ରାଜ୍ୟରେ ଆଉ ୧୨ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୪୮୨; ପୁଣି ୩,୦୧୪ ନୂଆ ମାମଲା ଚିହ୍ନଟ ହେଲେ

ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧,୮୬୮ ଜଣ ଅଛନ୍ତି । ବାକି ୧,୧୪୬ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୧୮୯ କୁ ବୃଦ୍ଧି ପାଇଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୦,୯୩୪ ହେଲାଣି ।

ରାଜ୍ୟରେ ଆଉ ୧୨ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୪୮୨; ପୁଣି ୩,୦୧୪ ନୂଆ ମାମଲା ଚିହ୍ନଟ ହେଲେ
ପ୍ରତୀକାତ୍ମକ ଛବି
  • News18 Odia
  • Last Updated: August 30, 2020, 12:28 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆହୁରି ୧୨ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ଭାଇରସ୍ । ଏଥି ସହ ମୃତ୍ୟୁ ସଂଖ୍ୟା ୪୮୨ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୯ ଟି ଜିଲ୍ଲାରୁ ଆଉ ୩,୦୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ୧,୦୦,୯୩୪ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।

ବାର ଜଣଙ୍କ ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୪ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ଖୋର୍ଦ୍ଧା, କଟକ, ପୁରୀ, ଯାଜପୁର, ରାୟଗଡା, ସୁନ୍ଦରଗଡ଼, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ଘଟିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲାରେ ୪ଜଣଙ୍କ ମୃତକ ମଧ୍ୟରୁ ଜଣେ ୬୫ ବର୍ଷୀୟା ମହିଳା ଓ ଅନ୍ୟ ତିନିଜଣ ୩୫,୩୦ ଓ ୫୦ ବର୍ଷୀୟ ପୁରୁଷ ଅଛନ୍ତି । ୬୫ ବର୍ଷୀୟା ମହିଳା ପୂର୍ବରୁ ଉଚ୍ଚ ରକ୍ତଚାପ ଓ ହାଇପରଥାଇରଏଡିଜିମ୍ ରୋଗରେ ପୀଡ଼ିତ ଥିଲେ । ୩୫ ଓ ୩୦ ବର୍ଷୀୟ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିବା ବେଳେ ୫୦ ବର୍ଷୀୟ ପୁରୁଷ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି ।

ଖୋର୍ଦ୍ଧା ଜିଲ୍ଲାରେ ମୃତକ ଜଣେ ୫୩ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ । କଟକ ଜିଲ୍ଲାରେ ମୃତକ ଜଣେ ୬୩ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ । ପୁରୀ ଜିଲ୍ଲାରେ ମୃତକ ଜଣେ ୪୮ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ କ୍ରୋନିକ ଯକୃତ ରୋଗ ପୀଡ଼ିତ ଥିଲେ । ଯାଜପୁର ଜିଲ୍ଲାରେ ମୃତକ ଜଣେ ୬୨ ବର୍ଷୀୟା ମହିଳା ଓ ସେ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିଲେ । ରାୟଗଡା ଜିଲ୍ଲାରେ ମୃତକ ଜଣେ ୭୦ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିଲେ । ସୁନ୍ଦରଗଡ଼ ଜିଲ୍ଲାରେ ମୃତକ ଜଣେ ୫୯ ବର୍ଷୀୟା ମହିଳା ଓ ସେ ପୂର୍ବରୁ ସେରେବ୍ରୋଭାସ୍କୁଲାର ଆକ୍ସିଡେଣ୍ଟ ଓ ଉଚ୍ଚ ରକ୍ତଚାପ କୌଣସି ରୋଗରେ ପୀଡ଼ିତ ଥିଲେ। ନବରଙ୍ଗପୁର ଜିଲ୍ଲାରେ ମୃତକ ଜଣେ ୬୨ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ ମଧୁମେହ ଓ ବ୍ରୋଙ୍କିଆଲ୍ ଆଜମା ରୋଗରେ ପୀଡ଼ିତ ଥିଲେ । ମାଲକାନିଗିରି ଜିଲ୍ଲାରେ ମୃତକ ଜଣେ ୫୯ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୧,୮୬୮ ଜଣ ଅଛନ୍ତି । ବାକି ୧,୧୪୬ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୦,୯୩୪ କୁ ବୃଦ୍ଧି ପାଇଛି।

ଖୋର୍ଦ୍ଧାରୁ ଆଜି ସର୍ବାଧିକ ୬୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୩୩୭, ମୟୂରଭଞ୍ଜରୁ ୨୯୨, ଗଞ୍ଜାମରୁ ୨୧୬, ବାଲେଶ୍ୱରରୁ ୧୩୮, ବରଗଡ଼ରୁ ୧୨୪, କୋରାପୁଟରୁ ୧୨୦, ପୁରୀରୁ ୧୧୮, ରାୟଗଡ଼ାରୁ ୧୦୪, ସମ୍ବଲପୁରରୁ ୧୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୨୫, ଭଦ୍ରକରୁ ୪୦, ବଲାଙ୍ଗୀରରୁ ୩୫, ଦେଓଗଡ଼ରୁ ୨, ଢେଙ୍କାନାଳରୁ ୪୯, ଗଜପତିରୁ ୯, ଜଗତସିଂହପୁର ୬୬, ଯାଜପୁରରୁ ୩୮, ଝାରସୁଗୁଡ଼ାରୁ ୪୫, କଳାହାଣ୍ଡିରୁ ୪୦, କନ୍ଧମାଳରୁ ୬୦, କେନ୍ଦ୍ରପଡ଼ାରୁ ୪୪, କେନ୍ଦୁଝର ୬୮, ମାଲକାନିଗିରିରୁ ୪୯, ନବରଙ୍ଗପୁରରୁ ୩୮, ନୟାଗଡ଼ରୁ ୨୯, ନୂଆପଡ଼ାରୁ ୭, ସୋନପୁରରୁ ୪୪ ଓ ସୁନ୍ଦରଗଡରୁ ୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଓଡ଼ିଶାରେ କରୋନା ଭାଇରସ୍ ସଂକ୍ରମଣ ତୀବ୍ର ଗତିରେ ବଢ଼ିଚାଲିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ୭୦,୭୧୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୨୯,୬୮୫ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ରାଜ୍ୟରେ ଚଳିତ ମାସରେ କରେନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଗତ ପାଞ୍ଚଦିନ ହେବ ରାଜ୍ୟରେ ୩,୦୦୦ରୁ ଅଧିକ ଆକ୍ରାନ୍ତ ଦେଖିବାକୁ ମିଳିଛି । ଏହା ପ୍ରଶାସନ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି ।
Published by: Jagdish Barik
First published: August 30, 2020, 12:28 PM IST
corona virus btn
corona virus btn
Loading