କରୋନା ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା; ମୋଟ ମୃତକ ୮୩; ପୁଣି ୭୧୮ ନୂଆ ମାମଲା ଚିହ୍ନଟ

ଗତ ଦୁଇ ସପ୍ତାହରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଡବଲ୍‌ ହୋଇଛି । ଜୁଲାଇ ୧ ରେ ରାଜ୍ୟରେ ୭,୩୧୬ ଜଣ ଆକ୍ରାନ୍ତ ଥିବା ବେଳେ ୧୬ ତାରିଖର ରିପୋର୍ଟ ସୁଦ୍ଧା ଏହି ସଂଖ୍ୟା ୧୬,୧୧୦ରେ ପହଞ୍ଚିଛି। ଜୁଲାଇ ୧୬ ସୁଦ୍ଧା ୮,୭୯୪ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି ।

(ପ୍ରତୀକାତ୍ମକ ଛବି)

(ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମଣରେ ଆଉ ଚାରି ଜଣ ଆକ୍ରାନ୍ତଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନାରେ ମୃତ୍ୟୁ ସଂଖ୍ୟା ସଂଖ୍ୟା ୮୩ ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୪ ଟି ଜିଲ୍ଲାରୁ ୭୧୮ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏବେ ସୁଦ୍ଧା ୧୬,୧୧୦ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି ।

ଚାରି ଜଣ ମୃତକଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମ ଜିଲ୍ଲାର ଦଇ ଜଣ ଜଣ ପୁରୁଷ । ସେମାନଙ୍କ ବୟସ ୫୭ ଓ ୬୦ ବର୍ଷ । ଆଉ ଦୁଇ ଜଣ ମୃତକଙ୍କ ମଧ୍ୟରେ ଅଛନ୍ତି ଅନୁଗୁଳ ଜିଲ୍ଲାର ଜଣେ ୬୬ ବର୍ଷୀୟ ବ୍ୟକ୍ତି ଓ ଗଜପତି ଜିଲ୍ଲାର ଜଣେ ୬୦ ବର୍ଷୀୟ ବ୍ୟକ୍ତି । ଗଞ୍ଜାମ ଜିଲ୍ଲାର ଦୁଇ ଜଣ ଜଣ ମୃତକଙ୍କ ମଧ୍ୟରୁ ୫୭ ବର୍ଷୀୟ ପୁରୁଷ ମଧୁମେୟ ଓ ୬୦ ବର୍ଷର ପୁରୁଷ କୀଡୀନି ରୋଗରେ ପୀଡ଼ିତ ଥିଲେ। ଅନୁଗୁଳର ୬୬ ବର୍ଷୀୟ ପୁରୁଷ ନ୍ୟୁରୋଏଣ୍ଡୋକ୍ରାଇନ୍ ଟିଉମର ରୋଗରେ ପୀଡ଼ିତ ଥିଲେ । ଗଜପତି ଜିଲ୍ଲାର ୬୦ ବର୍ଷୀୟ ମୃତକ ମଧୁମେୟ ଓ ହୃଦରୋଗରେ ପୀଡ଼ିତ ଥିଲେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ନୂଆ ଚିହ୍ନଟ ହୋଇଥିବା ୭୧୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪୭୯ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ବାକି ୨୩୯ ଜଣ ସ୍ଥାନୀୟ ବାସିନ୍ଦା । ଆକ୍ରାନ୍ତମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୩୧ ଜଣ ରହିଛନ୍ତି। ଅନୁଗଳରୁ ୯ ଜଣ, ବାଲେଶ୍ୱରରୁ ୯ ଜଣ, ବରଗଡ଼ରୁ ୪ ଜଣ, ଭଦ୍ରକରୁ ୧୦ ଜଣ, କଟକରୁ ୩୨ ଜଣ, ଢେ଼ଙ୍କନାଳରୁ ୬ ଜଣ, ଗଜପତିରୁ ୨୧ ଜଣ, ଗଞ୍ଜାମରୁ ୨୩୧ ଜଣ ଓ ଜଗତସିଂହପୁରରୁ ୧୬ ଜଣ ରୁ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡ଼ାରୁ ୨୪ ଜଣ, କନ୍ଧମାଳରୁ ୭ ଜଣ, କେନ୍ଦ୍ରାପଡାରୁ ୪ ଜଣ, କେନ୍ଦୁଝରରୁ ୨୮ ଜଣ, ଖୋର୍ଦ୍ଧାରୁ ୧୫୦ ଜଣ, କୋରାପୁଟରୁ ୨୭ ଜଣ, ମାଲକାନିଗିରିରୁ ୫୪ ଜଣ, ମୟୂରଭଞ୍ଜରୁ ୨୨ ଜଣ, ନୟାଗଡ଼ରୁ ୧୩ ଜଣ, ପୁରୀରୁ ୯ ଜଣ, ରାୟଗଡ଼ାରୁ ୧୯ ଜଣ, ସମ୍ବଲପୁରରୁ ୭ ଜଣ, ସୋନପୁରରୁ ୫ ଜଣ, ସୁନ୍ଦରଗଡ଼ରୁ ୧୦ ଜଣ ଓ ନବରଙ୍ଗପୁର ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫,୨୨୪  ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ୧୦,୮୭୭  ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୭,୮୧୮ ଟି ସ୍ୟାମ୍ପଲ୍‌ ଟେଷ୍ଟ କରାଯାଇଛି ।

ରାଜ୍ୟରେ ଗତ ଦୁଇ ସପ୍ତାହରେ ଆକ୍ରାନ୍ତଙ୍କ ସଂଖ୍ୟା ଡବଲ୍‌ ହୋଇଛି । ଜୁଲାଇ ୧ ରେ ରାଜ୍ୟରେ ୭,୩୧୬ ଜଣ ଆକ୍ରାନ୍ତ ଥିବା ବେଳେ ୧୬ ତାରିଖର ରିପୋର୍ଟ ସୁଦ୍ଧା ଏହି ସଂଖ୍ୟା ୧୬,୧୧୦ ରେ ପହଞ୍ଚି ସାରିଛି। ମାନେ ଜୁଲାଇ ୧୬ ତାରିଖ ସୁଦ୍ଧା ୮,୭୯୪  ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି ।

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟାରୁ ୬୦ ପ୍ରତିଶତ ଟପ୍‌ ପାଞ୍ଚଟି ଜିଲ୍ଲାରୁ ଅଛନ୍ତି । ତିନି ଜିଲ୍ଲାରୁ ପ୍ରାୟ ଅଧା ଆକ୍ରାନ୍ତ ବାହାରିଛନ୍ତି । କେବଳ ଗଞ୍ଜାମ, କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ୭,୯୫୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେବଳ ଗଞ୍ଜାମ ଜିଲ୍ଲାରୁ ଏ ଯାଏଁ ୫,୦୯୮ ଜଣ ପଜିଟିଭ ଚିହ୍ନଟ ହେଲେଣି, ଯାହାକି ରାଜ୍ୟର ମୋଟ ଆକ୍ରାନ୍ତଙ୍କ ୩୦ ପ୍ରତିଶତରୁ ଅଧିକ । ଖୋର୍ଦ୍ଧା ଜିଲ୍ଲାରୁ ୧,୭୪୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଟପ୍‌ ୫ରେ ଥିବା ଅନ୍ୟ ଦୁଇ ଜିଲ୍ଲା ଯାଜପୁର ଓ ସୁନ୍ଦରଗଡ଼ରୁ ଯଥା କ୍ରମେ ୯୩୪ ଓ ୭୬୦ ଜଣ କରୋନା ଭାଇରସ୍‌ ପଜିଟିଭ ଚିହ୍ନଟ ହେଲେଣି।

ଏହା ବି ପଢ଼ନ୍ତୁ: ଇଏ ଓଡ଼ିଆ ଝିଅ ଅପ୍ସରା ରାଣୀ; ରାମ ଗୋପାଳ ବର୍ମାଙ୍କ ନୂଆ ଫିଲ୍ମ ‘ଥ୍ରୀଲର୍’ରେ ସେ ହିରୋଇନ୍

ଏହା ବି ପଢ଼ନ୍ତୁ: ବଲିଉଡରେ କାମ ମାଗିଲେ ପ୍ରଡ୍ୟୁସରମାନେ କହୁଥିଲେ ରାତିରେ ଆସି ଦେଖା କର: ଶେର୍ଲିନ୍ ଚୋପ୍ରା

ଦେଶରେ ରେକର୍ଡ ଭାଙ୍ଗିଛି କରୋନା ଭାଇରସ ସଂକ୍ରମଣ। ପ୍ରଥମ ଥର ପାଇଁ ଦିନକରେ ସର୍ବାଧିକ ୩୪,୯୫୬ ରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି ।ଗତ ୨୪ ଘଣ୍ଟାରେ ୩୪,୯୫୬  ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଖି ବୁଜିଛନ୍ତି ଆଉ ୬୮୭ ଜଣ ଆକ୍ରାନ୍ତ । ଏହା ସହ ଦେଶରେ  ସଂକ୍ରମିତଙ୍କ ସଂଖ୍ୟା ୧୦,୩୮୩୨  ପାର୍‌ ହୋଇଛି ଓ ମୃତ୍ୟୁ ସଂଖ୍ୟା ୨୫,୬୦୨  ଟପିଛି ।
Published by:Anand Shankar Thankur Das
First published: