ୍ଦ୍ରପଡ଼ାରୁ ୨୯, କେନ୍ଦୁଝରରୁ ୨୩, କୋରାପୁଟରୁ ୯୭, ମାଲକାନିଗିରିରୁ ୬୪, ମୟୂରଭଞ୍ଜରୁ ୩୭, ନବରଙ୍ଗପୁରରୁ ୧୮, ନୟାଗଡ଼ରୁ ୫୬, ନୂଆପଡ଼ାରୁ ୧୬, ପୁରୀରୁ ୭୭, ରାୟଗଡ଼ାରୁ ୫୫, ସମ୍ବଲପୁରରୁ ୩୮ ଓ ସୋନପୁର ୫୭ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହା ବି ପଢ଼ନ୍ତୁ | ନୀତା ଅମ୍ବାନୀଙ୍କ Reliance Foundation ଭାରତୀୟ ମହିଳାଙ୍କ ସଶକ୍ତିକରଣ ପାଇଁ ଆମେରିକୀୟ ଏଜେନ୍ସି ସହ କାମ କରିବ

ଏହା ବି ପଢ଼ନ୍ତୁ | ଆମେରିକାରେ ୪ କୋଟି ଟଙ୍କାର ବୃତ୍ତି ପାଇ ପଢ଼ୁଥିବା ଭାରତୀୟ ଛାତ୍ରୀ ସଡ଼କ ଦୁର୍ଘଟଣାରେ ମୃତ

ଓଡ଼ିଶାରେ କରୋନା ଭାଇରସ୍‌ ସଂକ୍ରମଣ ତୀବ୍ର ଗତିରେ ବଢ଼ିଚାଲିଛି। ଏ ପର୍ଯ୍ୟନ୍ତ ରାଜ୍ୟରେ ୩୬,୪୭୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ୧୫,୮୦୮ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି।



ରାଜ୍ୟରେ ଚଳିତ ମାସରେ କରେନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଗତ ୨ ସପ୍ତାହରେ ଦ୍ୱିଗୁଣିତ ହୋଇଛି ଆକ୍ରାନ୍ତ ସଂଖ୍ୟା। ଏହା ପ୍ରଶାସନ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି।
Published by:Jagdish Barik
First published: