କରୋନା: ରାଜ୍ୟରେ ରେକର୍ଡ଼ ୩,୩୭୧ ନୂଆ ମାମଲା ଚିହ୍ନଟ ହେଲା; ଆଉ ୧୩ ମୃତ; ମୋଟ ମୃତକ ୪୪୧

ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨,୦୫୩ ଜଣ ଅଛନ୍ତି । ବାକି ୧,୩୧୮ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୧୮୩କୁ ବୃଦ୍ଧି ପାଇଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭,୬୦୨ ହେଲାଣି ।

କରୋନା: ରାଜ୍ୟରେ ରେକର୍ଡ଼ ୩,୩୭୧ ନୂଆ ମାମଲା ଚିହ୍ନଟ ହେଲା; ଆଉ ୧୩ ମୃତ; ମୋଟ ମୃତକ ୪୪୧
ପ୍ରତୀକାତ୍ମକ ଛବି
  • News18 Odia
  • Last Updated: August 26, 2020, 1:05 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆହୁରି ୧୩ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ଭାଇରସ୍ । ଏଥି ସହ ମୃତ୍ୟୁ ସଂଖ୍ୟା ୪୪୧ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲାରୁ ଆଉ ୩,୩୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ୮୭,୬୦୨ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।

ତେର ଜଣଙ୍କ ମୃତକଙ୍କ ମଧ୍ୟରେ ସମ୍ବଲପୁରରୁ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ଜଣ ଲେଖାଏଁ, କଟକ ଓ ଗଞ୍ଜାମରୁ ୨ଜଣ ଲେଖାଏଁ, କେନ୍ଦୁଝର, ଖୋର୍ଦ୍ଧା ଓ ପୁରୀରୁ ଜଣେ ଲେଖାଏଁ ବାସିନ୍ଦା ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗଞ୍ଜାମରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୮୩ କୁ ବୃଦ୍ଧି ପାଇଛି । ଗଞ୍ଜାମ ଜିଲ୍ଲାରେ ଦୁଇଜଣ ମୃତକ ୪୨ ଓ ୭୫ ବର୍ଷୀୟ ପୁରୁଷ । ୪୨ ବର୍ଷୀୟ ପୁରୁଷ ପୂର୍ବରୁ କ୍ରୋନିକ କୀଡୀନି ରୋଗ, ମଧୁମେହ ଓ ଅବଷ୍ଟ୍ରକ୍ଟିଭ୍ ୟୁରୋପାଥି ରୋଗରେ ପୀଡ଼ିତ ଥିଲାବେଳେ ୭୫ ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିଲେ।

ସମ୍ବଲପୁରର ଜିଲ୍ଲାରେ ତିନିଜଣ ମୃତକଙ୍କ ମଧ୍ୟରୁ ଜଣେ ୫୮ ବର୍ଷୀୟା ମହିଳା ଥିବା ବେଳେ ଅନ୍ୟ ଦୁଇଜଣ ୪୨ ଓ ୫୦ ବର୍ଷୀୟ ପୁରୁଷ ଅଛନ୍ତି । ୫୮ ବର୍ଷୀୟା ମହିଳା ପୂର୍ବରୁ ରିମାଟଏଡ୍ ଆର୍ଥ୍ରାଇଟିସ୍ ରୋଗରେ ପୀଡ଼ିତ ଥିବା ବେଳେ ୪୨ ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ ସେହିପରି ୫୦ ବର୍ଷୀୟ ପୁରୁଷ ମଧୁମେହ ରୋଗରେ ପୀଡ଼ିତ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି ।

କଟକ ଜିଲ୍ଲାରୁ ଦୁଇ ଜଣ ମୃତକ ୪୩ ଓ ୩୨ ବର୍ଷୀୟ ପୁରୁଷ ଓ ସେମାନେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିଲେ । କେନ୍ଦୁଝର ଜିଲ୍ଲାରେ ମୃତକ ଜଣେ ୬୦ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ ମଧୁମେହ ଓ ହାଇପୋଥାଇରଏଡିଜିମ୍ ରୋଗରେ ପୀଡ଼ିତ ଥିଲେ । ଖୋର୍ଦ୍ଧା ଜିଲ୍ଲାରେ ମୃତକ ଜଣେ ୬୦ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିଲେ। ପୁରୀ ଜିଲ୍ଲାରେ ମୃତକ ଜଣେ ୭୨ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୨,୦୫୩ ଜଣ ଅଛନ୍ତି । ବାକି ୧,୩୧୮ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭,୬୦୨କୁ ବୃଦ୍ଧି ପାଇଛି।

ଖୋର୍ଦ୍ଧାରୁ ଆଜି ସର୍ବାଧିକ ୫୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୩୫୭, ଯାଜପୁରରୁ ୧୭୩, ଗଞ୍ଜାମରୁ ୧୯୬, ନୟାଗଡ଼ରୁ ୧୭୧, ସୁନ୍ଦରଗଡ଼ରୁ ୧୫୪, ରାୟଗଡ଼ାରୁ ୧୪୬, ପୁରୀରୁ ୧୪୪, ମାଲକାନିଗିରିରୁ ୧୩୪, ଭଦ୍ରକ ୧୧୪,ସମ୍ବଲପୁରରୁ ୧୦୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୬୩, ବାଲେଶ୍ୱରରୁ ୯୮, ବରଗଡ଼ରୁ ୯୮, ଭଦ୍ରକରୁ ୫୮, ବଲାଙ୍ଗୀରରୁ ୭୬, ବୌଦ୍ଧରୁ ୪, ଦେଓଗଡ଼ରୁ ୮, ଗଜପତିରୁ ୪୧, ଜଗତସିଂହପୁର ୯୫, ଝାରସୁଗୁଡ଼ାରୁ ୯୩, କଳାହାଣ୍ଡିରୁ ୨୮, କନ୍ଧମାଳରୁ ୪୧, କେନ୍ଦ୍ରପଡ଼ାରୁ ୭୬, କେନ୍ଦୁଝର ୭୪, କୋରାପୁଟରୁ ୯୧, ମୟୂରଭଞ୍ଜରୁ ୯୨,   ନବରଙ୍ଗପୁରରୁ ୬୫, ନୂଆପଡ଼ାରୁ ୧୫, ସୋନପୁରରୁ ୩ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଓଡ଼ିଶାରେ କରୋନା ଭାଇରସ୍ ସଂକ୍ରମଣ ତୀବ୍ର ଗତିରେ ବଢ଼ିଚାଲିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ୫୯,୪୭୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୨୭,୬୩୮ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ରାଜ୍ୟରେ ଚଳିତ ମାସରେ କରେନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଗତ କିଛି ଦିନ ହେବ ରାଜ୍ୟରେ ୨,୫୦୦ରୁ ଅଧିକ ଆକ୍ରାନ୍ତ ସଂଖ୍ୟା ଦେଖିବାକୁ ମିଳିଥିବା ବେଳେ ଆଜି ୩,୦୦୦ ଅଧିକ ଆକ୍ରାନ୍ତ ଦେଖିବାକୁ ମିଳିଛି । ଏହା ପ୍ରଶାସନ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି ।
Published by: Jagdish Barik
First published: August 26, 2020, 1:05 PM IST
corona virus btn
corona virus btn
Loading