ରାଜ୍ୟରେ ଆଉ ୧୪ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୪୭୦; ପୁଣି ୩,୨୫୨ ନୂଆ ମାମଲା

ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧,୯୮୭ ଜଣ ଅଛନ୍ତି । ବାକି ୧,୨୬୫ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୧୮୫କୁ ବୃଦ୍ଧି ପାଇଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭,୯୨୦ ହେଲାଣି ।

ରାଜ୍ୟରେ ଆଉ ୧୪ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୪୭୦; ପୁଣି ୩,୨୫୨ ନୂଆ ମାମଲା
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 29, 2020, 12:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆହୁରି ୧୪ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ଭାଇରସ୍ । ଏଥି ସହ ମୃତ୍ୟୁ ସଂଖ୍ୟା ୪୭୦ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩୦ ଟି ଜିଲ୍ଲାରୁ ଆଉ ୩,୨୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ୯୭,୯୨୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।

ଚଉଦ ଜଣଙ୍କ ମୃତକଙ୍କ ମଧ୍ୟରେ ବାଲେଶ୍ବର, ଖୋର୍ଦ୍ଧା, ମାଲକାନଗିରି, କଟକ ଓ ଜଗତସିଂହପୁର ଜିଲାରୁ ୨ ଜଣ ଲେଖାଏଁ ଜଣେ ଲେଖାଏଁ ଓ ବରଗଡ଼, ଯାଜପୁର, ପୁରୀ ଓ ସନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ବାଲେଶ୍ୱର ଜିଲ୍ଲାରେ ଦୁଇଜଣଙ୍କ ମୃତକଙ୍କ ମଧ୍ୟରୁ ଜଣେ ୫୦ ବର୍ଷୀୟ ପୁରୁଷ ଥିବା ବେଳେ ଅନ୍ୟଜଣେ ୪୮ ବର୍ଷୀୟା ମହିଳା ଅଛନ୍ତି । ୫୦ ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିବା ବେଳେ ୪୮ ବର୍ଷୀୟା ମହିଳା ପୂର୍ବରୁ ଆଜମା ରୋଗରେ ପୀଡ଼ିତ ଥିଲେ । ଖୋର୍ଦ୍ଧା ଜିଲ୍ଲାରେ ଦୁଇଜଣଙ୍କ ମୃତକଙ୍କ ମଧ୍ୟରୁ ଜଣେ ୪୫ ବର୍ଷୀୟ ପୁରୁଷ ଥିବା ବେଳେ ଅନ୍ୟଜଣେ ୭୭ ବର୍ଷୀୟା ମହିଳା ଅଛନ୍ତି । ଉଭୟ ମହିଳା ଓ ପୁରୁଷ ପୂର୍ବରୁ ମଧୁମେହ ଓ ଉକ୍ତ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ ଥିବା । ମାଲକାନିଗିରି ଜିଲ୍ଲାରେ ଦୁଇଜଣଙ୍କ ମୃତକଙ୍କ ମଧ୍ୟରୁ ଦୁଇ ଜଣ ୫୫ ବର୍ଷୀୟ ପୁରୁଷ ଅଛନ୍ତି । ଜଣେ ୫୫ ବର୍ଷୀୟ ପୁରୁଷ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିବା ବେଳେ ଅନ୍ୟଜଣେ ୫୫ ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହ, ଉଚ୍ଚ ରକ୍ତଚାପ ଓ ସେରେବ୍ରୋଭାସ୍କୁଲାର ରୋଗରେ ପୀଡ଼ିତ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି ।

କଟକ ଜିଲ୍ଲାରେ ଦୁଇଜଣଙ୍କ ମୃତକଙ୍କ ମଧ୍ୟରୁ ଜଣେ ୫୫ ବର୍ଷୀୟ ପୁରୁଷ ଥିବା ବେଳେ ଅନ୍ୟଜଣେ ୫୮ ବର୍ଷୀୟା ମହିଳା ଅଛନ୍ତି । ୫୫ ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିବା ବେଳେ ୫୮ ବର୍ଷୀୟା ମହିଳା ପୂର୍ବରୁ ହାଇପୋଥାଇରଏଡିଜିମ୍ ରୋଗରେ ପୀଡ଼ିତ ଥିଲେ । ଜଗତସିଂହପୁର ଜିଲ୍ଲାରେ ଦୁଇଜଣଙ୍କ ମୃତକ ୩୦ ଓ ୫୬ ବର୍ଷୀୟ ପୁରୁଷ । ୩୦ ବର୍ଷୀୟ ପୁରୁଷ ପୂର୍ବରୁ କ୍ରୋନିକ କୀଡୀନି ରୋଗରେ ପୀଡ଼ିତ ଥିବା ବେଳେ ୫୬ ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ ।ବରଗଡ଼ ଜିଲ୍ଲାରେ ମୃତକ ଜଣେ ୭୭ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିଲେ । ଯାଜପୁର  ଜିଲ୍ଲାରେ ମୃତକ ଜଣେ ୫୮ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ ଉ ମଧୁମେହ ରୋଗରେ ପୀଡ଼ିତ ଥିଲେ । ପୁରୀ ଜିଲ୍ଲାରେ ମୃତକ ଜଣେ ୭୭ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିଲେ । ସୁନ୍ଦରଗଡ଼ ଜିଲ୍ଲାରେ ମୃତକ ଜଣେ ୭୨ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୧,୯୮୭ ଜଣ ଅଛନ୍ତି । ବାକି ୧,୨୬୫ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୭,୯୨୦ କୁ ବୃଦ୍ଧି ପାଇଛି।

ଖୋର୍ଦ୍ଧାରୁ ଆଜି ସର୍ବାଧିକ ୭୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାୟଗଡ଼ାରୁ ୪୫୦, କଟକରୁ ୩୨୩, ଗଞ୍ଜାମରୁ ୧୬୯, ବରଗଡ଼ରୁ ୧୪୬, ପୁରୀରୁ ୧୩୫, ମୟୂରଭଞ୍ଜରୁ ୧୨୩, ନୟାଗଡ଼ରୁ ୧୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୧, ବାଲେଶ୍ୱର ୭୮, ଭଦ୍ରକରୁ ୭୬, ବଲାଙ୍ଗୀରରୁ ୬୪, ବୌଦ୍ଧରୁ ୩୮, ଦେଓଗଡ଼ରୁ ୭, ଢେଙ୍କାନାଳରୁ ୯୪, ଗଜପତିରୁ ୨୦, ଜଗତସିଂହପୁର ୩୬, ଯାଜପୁରରୁ ୮୩, ଝାରସୁଗୁଡ଼ାରୁ ୫୫, କଳାହାଣ୍ଡିରୁ ୨, କନ୍ଧମାଳରୁ ୨୬, କେନ୍ଦ୍ରପଡ଼ାରୁ ୭୭, କେନ୍ଦୁଝର ୫୦, କୋରାପୁଟରୁ ୨୫, ମାଲକାନିଗିରିରୁ ୨୧, ନବରଙ୍ଗପୁରରୁ ୪୧, ନୂଆପଡ଼ାରୁ ୨୫, ସମ୍ବଲପୁରରୁ ୬୩, ସୋନପୁରରୁ ୩୮ ଓ ସୁନ୍ଦରଗଡରୁ ୯୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଓଡ଼ିଶାରେ କରୋନା ଭାଇରସ୍ ସଂକ୍ରମଣ ତୀବ୍ର ଗତିରେ ବଢ଼ିଚାଲିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ୬୭,୮୨୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୨୯,୫୭୧ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ରାଜ୍ୟରେ ଚଳିତ ମାସରେ କରେନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଗତ ଚାରି ଦିନ ହେବ ରାଜ୍ୟରେ ୩,୦୦୦ରୁ ଅଧିକ ଆକ୍ରାନ୍ତ ଦେଖିବାକୁ ମିଳିଛି । ଏହା ପ୍ରଶାସନ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି ।
Published by: Jagdish Barik
First published: August 29, 2020, 12:58 PM IST
corona virus btn
corona virus btn
Loading