ଭ୍ୟାକ୍ସିନ ଦାମ୍କୁ ନେଇ ବେଙ୍ଗଲ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ; ଆସନ୍ତାକାଲି SC ରେ ଶୁଣାଣି ହେବ

କେନ୍ଦ୍ର ସରକାର ଯୁକ୍ତି କରିଛନ୍ତି ଯେ ଯଦି ସରକାର ଦର କିମ୍ବା ବଜାରକୁ ନିୟନ୍ତ୍ରଣ କରନ୍ତି, ତେବେ ଘରୋଇ ଓ ବିଦେଶୀ କମ୍ପାନୀମାନେ ଏହି କ୍ଷେତ୍ରକୁ ପ୍ରବେଶ କରିବାକୁ ଭୟ କରିବେ । ଏବେ ଏହି ମାମଲା ଗୁରୁବାର ଦିନ ସୁପ୍ରିମ କୋର୍ଟରେ ଶୁଣାଣି ହେବ ।

ଟିକା ଦାମ୍କୁ ନେଇ ବେଙ୍ଗଲ ଓ କେନ୍ଦ୍ର ମଧ୍ୟରେ ବିବାଦ

ଟିକା ଦାମ୍କୁ ନେଇ ବେଙ୍ଗଲ ଓ କେନ୍ଦ୍ର ମଧ୍ୟରେ ବିବାଦ

  • Share this:
News18 Odia Digital
ନୂଆ ଦିଲ୍ଲୀ: କରୋନା ଭାଇରସ୍ ଟିକା ଦାମ୍କୁ ନେଇ କେନ୍ଦ୍ର ସରକାର ଓ ପଶ୍ଚିମ ବଙ୍ଗ ସରକାର ସୁପ୍ରିମ କୋର୍ଟରେ ମୁହାଁମୁହିଁ ହୋଇଛନ୍ତି । ଗୋଟିଏ ପଟେ ଯେଉଁଠାରେ ପଶ୍ଚିମ ବଙ୍ଗ ସରକାର କହିଛନ୍ତି ଯେ ବାର୍ଷିକ ବଜେଟରେ ଟିକା ପାଇଁ କେନ୍ଦ୍ର ସରକାର ଅର୍ଥ ଆବଣ୍ଟନ କରିଛନ୍ତି । ଯଦି ଏହା ବ୍ୟବହାର କରାଯାଏ ତେବେ ସମଗ୍ର ଦେଶର ଲୋକଙ୍କୁ ମାଗଣା ଟିକା ଦିଆଯାଇପାରିବ । ଏଥି ସହିତ କେନ୍ଦ୍ର ସରକାର କେନ୍ଦ୍ର ସରକାର ଯୁକ୍ତି କରିଛନ୍ତି ଯେ ଯଦି ସରକାର ଦାମ୍ କିମ୍ବା ବଜାରକୁ ନିୟନ୍ତ୍ରଣ କରନ୍ତି, ତେବେ ଘରୋଇ ଓ ବିଦେଶୀ କମ୍ପାନୀମାନେ ଏହି କ୍ଷେତ୍ରକୁ ପ୍ରବେଶ କରିବାକୁ ଭୟ କରିବେ । ଏବେ ଏହି ମାମଲା ଗୁରୁବାର ଦିନ ସୁପ୍ରିମ କୋର୍ଟରେ ଶୁଣାଣି ହେବ । ସୁପ୍ରିମ କୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରି କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ସରକାର ନିଜର ତଥ୍ୟ ଓ ଯୁକ୍ତି ଉପସ୍ଥାପନ କରିଛନ୍ତି ।

ପଶ୍ଚିମ ବଙ୍ଗ ଟିକା ପ୍ରସ୍ତୁତ କରୁଥିବା କମ୍ପାନୀମାନଙ୍କୁ ଗ୍ରାଣ୍ଡ କିମ୍ବା ଅନୁଦାନ ଦେଇ ଲାଭବାନ କରାଯାଇଥିବା ଅଭିଯୋଗ କରିଛି । ସେମାନେ କହିଛନ୍ତି ଯେ ଯଦି ଟିକା ଗବେଷଣା ଓ ଉତ୍ପାଦନ ପାଇଁ ସରକାର କମ୍ପାନୀମାନଙ୍କୁ ଟଙ୍କା ଦେଇଛନ୍ତି । ତେବେ ଟିକା ପାଇଁ ମୂଲ୍ୟ କାହିଁକି ନିଆଯାଉଛି? ଏହାର ଜବାବରେ କେନ୍ଦ୍ର କୌଣସି କମ୍ପାନୀକୁ ଅନୁଦାନ ଦିଆଯାଇ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ହଁ, ଏହା ନିଶ୍ଚିତ ଯେ ଟିକାକରଣର କ୍ଲିନିକାଲ୍ ପରୀକ୍ଷା ପାଇଁ ଟଙ୍କା ଦିଆଯାଇଛି ବୋଲି କେନ୍ଦ୍ର କହିଛି ।

କେନ୍ଦ୍ର ସରକାର ସୁପ୍ରିମ କୋର୍ଟରେ ଦାଖଲ କରିଥିବା ସତ୍ୟପାଠ ଅନୁଯାୟୀ, ଭାରତ ବାୟୋଟେକକୁ ଆଇସିଏମଆର ସହିତ କ୍ଲିନିକାଲ ଟ୍ରାଏଲ ପାଇଁ ୩୫ କୋଟି ଟଙ୍କା ଓ ସେରମ୍ ଇନଷ୍ଟିଚ୍ୟୁଟକୁ ୧୧ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହା ବ୍ୟତୀତ ଏକ ବେସରକାରୀ ତଥା ତିନୋଟି ସରକାରୀ ଅନୁଷ୍ଠାନକୁ ଟିକା ଦେବା ପାଇଁ ୨୦୦ କୋଟି ଟଙ୍କା ଦେବାକୁ ସମ୍ମତି ଦିଆଯାଇଛି । କିନ୍ତୁ ଟଙ୍କା ଏପର୍ଯ୍ୟନ୍ତ ରିଲିଜ କରାଯାଇ ନାହିଁ ।

