UG ଓ PG ପରୀକ୍ଷା ରାଜ୍ୟ ସରକାରଙ୍କ ପାଇଁ ବଡ଼ ଚାଲେଞ୍ଜ; ଏବେ ବି ଚିନ୍ତାରେ ଛାତ୍ରଛାତ୍ରୀ

୨୦ ତାରିଖରୁ ସାରା ରାଜ୍ୟରେ ଆରମ୍ଭ ହୋଇଯିବ UG ଓ PG ଶେଷ ବର୍ଷ ପରୀକ୍ଷା। ରାଜ୍ୟ ସରକାର ଅକ୍ଟୋବର ୧୦ ତାରିଖ ସୁଦ୍ଧା ପରୀକ୍ଷା ଶେଷ କରିବାକୁ ସବୁ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟକୁ କହିବା ପରେ ଏବେ ନିଜ ନିଜ ସ୍ତରରେ ଆରମ୍ଭ ହୋଇଛି ପ୍ରସ୍ତୁତି ।

UG ଓ PG ପରୀକ୍ଷା ରାଜ୍ୟ ସରକାରଙ୍କ ପାଇଁ ବଡ଼ ଚାଲେଞ୍ଜ; ଏବେ ବି ଚିନ୍ତାରେ ଛାତ୍ରଛାତ୍ରୀ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 4, 2020, 7:51 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ୟୁଜି ଓ ପିଜି ପରୀକ୍ଷାକୁ ନେଇ ତୁଟୁ ନାହିଁ ଅଡୁଆ। ରାଜ୍ୟ ସରକାର ଅକ୍ଟୋବର ୧୦ ତାରିଖ ସୁଦ୍ଧା ପରୀକ୍ଷା ଶେଷ କରିବାକୁ ନିଷ୍ପତ୍ତି ନେବା ପରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଆରମ୍ଭ ହୋଇଛି ପ୍ରସ୍ତୁତି। ଅଫଳାଇନ ପରୀକ୍ଷାକୁ ଛାତ୍ରଛାତ୍ରୀମାନେ ବିରୋଧ କରିଛନ୍ତି । ସ୍ୱୟଂଶାସିତ ମହାବିଦ୍ୟାଳୟଗୁଡିକ ଅନଲାଇନ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ଆସନ୍ତା ୨୦ ତାରିଖରୁ ସାରା ରାଜ୍ୟରେ ଆରମ୍ଭ ହୋଇଯିବ ୟୁଜି ଓ ପିଜି ଶେଷ ବର୍ଷ ପରୀକ୍ଷା। ରାଜ୍ୟ ସରକାର ଅକ୍ଟୋବର ୧୦ ତାରିଖ ସୁଦ୍ଧା ପରୀକ୍ଷା ଶେଷ କରିବାକୁ ସବୁ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟକୁ କହିବା ପରେ ଏବେ ନିଜ ନିଜ ସ୍ତରରେ ଆରମ୍ଭ ହୋଇଛି ପ୍ରସ୍ତୁତି । ବିଜେବି, ରେଭେନ୍ସା, ଫକୀର ମୋହନ ଭଳି କିଛି ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟ ଅନଲାଇନ ମୋଡ଼ର ପରୀକ୍ଷା କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଉତ୍କଳ ବିଶ୍ଵବିଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟ ଅଫଳାଇନ୍ ରେ ଏମ.ସି.କ୍ୟୁ. ପଦ୍ଧତିରେ ପରୀକ୍ଷା ହେବ ।

‘‘ଆମେ ପରୀକ୍ଷା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ। ଆମର ୟୁଜି ଓ ପିଜିରେ ପ୍ରାୟ ୧,୫୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଅନଲାଇନ ମାଧ୍ୟମରେ ଏମ୍.ସି.କ୍ୟୁ. ମେଥଡ଼ରେ ପରୀକ୍ଷା କରିବୁ। ପିଲା ଘରେ ବସି ପରୀକ୍ଷା ଦେବେ । ଅକ୍ଟୋବର ଶେଷ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବୁ,’’ କହିଛନ୍ତି ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ସୁପ୍ରଭା ତ୍ରିପାଠୀ । ଏହାକୁ ନେଇ ଛାତ୍ରଛାତ୍ରୀ ବି ବେଶ ଖୁସି ପ୍ରକାଶ କରିଛନ୍ତି ।

ଅନ୍ୟ କିଛି ମହାବିଦ୍ୟାଳୟ ପାଇଁ ଏବେ ବି ଚିନ୍ତାର କାରଣ ପାଲଟିଛି ପରୀକ୍ଷା। ‘‘ଆମର ଅନେକ ପିଲା ଗ୍ରାମାଞ୍ଚଳରୁ । ତେଣୁ ଅନଲାଇନ ପରୀକ୍ଷା କରିବା ସମ୍ଭବ ନୁହେଁ। ଏଠି ଅନଲାଇନ ପାଠ ପଢ଼ାଇବା ମୁସ୍କିଲ, ପରୀକ୍ଷା ତ ଦୂରର କଥା। ଆମ ପାଖରେ ଯଥେଷ୍ଟ ଭିତ୍ତିଭୂମି ଅଛି। ଅଫଳାଇନ ପରୀକ୍ଷା କରିବାକୁ ପ୍ରସ୍ତୁତି ଚାଲିଛି,’’ କହିଛନ୍ତି କମଳା ନେହେରୁ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ସି. ଲକ୍ଷ୍ମୀ ।

ଏହା ବି ପଢ଼ନ୍ତୁ କି ସାହସ! ରାସ୍ତାରେ ମୋବାଇଲ୍ ଛଡ଼ାଳିଙ୍କ ସହ ଲଢ଼ି ଝିଅଟି ଜଣକୁ ଧରିଲା; ଦେଖନ୍ତୁ VIDEO

ଏହା ବି ପଢ଼ନ୍ତୁ ଫିଲିପାଇନ୍ସରେ ଲଜ୍ଜା! Zoom ମିଟିଂ ବେଳେ ସେକ୍ରେଟାରୀଙ୍କ ସହ ସେକ୍ସ କରୁଥିବା ଦେଖାଗଲେ ସରକାରୀ ଅଧିକାରୀ

ଅଫଲାଇନ ପରୀକ୍ଷାକୁ ବିରୋଧ କରିଛନ୍ତି ପରୀକ୍ଷାର୍ଥୀମାନେ। ଗ୍ରାମାଞ୍ଚଳରୁ ଆସି ଛାତ୍ରଛାତ୍ରୀମାନେ କେଉଁଠି ରହି ପରୀକ୍ଷା ଦେବେ ବୋଲି ପ୍ରଶ୍ନ କରିଛନ୍ତି ସେମାନେ । ଅଧିକାଂଶ ଛାତ୍ରଛାତ୍ରୀ ମେସରେ ରହି ପଢୁଥିବା ବେଳେ ଏବେ କରୋନା ଯୋଗୁଁ ଘରମାଲିକମାନେ ସେମାନଙ୍କୁ ରଖିବା ପାଇଁ ମନା କରିଦେଇଛନ୍ତି । ଏଭଳି ସ୍ଥିତିରେ ଗମନାଗମନ ଠାରୁ ଆରମ୍ଭ କରି ରହିବା ଓ ଖାଇବା ଆଦି ସମସ୍ୟା ଏବଂ ସଂକ୍ରମଣର ଭୟ ବି ବଢ଼ିବାରେ ଲାଗିଛି ବୋଲି ଅଭିଯୋଗ କରିଛନ୍ତି ପରୀକ୍ଷାର୍ଥୀମାନେ।



ଶାନ୍ତି ଶୃଙ୍ଖଳାର ସହ ପରୀକ୍ଷା କରାଇବାକୁ ସବୁ ଜିଲ୍ଲାପାଳ ଓ ମହାନଗର ନିଗମର କମିଶନରଙ୍କୁ ଚିଠି ଲେଖିଛି ଉଚ୍ଚ ଶିକ୍ଷା ବିଭାଗ। ତେବେ ୧,୦୦୦ ମହାବିଦ୍ୟାଳୟରେ ୨ ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଇବା ରାଜ୍ୟ ସରକାରଙ୍କ ପାଇଁ ଏକ ଚାଲେଞ୍ଜ ହୋଇପାରେ ।  ପରୀକ୍ଷା ପୂର୍ବରୁ ସବୁ ମହାବିଦ୍ୟାଳୟ ସାନିଟାଇଜ କରାଯିବ । ସାମାଜିକ ଦୂରତା ରଖି ପରୀକ୍ଷା କରାଯିବ। ମାସ୍କ ବାଧ୍ୟତାମୂଳକ ହୋଇଥିବା ବେଳେ ସବୁ ପରୀକ୍ଷା କେନ୍ଦ୍ରରେ ଥର୍ମାଲ ସ୍କ୍ରିନିଂ ଓ ହାତ ସାନିଟାଇଜିଂ ସୁବିଧା ରହିବ ।
Published by: Anand Shankar Thankur Das
First published: September 4, 2020, 7:51 PM IST
corona virus btn
corona virus btn
Loading