News18 Odia Digital
ଭୁବନେଶ୍ୱର: ରାଜ୍ୟରେ ଆହୁରି ୧୧ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ଭାଇରସ୍ । ଏଥି ସହ ମୃତ୍ୟୁ ସଂଖ୍ୟା ୫୧୪ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୯ଟି ଜିଲ୍ଲାରୁ ଆଉ ୩,୨୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ୧,୦୯,୭୮୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।
୧୧ ଜଣଙ୍କ ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୩ଜଣଙ୍କ ଲେଖାଏଁ ମୃତ୍ୟୁ ଘଟିଛି । ସେହିପରି ଖୋର୍ଦ୍ଧାରୁ ୨ଜଣ, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ପୁରୀ, ରାୟଗଡ଼ା ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲାରେ ୩ ଜଣଙ୍କ ମୃତକଙ୍କ ମଧ୍ୟରୁ ଜଣେ ୬୩ ବର୍ଷୀୟା ମହିଳା ଓ ଅନ୍ୟ ଦୁଇଜଣ ୩୫ ଓ ୫୬ ବର୍ଷୀୟ ପୁରୁଷ । ୬୩ ବର୍ଷୀୟା ମହିଳା ପୂର୍ବରୁ ରୋଗରେ ପୀଡ଼ିତ ନ ଥିଲେ । ଜଣେ ୩୫ ବର୍ଷୀୟ ପୁରୁଷଙ୍କୁ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିଲା ବେଳେ ୫୬ ବର୍ଷୀୟ ପୁରୁଷ ପୂର୍ବରୁ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି ।
ଖୋର୍ଦ୍ଧାରୁ ଜିଲ୍ଲାରେ ୨ ଜଣଙ୍କ ମୃତକଙ୍କ ମଧ୍ୟରୁ ଜଣେ ୬୨ ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ ୫୭ ବର୍ଷୀୟା ମହିଳା ଅଛନ୍ତି । ୬୨ ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିବା ବେଳେ ୫୭ ବର୍ଷୀୟା ମହିଳା ପୂର୍ବରୁ ମଧୁମେହ, ଉଚ୍ଚ ରକ୍ତଚାପ ଓ ହାଇପୋଥାଇରଏଡିଜିମ୍ ରୋଗରେ ପୀଡ଼ିତ ଥିଲେ । ବାଲେଶ୍ୱର ଜିଲ୍ଲାରେ ମୃତକ ଜଣେ ୫୭ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ । ଭଦ୍ରକ ଜିଲ୍ଲାରେ ମୃତକ ଜଣେ ୫୭ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ । ଜଗତସିଂହପୁର ଜିଲ୍ଲାରେ ମୃତକ ଜଣେ ୯୦ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ । ପୁରୀ ଜିଲ୍ଲାରେ ମୃତକ ଜଣେ ୫୨ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ ଉଚ୍ଚ ରକ୍ତଚାପ ପୀଡ଼ିତ ଥିଲେ । ରାୟଗଡ଼ା ଜିଲ୍ଲାରେ ମୃତକ ଜଣେ ୬୪ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ ଉଚ୍ଚ ରକ୍ତଚାପ ଓ ରକ୍ତହୀନତା ରୋଗରେ ପୀଡ଼ିତ ଥିଲେ । ସମ୍ବଲପୁର ଜିଲ୍ଲାରେ ମୃତକ ଜଣେ ୫୮ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି ।
ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୧,୯୩୧ ଜଣ ଅଛନ୍ତି । ବାକି ୧,୨୮୮ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୯,୭୮୦କୁ ବୃଦ୍ଧି ପାଇଛି।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍
ଖୋର୍ଦ୍ଧାରୁ ଆଜି ସର୍ବାଧିକ ୭୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୪୦୦, ପୁରୀରୁ ୨୧୭, ବାଲେଶ୍ୱରରୁ ୧୯୪, ବରଗଡ଼ରୁ ୧୮୫, ଗଞ୍ଜାମରୁ ୧୬୯, ମୟୂରଭଞ୍ଜରୁ ୧୩୭, ଯାଜପୁରରୁ ୧୧୭ ଓ କେନ୍ଦୁଝର ୧୦୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୬୬, ଭଦ୍ରକରୁ ୮୭, ବଲାଙ୍ଗୀରରୁ ୧୦, ବୌଦ୍ଧରୁ ୩୬, ଢେଙ୍କାନାଳରୁ ୩୭, ଗଜପତିରୁ ୨୭, ଜଗତସିଂହପୁର ୬୦, ଝାରସୁଗୁଡ଼ାରୁ ୬୦, କଳାହାଣ୍ଡିରୁ ୩୭, କନ୍ଧମାଳରୁ ୩୨, କେନ୍ଦ୍ରାପଡ଼ାରୁ ୫୭, କୋରାପୁଟରୁ ୯୦, ମାଲକାନିଗିରିରୁ ୧୩, ନବରଙ୍ଗପୁରରୁ ୫୫, ନୟାଗଡ଼ରୁ ୬୨, ନୂଆପଡ଼ାରୁ ୪୯, ରାୟଗଡ଼ାରୁ ୨୫, ସମ୍ବଲପୁରରୁ ୭୮, ସୋନପୁରରୁ ୨୬ ଓ ସୁନ୍ଦରଗଡରୁ ୬୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଓଡ଼ିଶାରେ କରୋନା ଭାଇରସ୍ ସଂକ୍ରମଣ ତୀବ୍ର ଗତିରେ ବଢ଼ିଚାଲିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ୮୦,୭୭୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୨୮,୪୪୩ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
ରାଜ୍ୟରେ ଚଳିତ ମାସରେ କରେନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଗତ କିଛିଦିନ ହେବ ରାଜ୍ୟରେ ଦ୍ରୁତଗତିରେ କରୋନା ଭାଇରସ୍ ସଂକ୍ରମଣ ବୃଦ୍ଧି ପାଇଛି । ଏହା ପ୍ରଶାସନ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।