News18 Odia Digital
ଭୁବନେଶ୍ୱର: ରାଜ୍ୟରେ ଆହୁରି ୧୦ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ଭାଇରସ୍ । ଏଥି ସହ ମୃତ୍ୟୁ ସଂଖ୍ୟା ୩୪୩ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୯ଟି ଜିଲ୍ଲାରୁ ଆଉ ୨,୯୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ଯାହା ଗୋଟିଏ ଦିନରେ ସର୍ବାଧିକ। ଏହାକୁ ମିଶାଇ ରାଜ୍ୟରେ ୬୨,୨୯୪ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।
ଦଶ ଜଣଙ୍କ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ, ବରଗଡ଼ ,କଟକ , ଗଞ୍ଜାମ , ପୁରୀ, ରାୟଗଡ଼ା ଓ ସୁନ୍ଦରଗଡ଼ ଜଣେ ଲେଖାଏଁ ବାସିନ୍ଦା ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗଞ୍ଜାମରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୫୫ କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରେ ଚାରି ଜଣ ମୃତକଙ୍କ ମଧ୍ୟରୁ ତିନଜଣ ୬୮,୬୫ ଓ ୭୦ ବର୍ଷୀୟ ପୁରୁଷ ଥିବାବେଳେ ଜଣେ ୫୦ ବର୍ଷୀୟା ମହିଳା ଅଛନ୍ତି । ୬୮ ବର୍ଷୀୟ ପୁରୁଷ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିବା ବେଳେ ୬୫ ବର୍ଷୀୟ ପୁରୁଷ ମଧୁମେହ ରୋଗରେ ପୂର୍ବରୁ ପୀଡ଼ିତ ଥିଲେ । ୭୦ ବର୍ଷୀୟ ପୁରୁଷଙ୍କ ପୂର୍ବରୁ କୌଣସି ରୋଗ ନଥିବାବେଳେ ୫୦ ବର୍ଷୀୟା ମହିଳା ମଧୁମେହ ଓ ଉଚା ରକ୍ତଚାପ ରୋଗରେ ପୀଡ଼ିତ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି।
ବରଗଡ଼ ଜିଲ୍ଲାରେ ମୃତକ ଜଣେ ୪୨ ବର୍ଷୀୟ ପୁରୁଷ ଓ ସେ ମଧୁମେହ, ଉଚ୍ଚ ରକ୍ତଚାପ ଓ କ୍ରୋନିକ କୀଡୀନି ରୋଗ ପୀଡ଼ିତ ଥିଲେ। କଟକ ଜିଲ୍ଲାରେ ମୃତକ ଜଣେ ୬୦ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିଲେ । କଟକ ଜିଲ୍ଲାରେ ମୃତକ ଜଣେ ୬୦ ବର୍ଷୀୟ ପୁରୁଷ ଓ ସେ ମଧୁମେହ ରୋଗରେ ପୀଡ଼ିତ ଥିଲେ । ଗଞ୍ଜମ ଜିଲ୍ଲାରେ ମୃତକ ଜଣେ ୮୫ ବର୍ଷୀୟ ପୁରୁଷ ଓ ସେ ମଧୁମେହ, ଉଚ୍ଚ ରକ୍ତଚାପ ଓ କ୍ରୋନିକ କୀଡୀନି ରୋଗ ପୀଡ଼ିତ ଥିଲେ । ପୁରୀ ଜିଲ୍ଲାରେ ମୃତକ ଜଣେ ୬୦ ବର୍ଷୀୟା ମହିଳା ଓ ସେ ଉଚ୍ଚ ରକ୍ତଚାପ, ମଧୁମେହ ଓ ପୁରୁଣା ସେରେବ୍ରୋ ଭାସ୍କୁଲାର ରୋଗରେ ପୀଡ଼ିତ ଥିଲେ । ରାୟଗଡ଼ା ଜିଲ୍ଲାରେ ମୃତକ ଜଣେ ୩୯ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିଲେ । ସୁନ୍ଦରଗଡ଼ ଜିଲ୍ଲାରେ ମୃତକ ଜଣେ ୫୨ ବର୍ଷୀୟ ପୁରୁଷ ଓ ସେ ମଧୁମେହ, ଉଚ୍ଚ ରକ୍ତଚାପ ଓ କ୍ରୋନିକ କୀଡୀନି ରୋଗ ପୀଡ଼ିତ ଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍
ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୧୩୯୦ ଜଣ ଅଛନ୍ତି । ବାକି ୮୫୪ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨,୨୯୪ କୁ ବୃଦ୍ଧି ପାଇଛି।
ଖୋର୍ଦ୍ଧାରୁ ଆଜି ସର୍ବାଧିକ ୩୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୨୪୩, କଟକର ୧୯୪, ରାୟଗଡ଼ାରୁ ୧୬୦, ବାଲେଶ୍ୱରରୁ ୧୫, ବରଗଡ଼ରୁ ୩୫, ସୁନ୍ଦରଗଡ଼ରୁ ୧୩୬, କନ୍ଧମାଳରୁ ୧୨୧, ଭଦ୍ରକରୁ ୧୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୩୭, ବରଗଡ଼ରୁ ୪୮, ବଲାଙ୍ଗୀରରୁ ୩୭, ବୌଦ୍ଧରୁ ୪୯, ଢେଙ୍କାନାଳର ୧୮, ଗଜପତିରୁ ୬, ଜଗତସିଂହପୁରରୁ ୧୬, ଯାଜପୁରରୁ ୯୮, ଝାରସୁଗୁଡ଼ାରୁ ୧୨, କଳାହାଣ୍ଡିରୁ ୬୭, କେନ୍ଦ୍ରପଡ଼ାରୁ ୨୭, କେନ୍ଦୁଝରରୁ ୧୩, କୋରାପୁଟରୁ ୯୪, ମାଲକାନିଗିରିରୁ ୯୮, ମୟୂରଭଞ୍ଜରୁ ୯୧, ନବରଙ୍ଗପୁରରୁ ୨୧, ନୟାଗଡ଼ରୁ ୧୩, ନୂଆପଡ଼ାରୁ ୯, ପୁରୀରୁ ୬୮, ସମ୍ବଲପୁରରୁ ୩୫ ଓ ସୋନପୁର ୧୧ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଓଡ଼ିଶାରେ କରୋନା ଭାଇରସ୍ ସଂକ୍ରମଣ ତୀବ୍ର ଗତିରେ ବଢ଼ିଚାଲିଛି। ଏ ପର୍ଯ୍ୟନ୍ତ ରାଜ୍ୟରେ ୪୨,୨୭୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ୧୯,୬୨୧ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି।
ରାଜ୍ୟରେ ଚଳିତ ମାସରେ କରେନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଗତ ୩ ଦିନ ହେବ ରାଜ୍ୟରେ ୨,୦୦୦ ଅଧିକ ଆକ୍ରାନ୍ତ ସଂଖ୍ୟା ଦେଖିବାକୁ ମିଳିଛି । ଏହା ପ୍ରଶାସନ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।