ରାହୁଲ ଗାନ୍ଧୀ କରୋନା ସଂକ୍ରମିତ ହେଲେ; ଟ୍ୱିଟ୍ କରି କହିଲେ- କୋଭିଡର ସାମାନ୍ୟ ଲକ୍ଷଣ ଅଛି

Rahul Gandhi Corona Positive: ରାହୁଲ ଗାନ୍ଧୀ (Rahul Gandhi) ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଏହି ସୂଚନା ଦେଇଛନ୍ତି । ରାହୁଲ କହିଛନ୍ତି ଯେ ତାଙ୍କଠାର କରୋନାର ସାମାନ୍ୟ ଲକ୍ଷଣ (Mild Symptoms) ଅଛି ।

ରାହୁଲ ଗାନ୍ଧୀ କରୋନା ସଂକ୍ରମିତ ହେଲେ; ଟ୍ୱିଟ୍ କରି କହିଲେ- କୋଭିଡର ସାମାନ୍ୟ ଲକ୍ଷଣ ଅଛି
ରାହୁଲ ଗାନ୍ଧୀ କରୋନା ସଂକ୍ରମିତ ହେଲେ
  • News18 Odia
  • Last Updated: April 20, 2021, 4:42 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମଙ୍ଗଳବାର ଦିନ କରୋନା ପଜିଟିଭ୍ ହୋଇଛନ୍ତି । ସେ ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଏହି ବିଷୟରେ ସୂଚନା ଦେଇଛନ୍ତି । ରାହୁଲ କହିଛନ୍ତି ଯେ ତାଙ୍କ ଠାରେ କରୋନାର ସାମାନ୍ୟ ଲକ୍ଷଣ ଅଛି । ସେ କହିଛନ୍ତି ଯେ ନିକଟରେ ଯୋଗାଯୋଗ କରିଥିବା ସମସ୍ତ ବ୍ୟକ୍ତି ସୁରକ୍ଷା ପ୍ରୋଟୋକଲ ଅନୁସରଣ କରିବା ଉଚିତ ଓ ନିରାପଦରେ ରହିବା ଉଚିତ।

ଦେଶରେ କରୋନାର ଭୟଙ୍କର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ରାହୁଲ ଗାନ୍ଧୀ ପଶ୍ଚିମ ବଙ୍ଗରେ ନିଜର ସମସ୍ତ ନିର୍ବାଚନ ରାଲିକୁ ଦୁଇ ଦିନ ପୂର୍ବରୁ ସ୍ଥଗିତ ରଖିଛନ୍ତି । ସେ କହିଥିଲେ, 'କୋଭିଡ ସଙ୍କଟକୁ ଦୃଷ୍ଟିରେ ରଖି ମୁଁ ପଶ୍ଚିମ ବଙ୍ଗରେ ମୋର ସମସ୍ତ ସମାବେଶକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି । ରାଜନୈତିକ ଦଳମାନେ ଏହି ସମୟରେ ଏହି ରାଲିରୁ ଜନସାଧାରଣ ଓ ଦେଶ ପାଇଁ ବିପଦ ବିଷୟରେ ଚିନ୍ତା କରିବା ଉଚିତ୍ ।"



କରୋନାକୁ ନେଇ ଅବ୍ୟବସ୍ଥା ହୋଇଥିବା ଯୋଗୁଁ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଲଗାତାର ଟାର୍ଗେଟ କରୁଛନ୍ତି । ମଙ୍ଗଳବାର ସେ ଟ୍ୱିଟ୍ କରି କେନ୍ଦ୍ର ସରକାରଙ୍କ ନୂତନ ନିଷ୍ପତ୍ତିକୁ ମଧ୍ୟ ସମାଲୋଚନା କରିଛନ୍ତି । ବାସ୍ତବରେ ସୋମବାର କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ଯେ ମେ ୧ ରୁ ୧୮ ବର୍ଷରୁ ଅଧିକ ସମସ୍ତେ କରୋନା ଟିକା ନେଇ ପାରିବେ । ଆଜି ରାହୁଲ ଗାନ୍ଧୀ ଟ୍ୱିଟ୍ କରି କହିଛନ୍ତି ଯେ ଏହି ଟିକା ୧୮ ରୁ ୪୫ ବର୍ଷ ବୟସର ଲୋକଙ୍କ ପାଇଁ ମାଗଣା ହେବ ନାହିଁ । ମୂଲ୍ୟ ନିୟନ୍ତ୍ରଣ ପ୍ରକ୍ରିୟାରେ ମଧ୍ୟସ୍ଥିମାନଙ୍କୁ ଅଣାଯାଇଛି । ସମାଜର ଦୁର୍ବଳ ବିଭାଗଗୁଡିକ ଏହି ଟିକା ପାଇଁ ନିଶ୍ଚିତ କରାଯାଇ ନାହିଁ ।

ଏହି ସମୟ ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୫୯ ହଜାର କରୋନାର ନୂଆ ମାମଲା ରୁଜୁ ହୋଇଛି । ଆଜି ନୂତନ ମାମଲା ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି କିନ୍ତୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ଏହି ମହାମାରୀରୁ ୨୪ ଘଣ୍ଟା ମଧ୍ୟରେ ୧୭୬୧ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ୧.୫୪ ଲକ୍ଷ ଲୋକ ମଧ୍ୟ ମହାମାରୀକୁ ପରାସ୍ତ କରିବା ପରେ ସୁସ୍ଥ ହୋଇଛନ୍ତି ।
Published by: Jagdish Barik
First published: April 20, 2021, 4:40 PM IST