କେନ୍ଦ୍ର ସରକାର ନିଜ ଆଫିଡେଭିଟ୍‌ରେ କହିଛନ୍ତି ଯେ କୋଭିସିଲ୍ଡ ଟିକା ଯୋଗାଇବା ପାଇଁ ସେରମ୍ ପ୍ରତିଷ୍ଠାନକୁ ୧୭୩୨.୫୦ କୋଟି ଟଙ୍କା ଅଗ୍ରୀମ ପ୍ରଦାନ କରାଯାଇଥିବାବେଳେ ଭାରତ ବାୟୋଟେକକୁ କୋଭାକ୍ସାଇନ୍ ପାଇଁ ୭୮୭.୫୦ କୋଟି ଟଙ୍କା ଅଗ୍ରୀମ ପ୍ରଦାନ କରାଯାଇଛି । କିନ୍ତୁ ପଶ୍ଚିମ ବଙ୍ଗ ସରକାର ଏହି ପ୍ରତିଶ୍ରୁତିରେ ଭିନ୍ନ ଭିନ୍ନ ଆକଳନ କରିଛନ୍ତି ।

କ'ଣ ରହିଛି ପଶ୍ଚି ମବଙ୍ଗ ସରକାରଙ୍କ ତର୍କ?

ପଶ୍ଚିମ ବଙ୍ଗ କହିଛି ଯେ ୨୦୨୧ ବଜେଟରେ ଏହି ଟିକା ପାଇଁ ଭାରତ ସରକାର ୩୫ ହଜାର କୋଟି ଟଙ୍କା ଆବଣ୍ଟନ କରିଛନ୍ତି । ବଜେଟର ୩୫ ହଜାର କୋଟି ଟଙ୍କାରୁ ୫୦ କୋଟି ଲୋକଙ୍କୁ ଟିକା ଦିଆଯାଇପାରିବ । ୫୦ କୋଟି ଲୋକଙ୍କ ପାଇଁ ଗୋଟିଏ ଟିକା ଦାମ୍ ଡୋଜ ପିଛା ୩୫୦ ଟଙ୍କା ହେବ । ଯେତେବେଳେ କି ଭାରତ ସରକାର କମ୍ପାନୀଗୁଡିକରୁ ଗୋଟିଏ ଡୋଜ ପାଇଁ ମାତ୍ର ୧୫୦ ଟଙ୍କା ମୂଲ୍ୟ ସ୍ଥିର କରିଛନ୍ତି । ଅର୍ଥାତ୍ ଭାରତ ସରକାରଙ୍କ ଦ୍ୱାରା ସ୍ଥିର କରାଯାଇଥିବା ଦାମ୍ ଦେଶର ଏକ ବୃହତ ଜନସଂଖ୍ୟାକୁ ମାଗଣା ଟିକା ଦିଆଯାଇପାରିବ ।

ପଶ୍ଚିମ ବଙ୍ଗ ସରକାର କହିଛନ୍ତି ଯେ କେନ୍ଦ୍ର ସରକାର ନିଜେ କମ୍ପାନୀରୁ ୧୫୦ ଟଙ୍କାରେ ଏହି ଟିକା କିଣୁଛନ୍ତି । କିନ୍ତୁ ରାଜ୍ୟଗୁଡିକ ସମାନ ଟିକାକୁ ୩୦୦ ଟଙ୍କା (କୋଭିଶିଲ୍ଡ) ଓ ୬୦୦ ଟଙ୍କାରେ (କୋଭାକ୍ସିନ) ପାଇଛନ୍ତି । ଏହା ସହ ରାଜ୍ୟମାନଙ୍କୁ ଅନ୍ୟାନ୍ୟ ଲାଭଦାୟକ ଯୋଜନାର ଟଙ୍କା କାଟି ଟିକା ପାଇଁ ଖର୍ଚ୍ଚ କରିବାକୁ ପଡିବ । ରାଜ୍ୟ ସରକାର କହିଛନ୍ତି ଯେ ଭାରତୀୟ ପେଟେଣ୍ଟ ଆକ୍ଟ ୧୯୭୦ ର ଧାରା ୯୨ ଅନୁଯାୟୀ, କେନ୍ଦ୍ର ସରକାର ଅନ୍ୟ ୧୮ ଟି କମ୍ପାନୀକୁ ମଧ୍ୟ ଟିକା ଦେବା ପାଇଁ ଅନୁମତି ଦେବା ଉଚିତ । ଏହାଦ୍ୱାରା ଟିକାକରଣର ଦାମ୍ ହ୍ରାସ ପାଇବ ।

ଏହାର ଜବାବରେ କେନ୍ଦ୍ର ସରକାର ଯୁକ୍ତି ଦର୍ଶାଇଛନ୍ତି ଯେ ଯଦି ସରକାର ଦର କିମ୍ବା ବଜାରକୁ ନିୟନ୍ତ୍ରଣ କରନ୍ତି, ତେବେ ଘରୋଇ ଓ ବିଦେଶୀ କମ୍ପାନୀମାନେ ଏହି କ୍ଷେତ୍ରକୁ ପ୍ରବେଶ କରିବାକୁ ଭୟ କରିବେ । ଏବେ ଏହି ମାମଲା ଗୁରୁବାର ସୁପ୍ରିମ କୋର୍ଟରେ ଶୁଣାଣି ହେବ ।
Published by:Jagdish Barik
First published: