ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୩୯୦; ପୁଣି ୨,୬୯୮ ନୂଆ ମାମଲା ଚିହ୍ନଟ ହେଲେ

ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧,୬୭୫ ଜଣ ଅଛନ୍ତି । ବାକି ୧,୦୧୩ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୧୭୦କୁ ବୃଦ୍ଧି ପାଇଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୨,୭୮୧ ହେଲାଣି ।

ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୩୯୦; ପୁଣି ୨,୬୯୮ ନୂଆ ମାମଲା ଚିହ୍ନଟ ହେଲେ
ପ୍ରତୀକାତ୍ମକ ଛବି
  • News18 Odia
  • Last Updated: August 21, 2020, 12:13 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆହୁରି ୧୦ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ଭାଇରସ୍ ‌। ଏଥି ସହ ମୃତ୍ୟୁ ସଂଖ୍ୟା ୩୯୦ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲାରୁ ଆଉ ୨,୬୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ୭୨,୭୮୧ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।

ଦଶ ଜଣଙ୍କ ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ୪ଜଣ, ଖୋର୍ଦ୍ଧାରୁ ୨ଜଣ, କୋରାପୁଟ, ନୟାଗଡ଼, ସୋନପୁର ଓ ଅନୁଗୁଳରୁ ଜଣେ ଲେଖାଏଁ ବାସିନ୍ଦା ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗଞ୍ଜାମରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୭୦ କୁ ବୃଦ୍ଧି ପାଇଛି । ଗଞ୍ଜାମ ଜିଲ୍ଲାରେ ଚାରି ଜଣ ମୃତକଙ୍କ ମଧ୍ୟରୁ ଦୁଇଜଣ ୫୦ ଓ ୫୯ ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଦୁଇଜଣ ୪୨ ଓ ୭୦ ବର୍ଷୀୟ ପୁରୁଷ ଅଛନ୍ତି । ୫୦ ବର୍ଷୀୟା ମହିଳାଙ୍କୁ ପୂର୍ବରୁ କୌଣସି ରୋଗ ହୋଇନଥିବା ବେଳେ ୫୯ ବର୍ଷୀୟା ମହିଳା ପୂର୍ବରୁ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ । ୪୨ ବର୍ଷୀୟ ପୁରୁଷଙ୍କୁ ପୂର୍ବରୁ କୌଣସି ରୋଗ ହୋଇନଥିବା ବେଳେ ୭୦ ବର୍ଷୀୟ ପୁରୁଷ ମଧୁମେହ ରୋଗରେ ପୀଡ଼ିତ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି ।

ଖୋର୍ଦ୍ଧା ଜିଲ୍ଲାରେ ଦୁଇ ଜଣ ମୃତକ ମଧ୍ୟରୁ ଜଣେ ୭୦ ବର୍ଷୀୟ ପୁରୁଷ ଓ ଅନ୍ୟଜଣେ ୫୮ ବର୍ଷୀୟା ମହିଳା ଅଛନ୍ତି । ୫୮ ବର୍ଷୀୟ ପୁରୁଷ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିବା ବେଳେ ୫୮ବର୍ଷୀୟା ମହିଳା ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ନ ଥିଲେ । ଅନୁଗୁଳ ଜିଲ୍ଲାରେ ମୃତକ ଜଣେ ୫୫ ବର୍ଷୀୟ ପୁରୁଷ ଓ ସେ ମଧୁମେହ, ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ । କୋରାପୁଟ ଜିଲ୍ଲାରେ ମୃତକ ଜଣେ ୩୫ ବର୍ଷୀୟା ମହିଳା ଓ ସେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିଲେ । ସୋନପୁର ଓ ଅନୁଗୁଳ ଜିଲ୍ଲାରେ ମୃତକଙ୍କ ବୟସ ଯଥାକ୍ରମେ ୬୨ଓ ୭୬ ବର୍ଷ ଓ ସେମାନେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୧,୬୭୫ ଜଣ ଅଛନ୍ତି । ବାକି ୧,୦୧୩ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୨,୭୧୮ କୁ ବୃଦ୍ଧି ପାଇଛି।

ଖୋର୍ଦ୍ଧାରୁ ଆଜି ସର୍ବାଧିକ ୪୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୨୦୭, ଗଞ୍ଜାମରୁ ୧୬୨, ରାୟଗଡ଼ାରୁ ୧୫୪, କୋରାପୁଟରୁ ୧୪୬, ମୟୂରଭଞ୍ଜରୁ ୧୨୮, ସୁନ୍ଦରଗଡ଼ରୁ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୨୯, ବରଗଡ଼ରୁ ୫୬, ଭଦ୍ରକରୁ ୮୯, ବଲାଙ୍ଗୀରରୁ ୭୧, ବୌଦ୍ଧରୁ ୧୧, ଦେଓଗଡ଼ରୁ ୨, ଢେଙ୍କାନାଳରୁ ୨୭, ଗଜପତିରୁ ୫୮, ଜଗତସିଂହପୁରରୁ ୨୧, ଯାଜପୁରରୁ ୮୦, ଝାରସୁଗୁଡ଼ାରୁ ୭୨, କଳାହାଣ୍ଡିରୁ ୪୯, କନ୍ଧମାଳରୁ ୮୧, କେନ୍ଦ୍ରପଡ଼ାରୁ ୮୯, କେନ୍ଦୁଝର ୨୧, ମାଲକାନିଗିରିରୁ ୮୧, ନବରଙ୍ଗପୁରରୁ ୯୧, ନୟାଗଡ଼ରୁ ୯୪, ନୂଆପଡ଼ାରୁ ୩, ପୁରୀ ୮୭, ସମ୍ବଲପୁରରୁ ୭୮ ଓ ସୋନପୁର ୩୧ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଓଡ଼ିଶାରେ କରୋନା ଭାଇରସ୍‌ ସଂକ୍ରମଣ ତୀବ୍ର ଗତିରେ ବଢ଼ିଚାଲିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ୪୮,୫୭୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୨୩,୬୯୯ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ରାଜ୍ୟରେ ଚଳିତ ମାସରେ କରେନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଗତ ୭ ଦିନ ହେବ ରାଜ୍ୟରେ ୨,୦୦୦ ଅଧିକ ଆକ୍ରାନ୍ତ ସଂଖ୍ୟା ଦେଖିବାକୁ ମିଳିଛି । ଏହା ପ୍ରଶାସନ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି ।
Published by: Jagdish Barik
First published: August 21, 2020, 12:13 PM IST
corona virus btn
corona virus btn
Loading