ରାଜ୍ୟରେ କରୋନା ନେଲା ଆଉ ୭ ଜଣଙ୍କ ଜୀବନ; ମୋଟ ମୃତକ ୧୪୭; ପୁଣି ୧,୫୦୩ ନୂଆ ମାମଲା ଚିହ୍ନଟ

ସାତ ଜଣ ମୃତକଙ୍କ ମଧ୍ୟରୁ କେବଳ ଗଞ୍ଜାମରୁ ୩ ଜଣ ଏବଂ ଖୋର୍ଦ୍ଧା, କଟକ, ଗଜପତି, ମାଲକାନାଗିରି ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଅଛନ୍ତି। ଗତ ପାଞ୍ଚ ଦିନ ଧରି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦୈନିକ ୧,୦୦୦ରୁ ବେଶୀ ରହୁଛି ।

(ପ୍ରତୀକାତ୍ମକ ଛବି)

(ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମଣରେ ଆଉ ୭ ଜଣଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନାରେ ମୃତ୍ୟୁ ସଂଖ୍ୟା ସଂଖ୍ୟା ୧୪୭ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ  ୨୮ଟି ଜିଲ୍ଲାରୁ ଆଉ ୧,୫୦୩ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ଯାହା ରାଜ୍ୟ ପାଇଁ ପୁଣି ଏକ ରେକର୍ଡ଼ ।

ସାତ ଜଣ ମୃତକଙ୍କ ମଧ୍ୟରୁ କେବଳ ଗଞ୍ଜାମରୁ ଅଛନ୍ତି ତିନି ଜଣ । ଏଥି ସହ ଗଞ୍ଜାମରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୨କୁ ବୃଦ୍ଧି ପାଇଛି। ଗଞ୍ଜାମ ଜିଲ୍ଲାରେ ତିନି ଜଣ ମୃତକଙ୍କ ମଧ୍ୟରେ ଜଣେ ୫୧ ବର୍ଷୀୟା ମହିଳା ଥିବା ବେଳେ ଅନ୍ୟ ଦୁଇ ଜଣ ୫୮ ଓ ୫୫ ବର୍ଷୀୟ ପୁରୁଷ ଅଛନ୍ତି । ୫୧ ବର୍ଷୀୟା ମହିଳା ଓ ୫୫ ବର୍ଷୀୟ ପୁରୁଷଙ୍କର ପୂର୍ବରୁ କୌଣସି ରୋଗ ନଥିବା ବେଳେ ୫୮ ବର୍ଷୀୟ ପୁରୁଷ ମଧୁମେହ ରୋଗରେ ପୀଡିତ ଥିଲେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଖୋର୍ଦ୍ଧା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ମୃତ୍ୟୁ ବାରଣ କରିଛନ୍ତି । ସେହି ୪୫ ଓ ୬୩ ବର୍ଷୀୟ ପୁରୁଷ ଦୁଇ ଜଣ ମଧୁମେହ ରୋଗରେ ପୀଡ଼ିତ ଥିଲେ। ମାଲକାନିଗିରି ଓ କଟକରୁ ଜଣେ ଜଣେ ଲେଖାଏଁ ମୃତକ ଅଛନ୍ତି । ସେମାନେ ୫୧ ଓ ୬୬ ବର୍ଷୀୟ ପୁରୁଷ । ମାଲକାନିଗିରିର ୫୧ ବର୍ଷୀୟ ପୁରୁଷ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ, ହେଲେ କଟକର ୬୬ ବର୍ଷୀୟ ପୁରୁଷଙ୍କ ପୂର୍ବରୁ କୌଣସି ରୋଗ ନଥିଲା ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ନୂଆ ୧,୫୦୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧,୦୦୧ ଜଣ ଚିହ୍ନଟ ହୋଇଛନ୍ତି । ବାକି ୫୦୧ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଏଥି ସହ ରାଜ୍ୟରେ ମୋଟ୍ ପଜିଟିଭ୍ ସଂଖ୍ୟା ୨୬,୮୯୨ କୁ ବୃଦ୍ଧି ହୋଇଛି । ସ୍ଥାନୀୟ ସଂକ୍ରମଣ କମ୍‌ କରିବା ସରକାରଙ୍କ ପାଇଁ ବଡ଼ ଚିନ୍ତାର ବିଷୟ ହୋଇ ରହିଛି । ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ୪୯୧ ଜଣ ଓ ଖୋର୍ଦ୍ଧାରୁ ୨୨୩ ଜଣ ଚିହ୍ନଟ ହୋଇଛନ୍ତି ।

