News18 Odia Digital
ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କରୋନା ଭାଇରସ୍ ସଂକ୍ରମିତ (COVID ପଜିଟିଭ୍) ହୋଇଛନ୍ତି । କୋରାପୁଟର ଜୟପୁର ବିଧାନ ସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ଥିବା ବାହିନୀପତିଙ୍କ ଠାରେ କରୋନା ଲକ୍ଷଣ ଦେଖାଦେବା ପରେ ସେ ପରୀକ୍ଷା କରାଇଥିଲେ । ତାଙ୍କର ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି ।
୬୬ ବର୍ଷୀୟ ବାହିନୀପତିଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓଡି଼ଶା କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଉଦବେଗ ପ୍ରକାଶ କରିଛନ୍ତି । ‘‘ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କୋଭିଡ ସଂକ୍ରମିତ ହୋଇଥିବା ଜାଣି ମୁଁ ଚିନ୍ତିତ। ତାଙ୍କ ଆଶୁ ଆରୋଗ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି,’’ ଏକ ଟ୍ୱିଟ୍ କରି କହିଛନ୍ତି ନବୀନ ପଟ୍ଟନାୟକ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଯେବେ ନେହା କକ୍କଡ଼ଙ୍କୁ ଜଣେ ଯୁବକ ଜବରଦସ୍ତ୍ KISS କରିଥିଲେ, ବିବାଦରେ ଥିଲେ ଗାୟିକା“ତାର ପ୍ରସାଦ ବାହିନୀପତି COVID ପଜିଟିଭ୍ ହୋଇଛନ୍ତି ଜାଣି ମୁଁ ଚିନ୍ତିତ । ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମୁଁ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛି,’’ ନିରଞ୍ଜନ ପଟ୍ଟନାୟକ ଏକ ଟ୍ୱିଟରେ କହିଛନ୍ତି । ଦଳୀୟ ସୂତ୍ରରୁ ଜଣାପଡ଼ିଛି ଯେ ବାହିନୀପତିଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ଅଛି ଓ ତାଙ୍କର ଚିକିତ୍ସା ଚାଲିଛି ।
ଏହା ବି ପଢ଼ନ୍ତୁ | ତ୍ରିପୁରାରେ CPI(M) ବିଧାୟକ ଲୋକଙ୍କୁ ବାଡ଼ି ଓ ଲୁହା ପାଇପ୍ ରଖିବାକୁ କହିଲେ; BJP କହିଲା ‘ଦଣ୍ଡ ମିଳୁ’ଗତ ବର୍ଷ ଦେଶର ‘୫୦ ଜଣ ଉତ୍ତମ ବିଧାୟକଙ୍କ ତାଲିକା’ରେ ସ୍ଥାନ ପାଇଥିବା ବାହିନୀପତି ଶନିବାର ଦିନ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସେ ତୁରନ୍ତ କରୋନା ଟେଷ୍ଟ୍ କରାଇ ନେବାକୁ ଅନୁରୋଧ କରିଥିଲେ ।
ଏହା ବି ପଢ଼ନ୍ତୁ | ଟ୍ୱିଟରକୁ କେନ୍ଦ୍ର ସରକାର ‘ଶେଷ ଚେତାବନୀ’ ଦେଲେ; ବଡ଼ ନେତାଙ୍କ ବ୍ଲୁ ଟିକ୍ ହଟାଇବା ପରେ ପୁଣି ଫେରାଇଲାଓଡ଼ିଶାରେ ଏବେ ୧୦ ପ୍ରତିଶତ ତଳେ ରହୁଛି କରୋନା ସଂକ୍ରମଣ ହାର। କିଛି ଦିନ ତଳେ ଏହା ୨୩ ପ୍ରତିଶତ ଉପରେ ଥିଲା, ମାତ୍ର ଧୀରେ ଧୀରେ କମି ଏବେ ୯.୫ ପ୍ରତିଶତରେ ପହଞ୍ଚିଛି । ଟେଷ୍ଟିଂ ବଢ଼ାଇବା, ଲକଡାଉନକୁ କଡ଼ାକଡ଼ି ଲାଗୁ କରାଇବା ଓ ଟିକାକରଣ ଉପରେ ଗୁରୁତ୍ୱ ଦେବା ଯୋଗୁଁ ସଂକ୍ରମଣ ହାର କମୁଛି ଓ ସଂକ୍ରମଣ ଚେନ୍ ଭାଙ୍ଗିବା ପାଇଁ ଚାଲିଥିବା ପ୍ରୟାସ ସଫଳ ହେଉଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ମୋଦି-ମମତା କଳି ବଢୁଛି: ବେଙ୍ଗଲରେ ଟିକା ସାର୍ଟିଫିକେଟରୁ ମୋଦିଙ୍କ ଫଟୋ ହଟାଇ ନିଜ ଫଟୋ ଛାପିଲେ ମମତାସଂକ୍ରମଣ ହାରର କମୁଥିଲେ ବି ମୃତ୍ୟୁ ସଂଖ୍ୟା ବଢୁଥିବାରୁ ଚିନ୍ତା ବଢ଼ିଛି । ରବିବାର ଦିନର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୨ଟି ଜୀବନ ନେଇଛି କରୋନା ମହାମାରୀ । ଏହାକୁ ମିଶାଇ ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ୨,୯୯୪କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା, କଟକ ଓ ଅନୁଗୁଳରୁ ଚାରି ଜଣ ଲେଖାଏଁ କୋଭିଡ୍ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ବୌଦ୍ଧ, ଦେବଗଡ଼, ଝାରସୁଗୁଡ଼ା ଓ କଳାହାଣ୍ଡିରୁ ତିନି ଜଣ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।
ଗଜପତି, ଜଗତସିଂହପୁର, ମୟୂରଭଞ୍ଜ, ରାୟଗଡ଼ା, ସୁନ୍ଦରଗଡ଼ରୁ ଦୁଇ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ବରଗଡ଼, ଗଞ୍ଜାମ, ଯାଜପୁର, କୋରାପୁଟ, ମାଲକାନଗିରି, ନୂଆପଡ଼ା, ପୁରୀରୁ ଓ କନ୍ଧମାଳରୁ ଜଣେ ଲେଖାଏଁ ରୋଗୀଙ୍କର ଜୀବନ ନେଇଛି କିଲର୍ ଭାଇରସ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।