ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»RBI ର ଚେତାବନୀ: ଦେଶରେ ବୃଦ୍ଧି ହୋଇପାରେ ମୁଦ୍ରାସ୍ଫୀତି! ଯୋଗାଣ ଶୃଙ୍ଖଳା ପ୍ରଭାବିତ ହେବ

RBI ର ଚେତାବନୀ: ଦେଶରେ ବୃଦ୍ଧି ହୋଇପାରେ ମୁଦ୍ରାସ୍ଫୀତି! ଯୋଗାଣ ଶୃଙ୍ଖଳା ପ୍ରଭାବିତ ହେବ

ଭାରତରେ କରୋନା ଭାଇରସର ଦ୍ୱିତୀୟ ଲହର ବନ୍ଦ ହେବାର ନାମ ନେଉନାହିଁ । ବଢ଼ୁଥିବା କରୋନା ମାମଲା ଓ ଲକଡାଉନକୁ ନେଇ ଚର୍ଚ୍ଚା ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଚେତାବନୀ ଦେଇଛି ।

RBI ର ଚେତାବନୀ: ଦେଶରେ ବୃଦ୍ଧି ହୋଇପାରେ ମୁଦ୍ରାସ୍ଫୀତି! ଯୋଗାଣ ଶୃଙ୍ଖଳା ପ୍ରଭାବିତ ହେବ
ଦେଶରେ ବୃଦ୍ଧି ହୋଇପାରେ ମୁଦ୍ରାସ୍ଫୀତି!
  • News18 Odia
  • Last Updated: April 27, 2021, 11:56 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଭାରତରେ କରୋନା ଭାଇରସର ଦ୍ୱିତୀୟ ଲହର (Coronavirus Second wave) ବନ୍ଦ ହେବାର ନାମ ନେଉନାହିଁ । ବଢ଼ୁଥିବା କରୋନା ମାମଲା ଓ ଲକଡାଉନକୁ ନେଇ ଚର୍ଚ୍ଚା ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଚେତାବନୀ ଦେଇଛି । ଆରବିଆଇ କହିଛି ଯେ କରୋନା ମାମଲା ଯେପରି ବଢିବାରେ ଲାଗିଛି ଓ ଯଦି ଏହାକୁ ରୋକିବା ପାଇଁ ସମଗ୍ର ଦେଶରେ ଲକଡାଉନ ଲଗାଯାଏ ତେବେ ଏହା ଯୋଗାଣ ଶୃଙ୍ଖଳା ଉପରେ ପ୍ରଭାବ ପକାଇବ । ଏହା ମୁଦ୍ରାସ୍ଫୀତି ବୃଦ୍ଧି କରିପାରେ । ଏହି କଥା ଭାରତର ରିଜର୍ଭ ବ୍ୟାଙ୍କ ନିଜର ଇକୋ-ଷ୍ଟେଟରେ କହିଛି ।

ଆରବିଆଇ କ’ଣ କହିଛି ଜାଣନ୍ତୁ?
ଆରବିଆଇ କହିଛି ଯେ ଯଦି କରୋନା ବୃଦ୍ଧି ପାଉଥିବା ମାମଲା ଠିକ୍ ସମୟରେ ନିୟନ୍ତ୍ରିତ ନହୁଏ । ତା’ହେଲେ ଏହା ସାମଗ୍ରୀର ଗତିବିଧି ଉପରେ ଦୀର୍ଘ ନିଷେଧାଦେଶ ଆଣିପାରେ । ଯାହା ଯୋଗାଣ ଶୃଙ୍ଖଳରେ ଦେଖାଯାଇପାରେ ଓ ଯଦି ଦେଶର ଯୋଗାଣ ଶୃଙ୍ଖଳା ଖରାପ ହୁଏ ତେବେ ଇନ୍ଧନରେ ମୁଦ୍ରାସ୍ଫୀତି ଦେଖା ଦେବ । ଏହା ବୃଦ୍ଧି ଯୋଗୁଁ ସମଗ୍ର ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି ହେବାର ବିପଦ ଆସିବ । ଆରବିଆଇ ତଥ୍ୟ ଅନୁଯାୟୀ ଗ୍ରାହକ ମୂଲ୍ୟ ସୂଚକାଙ୍କ (CPI) ଭିତ୍ତିକ ମୁଦ୍ରାସ୍ଫୀତି ମାର୍ଚ୍ଚରେ ୫.୫% ରୁ ଫେବୃଆରୀରେ ୫% କୁ ବୃଦ୍ଧି ପାଇଛି । ଏଥି ସହିତ ଖାଦ୍ୟ ଓ ଇନ୍ଧନ ମୂଲ୍ୟରେ ମୁଦ୍ରାସ୍ଫୀତି ତୀବ୍ର ବୃଦ୍ଧି ପାଇଛି ।

ମେ' ମାସରେ ମୁଦ୍ରାସ୍ଫୀତି ବୃଦ୍ଧି ହେବାର ବଡ଼ ଆଶଙ୍କା
ଦେଶରେ କରୋନା ମାମଲା ବୃଦ୍ଧି ପାଉଛି ଯେଉଁଥିପାଇଁ ଅନେକ ରାଜ୍ୟରେ ଲକଡାଉନ୍ ସମେତ ଅନେକ ପ୍ରକାରର ପ୍ରତିବନ୍ଧକ ଲଗାଯାଇଛି । ଏହି କାରଣରୁ ଆଉଟଲୁକରେ ଅନେକ ଅନିଶ୍ଚିତତା ଅଛି । ଏହାଦ୍ୱାରା ଏପ୍ରିଲ ଓ ମେ ମାସରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇପାରେ । ବାସ୍ତବରେ କରୋନା ମାମଲା ଦିନକୁ ଦିନ ବଢୁଥିବା ଯୋଗୁଁ ଦେଶର ରାଜଧାନୀ ଦିଲ୍ଲୀରେ ଗତ ୧୫ ଦିନ ଧରି ଲକଡାଉନ ଲଗାଯାଇଛି । ଏଥି ସହିତ ମହାରାଷ୍ଟ୍ର ପରି ଏକ ବଡ ରାଜ୍ୟରେ ଲକଡାଉନ ଲାଗିଥିବାରୁ ଯୋଗାଣ ଶୃଙ୍ଖଳା ପ୍ରଭାବିତ ହେଉଛି । ଅନେକ ରାଜ୍ୟରେ ସ୍ଥାନୀୟ ନିଷେଧାଦେଶ ଯୋଗୁଁ ଅର୍ଥନୈତିକ କାର୍ଯ୍ୟକଳାପରେ ପ୍ରଭାବ ପଡୁଥିବା ମଧ୍ୟ ଦେଖାଯାଉଛି ।
Published by: Jagdish Barik
First published: April 27, 2021, 11:56 AM IST