ବାଲେଶ୍ୱରରୁ ୧୯, ବରଗଡ଼ରୁ ୨୩, ଭଦ୍ରକରୁ ୨୫, ବଲାଙ୍ଗିରରୁ ୨୧, କଟକରୁ ୧୩୬,ଢେଙ୍କାନାଳରୁ ୩୨, ଗଜପତିରୁ ୭୩, ଜଗତସିଂହପୁରରୁ ୬, ଯାଜପୁରରୁ ୫୧, ଝାରସୁଗଡ଼ାରୁ ୧୦, କଳାହାଣ୍ଡିରୁ ୧୦, କନ୍ଧମାଳରୁ ୭୩, କେନ୍ଦ୍ରାପଡ଼ାରୁ ୯ , କେନ୍ଦୁଝରରୁ ୪୩, କୋରାପୁଟରୁ ୩୪, ମାଲକାନିଗିରିରୁ ୩୪, ମୟୁରଭଞ୍ଜରୁ ୨୮, ନବରଙ୍ଗପୁରରୁ ୨, ନୟାଗଡ଼ରୁ ୮, ପୁରୀରୁ ୪, ରାୟଗଡାରୁ ୬୮, ସମ୍ବଲପୁରରୁ ୧୭, ସୋନପୁରରୁ ୪, ସୁନ୍ଦରଗଡ଼ରୁ ୫୭, ଅନୁଗୁଳ ଓ ବୌଦ୍ଧରୁ ଜଣ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ଟେଷ୍ଟିଂ ସଂଖ୍ୟା ବଢ଼ୁଥିବାରୁ ପଜିଟିଭ ସଂଖ୍ୟା ବଢ଼ୁଥିବା କୁହାଯାଉଛି ।

ରାଜ୍ୟରେ ମୋଟ ୨୬,୮୯୨ ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୬,୭୯୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ଏବେ ୯,୯୧୯ ଜଣ ଚିକିତ୍ସାଧୀନ ଅଛନ୍ତି । ରାଜ୍ୟରେ ଗତ କିଛି ଦିନ ମଧ୍ୟରେ କରୋନା ସଂକ୍ରମଣ ସଂଖ୍ୟା ପାଖାପାଖି ଦୁଇ ଗୁଣରୁ ଅଧିକ ହୋଇଛି ।

ଏହା ବି ପଢ଼ନ୍ତୁ: ଅଗଷ୍ଟ ୧ରୁ ଅନଲକ୍-୩ ଆରମ୍ଭ ହେବ; ଖୋଲିପାରେ ସିନେମା ହଲ୍; ଜିମ୍ ପାଇଁ ବି ଅନୁମତି ମିଳିପାରେ

ଏହା ବି ପଢ଼ନ୍ତୁ: କଳହର କରୁଣ ପରିଣତି: ପତ୍ନୀ ଓ ଶାଶୁ ମିଶି ଝାଡ଼ୁରେ ପିଟିଲେ, ତେଣୁ ସେ ଆତ୍ମହତ୍ୟା କଲେ

ରାଜ୍ୟରେ ଚଳିତ ମାସରେ କରେନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ପ୍ରତି ଦିନ ୫୦୦ରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସୁଥିବା ବେଳେ ଗତ ଛଅ ଦିନ ହେବ ୧,୦୦୦ ପାର୍‌ କରିଛି ସଂକ୍ରମିତଙ୍କ ସଂଖ୍ୟା । ଏହା ଏବେ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ସାଜିଛି ।



ଦୟାକରି ଦୁଇ ମିନିଟ ସମୟ ଦେଇ ଉପରେ ଥିବା ଏହି ସର୍ଭେରେ ଭାଗ ନିଅନ୍ତୁ
Published by:Anand Shankar Thankur Das
First published: