ବରିଷ୍ଠ ନାଗରିକଙ୍କୁ ସାହାଯ୍ୟ ଓ ସୁରକ୍ଷା ଦେବ କମିଶନରେଟ୍ ପୋଲିସ; ଜାରି କଲା ହେଲ୍ପଲାଇନ୍‌ ନମ୍ବର୍‌

ଅନେକ ବରିଷ୍ଠ ନାଗରିକ ଏକା ରହୁଥିବାରୁ ଲକଡାଉନ୍ ଯୋଗୁଁ ସେମାନେ ବହୁ ସମସ୍ୟାର ସାମନା କରୁଛନ୍ତି । ଟ୍ୱିନ୍ ସିଟିର ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ ସେମାନଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବ ପୋଲିସ ।

ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ; (ଡାହାଣ) ନିକଟରେ ଆୟୋଜିତ ଏକ ବରିଷ୍ଠ ନାଗରିକ ବୈଠକର ଦୃଶ୍ୟ

ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ; (ଡାହାଣ) ନିକଟରେ ଆୟୋଜିତ ଏକ ବରିଷ୍ଠ ନାଗରିକ ବୈଠକର ଦୃଶ୍ୟ

  • Share this:
News18 Odia Digital

ଭୁବନେଶ୍ୱର: କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଲାଗୁ ହୋଇଥିବା ଲକଡାଉନ୍‌ ସମସ୍ତଙ୍କୁ ଅସୁବିଧାରେ ପକାଇଥିବା ବେଳେ ବରିଷ୍ଠ ନାଗରିକମାନେ ଅଧିକ ଚିନ୍ତାଗ୍ରସ୍ତ ରହୁଛନ୍ତି । ପଦାକୁ ବାହାରିଲେ ପାଦେ ପାଦେ ବିପଦ ଥିବାରୁ ଜଗି ରଖି ଚଳୁଛନ୍ତି ସେମାନେ । ଏଭଳି ପରିସ୍ଥିତିରେ କଟକ ଓ ଭୁବନେଶ୍ୱରର ବରିଷ୍ଠ ନାଗରିକମାନଙ୍କ ସୁରକ୍ଷା ଓ ସାହାଯ୍ୟ ପାଇଁ ଏକ ହେଲ୍ପଲାଇନ ନମ୍ବର ଜାରି କରିଛି କମିଶନରେଟ ପୋଲିସ ।

‘‘ଆମେ ଲକଡାଉନ୍‌ ନିୟମାବଳୀର ଅନୁପାଳନ କରାଇବା ସମୟରେ ଲକ୍ଷ କରୁଛୁ ଯେ ବରିଷ୍ଠ ନାଗରିକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପଦାକୁ ବାହାରୁଥିବା ମନା ଥିବା ବେଳେ ଔଷଧ ଓ ପରିବାପତ୍ର ପାଇବାରେ ସେମାନେ ଅସୁବିଧା ଭୋଗୁଛନ୍ତି । ଏଭଳି କ୍ଷେତ୍ରରେ ଆମେ କଟକ ଓ ଭୁବନେଶ୍ୱରରେ ରହୁଥିବା ବରିଷ୍ଠ ନାଗରିକମାନଙ୍କ ସହାୟତା ପାଇଁ ଏକ ହେଲ୍ପଲାଇନ ନମ୍ବର ଜାରି କରିଛୁ । ନମ୍ବରଟି ହେଉଛି ୮୦୯୩୦୨୮୧୦୦ । ଏହି ନମ୍ବରରେ ଯୋଗାଯୋଗ କଲେ ବରିଷ୍ଠ ନାଗରିକମାନଙ୍କୁ ପୋଲିସ ସହଯୋଗ କରିପାରିବ,’’ କହିଛନ୍ତି ଟ୍ୱିନ୍‌ ସିଟିର ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

କମିସନରେଟ ପୋଲିସର ଏକ ବରିଷ୍ଠ ନାଗରିକ ସେଲ୍‌ ଅଛି । ଏହା ବିଷୟରେ ବିବରଣୀ କମିଶନରେଟ୍‌ ପୋଲିସର ୱେବସାଇଟରେ ଉପଲବ୍ଧ ରହିଛି । ଏଥିରେ ଅନେକ ବରିଷ୍ଠ ନାଗରିକ ପଞ୍ଜୀକରଣ କରିଛନ୍ତି । ଏବେ ସୁଦ୍ଧା ୨୫,୦୦୦ରୁ ଅଧିକ ବରିଷ୍ଠ ନାଗରିକ ଏହି ୱେବସାଇଟରେ ପଞ୍ଜୀକୃତ ହୋଇଥିବା ଜଣାପଡ଼ିଛି । ପଞ୍ଜୀକୃତ ବରିଷ୍ଠ ନାଗରିକମାନଙ୍କ ସୁରକ୍ଷା ପାଇଁ ସବୁ ଥାନାରେ ଜଣେ ଜଣେ ନୋଡ଼ାଲ ଅଫିସର୍‌ ବି ନିଯୁକ୍ତ କରାଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ପୁଅକୁ ନେଇ ଅଭିନେତ୍ରୀ ଶ୍ୱେତା ତିୱାରୀ ପୂର୍ବ ପତିଙ୍କ ମଧ୍ୟରେ ଝଗଡ଼ା CCTV ଫୁଟେଜ୍ VIDEOରେ ଜାରି

ଟ୍ୱିନ୍‌ ସିଟିର ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ


‘‘ବରିଷ୍ଠ ନାଗରିକମାନଙ୍କ ସବୁ ସମସ୍ୟାର ସମାଧାନ ତ ପୋଲିସ କରିପାରିବ ନାହିଁ । କିନ୍ତୁ ଯେଉଁ ସମସ୍ୟାଗୁଡି଼କ ପୋଲିସ ଦ୍ୱାରା ହୋଇପାରିବ, ସେ ସବୁରେ ସାହାଯ୍ୟ ଓ ସହଯୋଗ କରିବାରେ ପୋଲିସ ହେଳା କରିବ ନାହିଁ । ବିଶେଷ କରି ଲକଡାଉନ୍‌ ଓ ସଟଡାଉନ ସମୟରେ ବରିଷ୍ଠ ନାଗରିକମାନଙ୍କ ପାଇଁ ପୋଲିସ ଅତ୍ୟାବଶ୍ୟକୀୟ ସାମଗ୍ରୀ କିମ୍ବା ଔଷଧ ଯୋଗାଇ ଦେବାରେ ସହାୟକ ହେବ,’’ କହିଛନ୍ତି ପ୍ରିୟଦର୍ଶୀ ।

ଏହା ବି ପଢ଼ନ୍ତୁ | ‘‘ମୋଅକ୍ସିଜେନ୍ ସ୍ତର କମୁଛିଅକ୍ସିଜେନ୍ ବେଡ୍ ମିଳିବ କି? ମୁଁ ପୁଣି ଜନ୍ମ ନେବି:’’ ମୃତ୍ୟୁ ପୂର୍ବରୁ କହିଲେ ଅଭିନେତା ରାହୁଲ

ଶୈଳଶ୍ରୀ ବିହାର ଅଞ୍ଚଳରେ ରହୁଥିବା ବରିଷ୍ଠ ନାଗରିକ ଦିଲୀପ ସାହୁ କହିଛନ୍ତି, ‘‘କୋଭିଡ ଲକଡାଉନ୍‌ ସମୟରେ ମୋ’ ପରି ଅନେକ ବୟସ୍କ ଲୋକ ଘରେ ଏକାକୀ ରହୁଛନ୍ତି । ଅନେକ ଲୋକଙ୍କ ପରିବାର ବିଦେଶରେ ରହୁଛନ୍ତି । ଏହି  ମହାମାରୀ ସମୟରେ କାହା ଘରକୁ କେହି ଯାଉ ନାହାନ୍ତି । ସଉଦା ହେଉ ବା ଔଷଧ ଦରକାର ହେଲେ ବା ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ିଲେ ଆମେ ଅସୁବିଧାର ସମ୍ମୁଖୀନ ହେଉଛୁ । ଏପରି ସ୍ଥଳେ ପୋଲିସର ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ ।’’

ଏହା ବି ପଢ଼ନ୍ତୁ | ଆସିଲା କରୋନା ପଛରେ ଥିବା ସାଙ୍ଘାତିକ ସତ୍ୟ: ଚୀନ୍ ଏହାକୁ ଜୈବିକ ଅସ୍ତ୍ର ଭାବେ ପରୀକ୍ଷା କରୁଥିଲା!

‘‘ଏଭଳି ମହାମାରୀ ସମୟରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଏମିତି ଏକ ବ୍ୟବସ୍ଥା ଅତି ଜରୁରୀ ଥିଲା । ପୋଲିସ ଜାରି କରିଥିବା ନମ୍ବରକୁ ସମସ୍ତେ ସଦୁପଯୋଗ କରିବା ଉଚିତ । ପୋଲିସ ନମ୍ବର ତ ଜାରି କରିଛି, ହେଲେ ତାକୁ କେମିତି କାର୍ଯ୍ୟକାରୀ କରୁଛି ତାହା ଦେଖିବା କଥା,’’ କହିଛନ୍ତି ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହୁଥିବା ବରିଷ୍ଠ ନାଗରିକ ପ୍ରଫୁଲ କୁମାର ରଥ ।



କମିଶନରେଟ ପୋଲିସର ଏହି ହେଲ୍ପଳାଇନ ସେବା କେବଳ କଟକ ଓ ଭୁବନେଶ୍ୱରରେ ରହୁଥିବା ବରିଷ୍ଠ ନାଗରିକମାନଙ୍କ ପାଇଁ ଉଦ୍ଦିଷ୍ଟ । ସାରା ରାଜ୍ୟ ସମେତ ଦେଶ କରୋନା ମହାମାରୀର ମୁକାବିଲା କରୁଥିବା ବେଳେ ସ୍ଥଳରେ ଘରେ ରହିବାକୁ ସରକାର ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି । ଲକଡାଉନ୍‌ ସମୟରେ ଅତି ଆବଶ୍ୟକ ନ ହେଲେ ପଦାକୁ ନ ବାହାରିବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର ।
Published by:Anand S.T. Das
First published: