News18 Odia Digital
ଭୁବନେଶ୍ୱର: ରାଜ୍ୟରେ ଆହୁରି ଦଶ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ଭାଇରସ୍ । ଏଥି ସହ ମୃତ୍ୟୁ ସଂଖ୍ୟା ୧୭୯ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୯ଟି ଜିଲ୍ଲାରୁ ଆଉ ୧,୬୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଦଶ ଜଣ ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୫ ଜଣ, ଖୋର୍ଦ୍ଧାରୁ ୩ ଜଣ ଓ ସୁନ୍ଦରଗଡ଼ ଏବଂ ଗଜପତିରୁ ଜଣେ ଲେଖାଏଁ ବାସିନ୍ଦା ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲାରେ ୫ ଜଣ ମୃତକଙ୍କ ମଧ୍ୟରୁ ଚାରି ଜଣ ୫୪, ୪୪,୬୩ ଓ ୭୦ ବର୍ଷୀୟ ପୁରୁଷ ଥିବା ବେଳେ ଜଣେ ୫୬ ବର୍ଷୀୟା ମହିଳା ଅଛନ୍ତି । ୪୪ ବର୍ଷୀୟ ପୁରୁଷ ମଧୁମେହ ରୋଗରେ ପୀଡିତ ଥିଲେ । ୫୪ ଓ ୭୦ ବର୍ଷୀୟ ପୁରୁଷ ଯଥା କ୍ରମେ ମଧୁମେହ ଓ ଉକ୍ତ ରକ୍ତଚାପରେ ରୋଗରେ ପୀଡିତ ଥିଲେ । ୬୩ ବର୍ଷୀୟ ପୁରୁଷ ଉକ୍ତ ରକ୍ତଚାପରେ ପୀଡିତ ଥିଲେ । ୫୬ ବର୍ଷୀୟା ମହିଳା ଜଣକ ମଧୁମେହ, ଉକ୍ତ ରକ୍ତଚାପ ଓ କରୋନାରୀ ଆର୍ଟେରି ରୋଗରେ ପୀଡ଼ିତ ଥିଲେ । ଗଞ୍ଜାମରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୯୯କୁ ବୃଦ୍ଧି ପାଇଛି ।
ଖୋର୍ଦ୍ଧା ଜିଲ୍ଲାର ତିନି ଜଣ ମୃତକ ୬୨, ୭୦ଓ ୪୦ ବର୍ଷୀୟ ପୁରୁଷ ଥିଲେ । ୬୨ ବର୍ଷୀୟ ପୁରୁଷଙ୍କ ପୂର୍ବରୁ କୌଣସି ରୋଗ ନ ଥିବା ବେଳେ ୭୦ ଓ ୪୦ ବର୍ଷୀୟ ପୁରୁଷ ଯଥା କ୍ରମେ ମଧୁମେହ ଓ ଅନିୟନ୍ତ୍ରିତ ମଧୁମେହ ରୋଗରେ ପୀଡ଼ିତ ଥିଲେ । ସୁନ୍ଦରଗଡ଼ରୁ ମୃତ୍ୟ ବରଣ କରିଥିବା ୫୬ ବର୍ଷୀୟ ପୁରୁଷ ମଧୁମେହ, ଉକ୍ତ ରକ୍ତଚାପ ଓ କରୋନାରୀ ଆର୍ଟେରି ରୋଗରେ ପୀଡ଼ିତ ଥିଲେ । ଗଜପତିରୁ ମୃତ୍ୟ ବରଣ କରିଥିବା ୪୯ ବର୍ଷୀୟ ପୁରୁଷ ମଧୁମେହ ଓ ଉକ୍ତ ରକ୍ତଚାପରେ ପୀଡ଼ିତ ଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍
ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୯୯୩ ଜଣ ଅଛନ୍ତି । ବାକି ୬୦୯ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩,୪୭୯କୁ ବୃଦ୍ଧି ପାଇଛି ।
ଗଞ୍ଜାମରୁ ଆଜି ସର୍ବାଧିକ ୩୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୨୮୫ ,ରାୟଗଡ଼ାରୁ ୧୬୪, ଗଜପତିରୁ ୧୦୮, ସୁନ୍ଦରଗଡ଼ରୁ ୬୨, କଟକରୁ ୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୫, ବାଲେଶ୍ୱରରୁ ୨୯, ବରଗଡ଼ରୁ ୧୩, ଭଦ୍ରକରୁ ୨୦, ବଲାଙ୍ଗୀରରୁ ୩୮, ବୌଦ୍ଧରୁ ୯, ଢେଙ୍କାନାଳରୁ ୪୯, ଜଗତସିଂହପୁରରୁ ୧୯, ଯାଜପୁରରୁ ୪୪, ଝାରସୁଗୁଡ଼ାରୁ ୭, କଳାହାଣ୍ଡିରୁ ୩୦, କନ୍ଧମାଳରୁ ୪୫, କେନ୍ଦ୍ରପଡ଼ାରୁ ୧୫, କେନ୍ଦୁଝରରୁ ୧୫, କୋରାପୁଟରୁ ୪୬, ମାଲକାନିଗିରିରୁ ୩୦, ମୟୂରଭଞ୍ଜରୁ ୩୯, ନବରଙ୍ଗପୁରରୁ ୯, ନୟାଗଡ ୩୩ , ନୂଆପଡାରୁ ୫, ପୁରୀରୁ ୫୦, ସମ୍ବଲପୁରରୁ ୩୯ ଓ ସୋନପୁରରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଓଡ଼ିଶାରେ କରୋନା ଭାଇରସ୍ ସଂକ୍ରମଣ ତୀବ୍ର ଗତିରେ ବଢ଼ିଚାଲିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ୨୦,୫୨୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୧୨,୭୩୬ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
ଏହା ବି ପଢ଼ନ୍ତୁ: ୩ ଲକ୍ଷ ପ୍ରବାସୀଙ୍କୁ ଚାକିରି ଯୋଗାଇବେ ସୋନୁ ସୁଦ୍; ଜନ୍ମ ଦିନରେ ଏଥି ପାଇଁ ଏକ ଆପ୍ ଘୋଷଣା କଲେ
ଏହା ବି ପଢ଼ନ୍ତୁ: ଅନଲକ୍ ୩ରେ ଓଡି଼ଶାରେ ଅଗଷ୍ଟ ୩୧ ଯାଏଁ ରାତି କର୍ଫ୍ୟୁ ଜାରି ରହିବ; ମାସ୍କ ଫାଇନ୍ ବଢ଼ିଲା
ରାଜ୍ୟରେ ଚଳିତ ମାସରେ କରେନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ପ୍ରତି ଦିନ ୫୦୦ରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସୁଥିବା ବେଳେ ଗତ ୧୧ ଦିନ ହେବ ପ୍ରତି ଦିନ ୧,୦୦୦ ପାର୍ କରିଛି ସଂକ୍ରମିତଙ୍କ ସଂଖ୍ୟା । ଏହା ପ୍ରଶାସନ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।