ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୫୪୬; ପୁଣି ୩,୮୧୦ ନୂଆ ମାମଲା ଚିହ୍ନଟ ହେଲେ

ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨,୨୮୬ ଜଣ ଅଛନ୍ତି । ବାକି ୧,୫୨୪ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୨୦୪କୁ ବୃଦ୍ଧି ପାଇଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୨୪,୦୩୧ ହେଲାଣି ।

ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୫୪୬; ପୁଣି ୩,୮୧୦ ନୂଆ ମାମଲା ଚିହ୍ନଟ ହେଲେ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 6, 2020, 11:52 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆହୁରି ୮ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ଭାଇରସ୍ । ଏଥି ସହ ମୃତ୍ୟୁ ସଂଖ୍ୟା ୫୪୬ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲାରୁ ଆଉ ୩,୮୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ୧,୨୪,୦୩୧ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।

ଆଠ ଜଣଙ୍କ ମୃତକଙ୍କ ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ଚାରିଜଣ ଆକ୍ରାନ୍ତ ଅଛନ୍ତି । ଖୋର୍ଦ୍ଧା, କୋରାପୁଟ, ରାୟଗଡ଼ା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲାରେ ଚାରିଜଣଙ୍କ ମୃତକଙ୍କ ମଧ୍ୟରୁ ୪୮, ୪୫, ୭୮ ଓ ୫୬ ବର୍ଷୀୟ ପୁରୁଷ ଅଛନ୍ତି । ୪୮ ଓ ୫୬ ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିବାବେଳେ ୪୫ ବର୍ଷୀୟ ପୁରୁଷ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ । ୭୮ ବର୍ଷୀୟ ପୁରୁଷ ପୂର୍ବରୁ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି ।

ଖୋର୍ଦ୍ଧା ଜିଲ୍ଲାରେ ମୃତକ ଜଣେ ୪୮ ବର୍ଷୀୟ ପୁରୁଷ ଓ ସେ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ। କୋରାପୁଟ ଜିଲ୍ଲାରେ ମୃତକ ଜଣେ ୪୯ ବର୍ଷୀୟା ମହିଳା ଓ ସେ ପୂର୍ବରୁ ଅନିୟନ୍ତ୍ରିତ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ । ରାୟଗଡ଼ା ଜିଲ୍ଲାରେ ମୃତକ ଜଣେ ୩୮ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିଲେ । ସୁନ୍ଦରଗଡ଼ ଜିଲ୍ଲାରେ ମୃତକ ଜଣେ ୮୦ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୨,୨୮୬ ଜଣ ଅଛନ୍ତି । ବାକି ୧,୫୨୪ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୨୪,୦୩୧ କୁ ବୃଦ୍ଧି ପାଇଛି।

ଖୋର୍ଦ୍ଧାରୁ ଆଜି ସର୍ବାଧିକ ୭୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବରଗଡ଼ରୁ ୩୯୬, କଟକରୁ ୩୨୨, ଯାଜପୁରରୁ ୨୫୨, ଝାରସୁଗୁଡ଼ାରୁ ୧୯୨, ମୟୂରଭଞ୍ଜରୁ ୧୪୨, ପୁରୀରୁ ୧୧୭, ଗଞ୍ଜାମରୁ ୧୦୮, ଭଦ୍ରକରୁ ୧୦୭, ସୋନପୁରରୁ ୧୦୬, କେନ୍ଦ୍ରାପଡ଼ାରୁ ୧୦୩, ରାୟଗଡ଼ାରୁ ୧୦୧ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୭୩, ବଲାଙ୍ଗୀରରୁ ୪୩, ବୌଦ୍ଧରୁ ୨୯, ଦେଓଗଡ଼ରୁ ୭, ଢେଙ୍କାନାଳରୁ ୫୧, ଗଜପତିରୁ ୨୦, ଜଗତସିଂହପୁର ୬୭, କଳାହାଣ୍ଡିରୁ ୫୭, କନ୍ଧମାଳରୁ ୪୫, କେନ୍ଦୁଝରରୁ ୮୪, କୋରାପୁଟରୁ ୮୪, ମାଲକାନିଗିରିରୁ ୩୭, ନବରଙ୍ଗପୁରରୁ ୭୮, ନୟାଗଡ଼ ୬୨, ନୂଆପଡ଼ାରୁ ୯୩, ସମ୍ବଲପୁରରୁ ୮୩ ଓ ସୁନ୍ଦରଗଡ଼ରୁ ୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଓଡ଼ିଶାରେ କରୋନା ଭାଇରସ୍ ସଂକ୍ରମଣ ତୀବ୍ର ଗତିରେ ବଢ଼ିଚାଲିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ୯୩,୭୭୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୨୯,୬୫୮ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ରାଜ୍ୟରେ ଚଳିତ ମାସରେ କରେନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଗତ କିଛିଦିନ ହେବ ରାଜ୍ୟରେ ଦ୍ରୁତଗତିରେ କରୋନା ଭାଇରସ୍ ସଂକ୍ରମଣ ବୃଦ୍ଧି ପାଇଛି । ଏହା ପ୍ରଶାସନ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି ।
Published by: Jagdish Barik
First published: September 6, 2020, 11:52 AM IST
corona virus btn
corona virus btn
Loading