ରାଜ୍ୟରେ କୋଭିଡ୍ ଔଷଧର କଳାବଜାରୀ ରୋକିବା ପାଇଁ ଉଚ୍ଚସ୍ତରୀୟ କମିଟି ଗଠିତ ହେଲା

କ୍ରାଇମ୍ ବ୍ରାଞ୍ଚ୍ ଏଡିଜି ଜଶୋବନ୍ତ ଜେଠୱାଙ୍କୁ ଏହି କମିଟିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ଏଥିରେ କ୍ରାଇମ୍ ବ୍ରାଞ୍ଚ୍, ଏସ୍.ଟି.ଏଫ୍., ଡ୍ରଗ୍ କଣ୍ଟ୍ରୋଲର୍ ଓ ପୋଲିସକୁ ସାମିଲ କରାଯାଇଛି । ଏହି କମିଟି ରାଜ୍ୟରେ ରେମଡେସିଭିର୍ ଓ ଫାବିଫିରାଭିର୍ ଔଷଧର କାରବାର ଉପରେ ନଜର ରଖିବ ।

ରାଜ୍ୟରେ କୋଭିଡ୍ ଔଷଧର କଳାବଜାରୀ ରୋକିବା ପାଇଁ ଉଚ୍ଚସ୍ତରୀୟ କମିଟି ଗଠିତ ହେଲା
ରେମଡେସିଭିର୍; (ଡାହାଣ) କ୍ରାଇମ୍ ବ୍ରାଞ୍ଚ୍ ଏଡିଜି ଜଶୋବନ୍ତ ଜେଠୱା
  • News18 Odia
  • Last Updated: April 18, 2021, 11:18 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କୋଭିଡର ଦ୍ବିତୀୟ ଲହରୀ ପୂରା ଦେଶକୁ ଥରହର କରୁଥିବା ବେଳେ ଦେଶର ବିଭିନ୍ନ ରାଜ୍ୟରେ ରେମଡେସିଭିର ଓ ଫାବିଫିରାଭିର୍ ଭଳି ଜୀବନ ରକ୍ଷାକାରୀ ଔଷଧଗୁଡିକର ଚାହିଦା ହଠାତ ବୃଦ୍ଧି ପାଇଛି ଓ ଏହାର ଫାଇଦା ଉଠାଇବାରେ ଲାଗିଛନ୍ତି ଅସାଧୁ ବ୍ୟବସାୟୀମାନେ । କରୋନା ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ଔଷଧର ଦେଶବ୍ୟାପି କଳାବଜାରୀ ଆରମ୍ଭ ହୋଇଯାଇଛି । ଓଡ଼ିଶାରେ ସେଭଳି ସ୍ଥିତି ଉପୁଜି ନ ଥିଲେ ମଧ୍ୟ ରାଜ୍ୟରେ ଏହା ହେବାକୁ ନ ଦେବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ ।

ରେମଡେସିଭିର ଓ ଫାବିଫିରାଭିର୍ ଭଳି ଔଷଧର ଯୋଗାଣ ଉପରେ ନଜର ରଖିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରବିବାର ଦିନ ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇଛି । କ୍ରାଇମ୍‌ ବ୍ରାଞ୍ଚ୍‌ ଏଡିଜି ଜଶୋବନ୍ତ ଜେଠୱାଙ୍କୁ ଏହି କମିଟିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିବା ବେଳେ ଏହି ଟିମରେ କ୍ରାଇମ୍‌ ବ୍ରାଞ୍ଚ୍‌, ଏସ୍‌.ଟି.ଏଫ୍‌., ଡ୍ରଗ୍‌ କଣ୍ଟ୍ରୋଲର୍‌ ଓ ପୋଲିସକୁ ସାମିଲ କରାଯାଇଛି । ଏହି ଟିମ ରାଜ୍ୟରେ ରେମଡେସିଭିର୍ ଓ ଫାବିଫିରାଭିର୍ ଭଳି ଜୀବନ ରକ୍ଷାକାରୀ ଔଷଧଗୁଡ଼ିକର କାରବାର ଉପରେ ନଜର ରଖିବ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | IPL 2021: KKR ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ନୀତିଶ ରାଣାଙ୍କ ସ୍ତ୍ରୀ ଇଣ୍ଟେରିୟର ଡିଜାଇନର୍; କୋହଲିଙ୍କ ଫ୍ୟାନ୍

ଔଷଧ ନିର୍ମାତାମାନଙ୍କଠାରୁ ଆରମ୍ଭ କରି ଷ୍ଟକିଷ୍ଟ, ହୋଲସେଲର, ଔଷଧ ଦେକାନୀ ଓ ଏହି ଔଷଧଗୁଡି଼କୁ କିଣୁଥିବା ଗ୍ରାହକମାନଙ୍କ ପର୍ଯ୍ୟନ୍ତ ଲମ୍ବିଥିବା ପୂରା ଚେନ୍ ଉପରେ ଏହି ଟିମ୍‌ ନଜର ରଖିବ । ଅନିୟମିତତା ସାମନାକୁ ଆସିଲେ କଳାବାଜାରୀ କରୁଥିବା ବ୍ୟବସାୟୀ ଓ ଦୋକାନୀଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହିତ ବ୍ୟାବସାୟିକ ପ୍ରତିଷ୍ଠାନକୁ ସିଲ୍‌ କରିବା ଓ ସାମଗ୍ରୀ ଜବତ କରିବାର କ୍ଷମତା ମଧ୍ୟ ଏହି କମିଟି ପାଖରେ ରହିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଗର୍ଭରେ ଥିବା ଶିଶୁ ପାଇଁ କରୋନା ଭାଇରସ୍ କେତେ ବିପଦଜନକ ହୋଇପାରେ? ଜାଣନ୍ତୁ

‘‘ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଏହି କମିଟି ଗଠିତ ହୋଇଛି । ଆମେ ଦୁଇଟି ବୈଠକ କରି ପୂରା ଆକ୍ସନ ପ୍ଳାନ୍ ପ୍ରସ୍ତୁତ କରିଛୁ । କୋଭିଡ ଔଷଧର ସ୍ଥିତି ଯାଞ୍ଚ କରିବା ପାଇଁ ପୂରା ରାଜ୍ୟବ୍ୟାପି ଏକ ବଡ଼ ଅଭିଯାନ ଚାଲିବ । ଯେଉଁଠି ବି ଅନିୟମିତା ସାମନାକୁ ଆସିବ ସେଠାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗହଣ କରାଯିବ,’’ ନ୍ୟୁଜ୧୮ ଡିଜିଟାଲକୁ କହିଛନ୍ତି କମିଟିର ଅଧ୍ୟକ୍ଷ ଯଶୋବନ୍ତ ଜେଠୱା ।

ଏହା ବି ପଢ଼ନ୍ତୁ | କଶ୍ମୀରରେ ୧୪ ବର୍ଷର ବାଳକ ଆତଙ୍କବାଦୀ ହେଲା; ଆତ୍ମସମର୍ପଣ କଲାନି; ସେନାର ଗୁଳିରେ ପ୍ରାଣ ଗଲା

ରବିବାର ଦିନ ଗୁଜରାଟ ପୋଲିସ ଜଣେଇଛି ଯେ ଏକ ଔଷଧ କମ୍ପାନୀର ଜଣେ ବଡ଼ ଅଧିକାରୀ ଓ ତାଙ୍କ ସହଯୋଗୀଙ୍କୁ ରେମଡେସିଭିର ଔଷଧର କଳାବଜାରୀ ଅଭିଯୋଗରେ ଗିରଫ କରାଯାଇଛି । ସେମାନେ ରେମଡେସିଭିର ଔଷଧକୁ ଖୁବ୍‌ ଉଚ୍ଚ ଦାମରେ ବିକ୍ରି କରୁଥିଲେ । ଏହା ପୂର୍ବରୁ ଶନିବାର ଦିନ ମୁମ୍ବାଇ ପୋଲିସର ଏକ ଟିମ୍‌ ବ୍ରକ୍‌ ଫାର୍ମା ନାମକ ଏହି କମ୍ବାନୀର ଜଣେ ନିର୍ଦ୍ଦେଶକଙ୍କ ସହ ପଚରାଉଚରା କରିଥିଲା ।



କ୍ରାଇମ୍‌ ବ୍ରାଞ୍ଚର ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସୋମବାରଠାରୁ ରାଜ୍ୟର ବିଭିନ୍ନ ଔଷଧ ଗୋଦାମ ଓ ବଡ଼ ବଡ଼ ଔଷଧ ଦେକାନଗୁଡି଼କରେ ଏହି କମିଟି ପକ୍ଷରୁ ଚଢ଼ାଉ କରାଯିବ । ବିଶେଷ କରି ଟ୍ୱିନ୍‌ ସିଟିରେ ଏହି ରେଡକୁ ଜୋରଦାର୍‌ କରାଯିବ ବୋଲି ଜଣାପଡ଼ିଛି ।
Published by: Anand ST Das
First published: April 18, 2021, 11:18 PM IST