ଓଡ଼ିଶାକୁ ଓମିକ୍ରନ ଭୟ; ଭୁବନେଶ୍ୱରରେ ଘୋଷଣା ହେଲା କଣ୍ଟେନମେଣ୍ଟ ଜୋନ

ଓଡିଶାରେ ଦୁଇ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ଓଡିଶା ସରକାରଙ୍କୁ ଘାରିଛି ଭୟ । ଫଳରେ ଭୁବନେଶ୍ୱରରେ କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଛି ।

ଭୁବନେଶ୍ୱରରେ ଘୋଷଣା ହେଲା କଣ୍ଟେନମେଣ୍ଟ ଜୋନ (ପ୍ରତୀକାତ୍ମକ ଛବି)

ଭୁବନେଶ୍ୱରରେ ଘୋଷଣା ହେଲା କଣ୍ଟେନମେଣ୍ଟ ଜୋନ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଓଡିଶାରେ ଦୁଇ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ଓଡିଶା ସରକାରଙ୍କୁ ଘାରିଛି ଭୟ । ଫଳରେ ଭୁବନେଶ୍ୱରରେ କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଛି । ଭୁବନେଶ୍ୱରର ଭିଏସ୍‌ଏସ୍‌ ନଗର ୧୧ ନମ୍ବର ଓ୍ଵାର୍ଡ, ବମିଖାଲର ଜୟଦୁର୍ଗା ନଗରକୁ ଆଜି ବିଏମସି କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରିଛି ।

ଓଡ଼ିଶାରେ ଚିହ୍ନଟ ହୋଇଥିବା ଦୁଇ ଜଣ ଓମିକ୍ରନ ସଂକ୍ରମିତ ବିଦେଶ ଫେରନ୍ତା ବୋଲି ଜଣାପଡ଼ିଛି । ସଂକ୍ରମିତଙ୍କ ମଧ୍ୟରୁ ଜଣେ କାତାରରୁ ଆସିଥିବା ବେଳେ ଅନ୍ୟ ଜଣେ ନାଇଜେରିଆରୁ ଆସିଛନ୍ତି ବୋଲି ଜଣାପଡ଼ିଛି ।

ବିଦେଶ ଫେରନ୍ତା ୭ ଜଣଙ୍କ ନମୂନା ଜିନମ ସ୍ୱିକେନ୍ସି ପାଇଁ ପଠାଯାଇଥିଲା । ୪ ଜଣଙ୍କ ନମୂନା ନେଗେଟିଭ ଆସିଥିବା ବେଳେ ୩ ଜଣଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଥିଲା । ଆଜି ସେ ଭିତରୁ ୨ ଜଣଙ୍କର ଓମିକ୍ରନ ପଜିଟିଭ ହୋଇଥିବା ଜଣାଯାଇଛି ।
Published by:Soumya Das
First published: