News18 Odia Digital
ନୂଆ ଦିଲ୍ଲୀ: ବିଶ୍ୱ ବ୍ୟାପୀ କରୋନା ଭାଇରସ ବିସ୍ତାର ହେବା ପରଠାରୁ ପ୍ଲାଜମା ଥେରାପି ବ୍ୟବହାର ଉପରେ ପ୍ରଶ୍ନ ଉଠିଛି। ବର୍ତ୍ତମାନ ଏକ ଆମେରିକୀୟ ଅଧ୍ୟୟନରେ କୁହାଯାଇଛି ଯେ କରୋନାରେ ଗୁରୁତର ଥିବା ରୋଗୀଙ୍କଠାରେ ପ୍ଲାଜମା ଥେରାପି କୌଣସି ପ୍ରଭାବ ପକାଇବ ନାହିଁ। ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହେଲଥ (NIH) ଦ୍ୱାରା କରାଯାଇଥିବା ପରୀକ୍ଷଣର ଫଳାଫଳରେ ଏହା ପ୍ରକାଶ ପାଇଛି
ବାସ୍ତବରେ, କରୋନାରୁ ଭଲ ହୋଇଥିବା ଲୋକଙ୍କ ରକ୍ତ ଅନ୍ୟ ରୋଗୀମାନଙ୍କଠାରେ ପ୍ଲାଜମା ଭାବେ ବ୍ୟବହୃତ ହୁଏ। ଭାରତରେ ଏହାର ବ୍ୟବହାରକୁ ନେଇ ମଧ୍ୟ ଆଲୋଚନା ହୋଇଛି। ବର୍ତ୍ତମାନ NIH କହିଛି ଯେ ଗୁରୁତର କରୋନା ରୋଗୀଙ୍କ ମଧ୍ୟରେ ଏହା କୌଣସି ପରିବର୍ତ୍ତନ କରୁ ନଥିବାରୁ ଫେବୃଆରୀ ମାସରେ ଏହି ପରୀକ୍ଷା ବନ୍ଦ ହୋଇଯାଇଥିଲା। ଅଧ୍ୟୟନରେ କୁହାଯାଇଛି ଯେ ଭଲ ହୋଇଥିବା ବ୍ୟକ୍ତିଙ୍କ ଶରୀରରୁ ନିଆଯାଇଥିବା ରକ୍ତ ପ୍ଲାଜମା ଗୁରୁତର କରୋନା ରୋଗୀଙ୍କ ଶରୀରରେ ଭାଇରସର ଗତି ବିଧିକୁ ବଢ଼ିବାରେ ରୋକି ପାରିବ ନାହିଁ।
ଭାରତରେ ମଧ୍ୟ ଏହି ଚିକିତ୍ସା ନିର୍ଦ୍ଦେଶାବଳୀରୁ ହଟାଇ ଦିଆଯାଇଥିଲାକରୋନାର ଦ୍ଵିତୀୟ ଲହର ବେଳକୁ ଭାରତରେ ପ୍ଲାଜମା ଥେରାପି ବିଷୟରେ ଅନେକ ଆଲୋଚନା ହୋଇଥିଲା। ତା’ପରେ ପ୍ଲାଜମାର କଳା ମାର୍କେଟିଂ ଖବର ମଧ୍ୟ ସାମ୍ନାକୁ ଆସିଲା। ଏହା ପରେ ମେ ମାସରେ କେନ୍ଦ୍ର ସରକାର କରୋନା ଚିକିତ୍ସା ପାଇଁ କ୍ଲିନିକାଲ ପରାମର୍ଶରେ ସଂଶୋଧନ କରିଥିଲେ ଓ ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲାଜମା ଥେରାପି ବ୍ୟବହାରକୁ କ୍ଲିନିକାଲ ପରିଚାଳନା ନିର୍ଦ୍ଦେଶାବଳୀରୁ ହଟାଇ ଦେଇଥିଲେ। ସରକାର ଜାଣିବାକୁ ପାଇଲେ ଯେ କୋଭିଡ ରୋଗୀଙ୍କ ଚିକିତ୍ସାରେ ପ୍ଲାଜମା ଥେରାପି ଗୁରୁତର ରୋଗରୁ ଉପଶମ ତଥା ମୃତ୍ୟୁ ସଂଖ୍ୟା ହ୍ରାସ କରିବାରେ ଲାଭଦାୟକ ନୁହେଁ।
ପ୍ଲାଜମା ଥେରାପି ଅପସାରଣ କରାଯାଇଥିଲା। କାରଣ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଚିକିତ୍ସାରେ ପ୍ଲାଜମା ଥେରାପି ପ୍ରଭାବଶାଳୀ ନୁହେଁ। ପ୍ରାରମ୍ଭରେ ଏହି ଚିକିତ୍ସା କରୋନା ଚିକିତ୍ସାର ଏକ ଅଂଶ ନଥିଲା। ପରେ ଏହାକୁ ଅନ୍ତର୍ଭୂକ୍ତ କରାଯାଇଥିଲା ଓ ବର୍ତ୍ତମାନ ପୁନର୍ବାର ଅପସାରିତ କରାଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।