News18 Odia Digital
ଭୁବନେଶ୍ୱର: ରାଜ୍ୟରେ ଆହୁରି ୧୦ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ଭାଇରସ୍ । ଏଥି ସହ ମୃତ୍ୟୁ ସଂଖ୍ୟା ୩୪୩ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୯ଟି ଜିଲ୍ଲାରୁ ଆଉ ୨,୯୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ଯାହା ଗୋଟିଏ ଦିନରେ ସର୍ବାଧିକ। ଏହାକୁ ମିଶାଇ ରାଜ୍ୟରେ ୬୦,୦୫୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।
ଦଶ ଜଣଙ୍କ ମୃତକଙ୍କ ମଧ୍ୟରେ ଗଞ୍ଜାମ ଓ ଭବନେଶ୍ୱରରୁ ୨ ଜଣ ଲେଖାଏଁ, ଭଦ୍ରକ, ବଲାଙ୍ଗୀର, କଟକ, ଯାଜପୁର, କନ୍ଧମାଳ ଓ ସୋନପୁରରୁ ଜଣେ ଲେଖାଏଁ ବାସିନ୍ଦା ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗଞ୍ଜାମରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୫୪ କୁ ବୃଦ୍ଧି ପାଇଛି । ଗଞ୍ଜାମ ଜିଲ୍ଲାରେ ଦୁଇ ଜଣ ମୃତକ ୬୭ ଓ ୫୫ ବର୍ଷୀୟ ପୁରୁଷ । ୬୭ ବର୍ଷୀୟ ପୁରୁଷ ଉଚ୍ଚ ରକ୍ତଚାପ, ମଧୁମେହ ଓ ବ୍ରୋଙ୍କିଆଲ୍ ଆଜମା ରୋଗରେ ପୀଡ଼ିତ ଥିବା ବେଳେ ୫୫ ବର୍ଷୀୟ ପୁରୁଷ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି ।
ଭୁବନେଶ୍ୱରରୁ ଦୁଇ ଜଣ ମୃତକ ମଧ୍ୟରେ ଜଣେ ୩୨ ବର୍ଷୀୟା ମହିଳା ଓ ଅନ୍ୟଜଣେ ୫୫ ବର୍ଷୀୟ ପୁରୁଷ ଅଛନ୍ତି । ୩୨ ବର୍ଷୀୟା ମହିଳା ମଧୁମେହ, ଉଚ୍ଚ ରକ୍ତଚାପ ଓ କ୍ରୋନିକ ଅବଷ୍ଟ୍ରକ୍ଟିଭ୍ ଫୁସଫୁସ ରୋଗରେ ପୀଡ଼ିତ ଥିବା ବେଳେ ୫୫ ବର୍ଷୀୟ ପୁରୁଷ କୌଣସି ରୋଗରେ ପୀଡ଼ିତ ନ ଥିଲେ । ଭଦ୍ରକ ଜିଲ୍ଲାରେ ମୃତକ ଜଣେ ୭୫ ବର୍ଷୀୟ ପୁରୁଷ ଓ ସେ ଉଚ୍ଚ ରକ୍ତଚାପ ଓ କ୍ରୋନିକ କୀଡୀନି ରୋଗ ପୀଡ଼ିତ ଥିଲେ। ବଲାଙ୍ଗୀର ଜିଲ୍ଲାରେ ମୃତକ ଜଣେ ୬୨ ବର୍ଷୀୟ ପୁରୁଷ ଓ ସେ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ । କଟକ ଜିଲ୍ଲାରେ ମୃତକ ଜଣେ ୬୦ ବର୍ଷୀୟ ପୁରୁଷ ଓ ସେ ମଧୁମେହ ରୋଗରେ ପୀଡ଼ିତ ଥିଲେ । ଯାଜପୁର ଜିଲ୍ଲାରେ ମୃତକ ଜଣେ ୬୦ ବର୍ଷୀୟ ପୁରୁଷ ଓ ସେ କ୍ରୋନିକ ଅବଷ୍ଟ୍ରକ୍ଟିଭ୍ ଫୁସଫୁସ ରୋଗରେ ପୀଡ଼ିତ ଥିଲେ । କନ୍ଧମାଳ ଜିଲ୍ଲାରେ ମୃତକ ଜଣେ ୫୯ ବର୍ଷୀୟ ପୁରୁଷ ଓ ସେ ଉଚ୍ଚ ରକ୍ତଚାପ, ମଧୁମେହ ଓ ନେଫ୍ରୋପାଥି ରୋଗରେ ପୀଡ଼ିତ ଥିଲେ । ସୋନପୁର ଜିଲ୍ଲାରେ ମୃତକ ଜଣେ ୪୫ ବର୍ଷୀୟ ପୁରୁଷ ଓ ଫୁସଫୁସ ଯକ୍ଷ୍ମା, କ୍ରୋନିକ କୀଡୀନି ରୋଗରେ ପୀଡ଼ିତ ଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍
ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୧,୮୧୫ ଜଣ ଅଛନ୍ତି । ବାକି ୧୧୦୯ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦,୦୫୦ କୁ ବୃଦ୍ଧି ପାଇଛି।
ଖୋର୍ଦ୍ଧାରୁ ଆଜି ସର୍ବାଧିକ ୪୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୩୧୮, ଯାଜପୁରରୁ ୨୦୦, କଟକର ୧୮୯, ସୁନ୍ଦରଗଡ଼ରୁ ୧୬୧, ପୁରୀରୁ ୧୪୪, ନୟାଗଡ଼ରୁ୧୪୨, ମୟୁରଭଞ୍ଜରୁ ୧୩୬, ବାଲେଶ୍ୱରରୁ ୧୨୭, ରାୟଗଡ଼ାରୁ ୧୧୬ ଭଦ୍ରକରୁ ୧୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୩୭, ବରଗଡ଼ରୁ ୪୮, ବଲାଙ୍ଗୀରରୁ ୨୭, ବୌଦ୍ଧରୁ ୮, ଦେଓଗଡ଼ରୁ ୧୬, ଢେଙ୍କାନାଳର ୪୦, ଗଜପତିରୁ ୭୧, ଜଗତସିଂହପୁରରୁ ୪୭, ଝାରସୁଗୁଡ଼ାରୁ ୩୦, କଳାହାଣ୍ଡିରୁ ୨୭, କନ୍ଧମାଳରୁ ୫୦, କେନ୍ଦ୍ରପଡ଼ାରୁ ୬୦, କେନ୍ଦୁଝରରୁ ୨୬, କରପୁଟରୁ ୯୫, ମାଲକାନିଗିରିରୁ ୯୩, ନବରଙ୍ଗପୁରରୁ ୨୬, ନୟାଗଡ଼ରୁ ୪, ନୂଆପଡ଼ାରୁ ୨୦, ସମ୍ବଲପୁରରୁ ୩୭ ଓ ସୋନପୁର ୩୮ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଓଡ଼ିଶାରେ କରୋନା ଭାଇରସ୍ ସଂକ୍ରମଣ ତୀବ୍ର ଗତିରେ ବଢ଼ିଚାଲିଛି। ଏ ପର୍ଯ୍ୟନ୍ତ ରାଜ୍ୟରେ ୪୦,୭୨୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ୧୮,୯୨୮ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
ରାଜ୍ୟରେ ଚଳିତ ମାସରେ କରେନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଗତ ୨ ସପ୍ତାହରେ ଦ୍ୱିଗୁଣିତ ହୋଇଛି ଆକ୍ରାନ୍ତ ସଂଖ୍ୟା। ଏହା ପ୍ରଶାସନ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।