ଖୋଲିଲା ରାଜ୍ୟର ସମସ୍ତ କଲେଜ ଓ ୟୁନିଭର୍ସିଟି; କେବଳ ଅଧ୍ୟାପକ ଓ ଅଧ୍ୟାପିକାମାନେ ଆସୁଛନ୍ତି

କରୋନା ସଙ୍କଟର ମୁକାବିଲା ସ୍ଥିତିରେ ସାରା ଦେଶରେ କୌଣସି ଶିକ୍ଷାନୁଷ୍ଠାନ ଖୋଲି ନ ଥିବା ବେଳେ ରାଜ୍ୟରେ ମଧ୍ୟ ଜୁଲାଇ ୩୧ ପର୍ଯ୍ୟନ୍ତ କଲେଜ ଓ ୟୁନିଭର୍ସିଟି ବନ୍ଦ ରଖିବାକୁ ଅନୁରୋଧ କରିଛି ଅଧ୍ୟାପକ ସଙ୍ଘ ।

ଖୋଲିଲା ରାଜ୍ୟର ସମସ୍ତ କଲେଜ ଓ ୟୁନିଭର୍ସିଟି; କେବଳ ଅଧ୍ୟାପକ ଓ ଅଧ୍ୟାପିକାମାନେ ଆସୁଛନ୍ତି
ଭୁବନେଶ୍ୱରରେ ଏକ କଲେଜରେ କିଛି ଅଧ୍ୟାପିକାଙ୍କୁ ସାନିଟାଇଜର୍ ଦେଉଛନ୍ତି ଜଣେ କର୍ମଚାରୀ ।
  • News18 Odia
  • Last Updated: June 17, 2020, 11:28 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟର ସବୁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲିଛି । ଅଧ୍ୟାପକ ଓ ଅଧ୍ୟାପିକାମାନେ ଆସିବେ, ହେଲେ ଛାତ୍ରଛାତ୍ରୀମାନେ ଆସିବେ ନାହିଁ । ଉଚ୍ଚ ଶିକ୍ଷା ବିଭାଗର ଏହି ନିଷ୍ପତ୍ତି ପରେ ରାଜ୍ୟର ସମସ୍ତ କଲେଜ ଖୋଲାଯାଇଛି। ଏହା ପୂର୍ବରୁ ମହାବିଦ୍ୟାଳୟଗୁଡ଼ିକୁ ସାନିଟାଇଜ କରାଯାଇଥିଲା ଓ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂର ବ୍ୟବସ୍ଥା କରାଯାଇଥିଲା ।

ସାମାଜିକ ଦୂରତା ରକ୍ଷା କରି କାମ କରିବା ସହ ସ୍ଵଚ୍ଛତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି । ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ସମସ୍ତ କର୍ମଚାରୀ, ଅଧ୍ୟାପକ ଓ ଅଧ୍ୟାପିକା କାମରେ ଯୋଗ ଦେଇଛନ୍ତି, ହେଲେ ଦୂର ଦୂରାନ୍ତରୁ ଆସୁଥିବା ଅଧ୍ୟାପକମାନେ ଅସୁବିଧା ଭୋଗିଛନ୍ତି । ପ୍ରତି ଦିନ ବସ ରେ ଯିବା ଆସିବା କରୁଥିବା ଅଧ୍ୟାପକ ହୁଅନ୍ତୁ କି କର୍ମଚାରୀ ସମସ୍ତେ ବର୍ତ୍ତମାନ ସ୍ଥିତିରେ ହଇରାଣ ହେବେ ବୋଲି କହିଛନ୍ତି।

‘‘କଲେଜ ଯିବାକୁ ଆମକୁ ବସର ସାହାଯ୍ୟ ନେବାକୁ ପଡ଼େ । ବର୍ତ୍ତମାନ ପରିସ୍ଥିତିରେ ବସ ଚାଲୁ ନ ଥିବା ବେଳେ ଆଜି ଆମେ ଅଧିକ ଦାମ ଦେଇ ଅଟୋ ଭଡ଼ା କରି ଜଏନ କରିଛୁ । ଏହା ଆମକୁ ବହୁତ ବାଧୁଛି,’’ କହିଛନ୍ତି ଅଧ୍ୟାପିକା ରୀନା ଦାଶ । ‘‘ଆମକୁ ଚାରି ମାସ ହେବ ଦରମା ମଧ୍ୟ ମିଳିନାହିଁ । ଯାହା ବେଦୀ ଉପରେ କୋରଡା ମାଡ଼ ଭଳି ଲାଗୁଛି,’’ ସେ କହିଛନ୍ତି ।

ବସ୍ ଷ୍ଟାଣ୍ଡରେ ବସକୁ ପ୍ରତୀକ୍ଷା କରିଛନ୍ତି ତିନି ଜଣ ଅଧ୍ୟାପିକା ।


ଅଧ୍ୟାପକ ଓ ଅଧ୍ୟାପିକାମାନେ ବସ ଚାଲୁ ନ ଥିବାରୁ କିଛି ସ୍ଥାନରେ ଅଧିକ ଟଙ୍କା ଭଡ଼ା ଦେଇ କଲେଜରେ ଯୋଗ ଦେଇଥିବା କହିଛନ୍ତି । ଗତ ଚାରି ମାସ ହେବ କିଛି ବର୍ଗର ଅଧ୍ୟାପକଙ୍କୁ ଦରମା ମଧ୍ୟ ମିଳି ନାହିଁ । ଏଭଳି ସ୍ଥିତିରେ ସାରା ଦେଶରେ କୌଣସି ଶିକ୍ଷାନୁଷ୍ଠାନ ଖୋଲି ନ ଥିବା ବେଳେ ରାଜ୍ୟରେ ମଧ୍ୟ ଜୁଲାଇ ୩୧ ପର୍ଯ୍ୟନ୍ତ ଏହାକୁ ଘୁଞ୍ଚାଇବାକୁ ଅନୁରୋଧ କରିଛନ୍ତି । ଏ ନେଇ ଗତ କାଲି ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ମଧ୍ୟ ସମସ୍ତ ଅଧ୍ୟାପକ ସଙ୍ଘ ଭେଟିବା ସହ ମୁଖ୍ୟ ମନ୍ତ୍ରୀ ଙ୍କୁ ଅନୁରୋଧ କରିଥିଲା ।

‘‘ଆମେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କୁ ଭେଟି ଏ ନେଇ ଆଲୋଚନା କରିଛୁ । ମନ୍ତ୍ରୀ ମଧ୍ୟ ଆମ କଥାକୁ ଗୁରୁତ୍ୱର ସହ ନେଇଛନ୍ତି ଓ ଏହାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଆମର ମଧ୍ୟ ଆଶା ଅଛି ଯେ ଅନ୍ୟ ସମସ୍ତ ଶିକ୍ଷାଅନୁଷ୍ଠାନ ଭଳି ମହାବିଦ୍ୟାଳୟଗୁଡ଼କ ମଧ୍ୟ ଜୁଲାଇ ପରେ ଖୋଲିବାକୁ ନିଷ୍ପତ୍ତି ନେବେ ରାଜ୍ୟ ସରକାର,’’ କହିଛନ୍ତି ୬୬୨ ବର୍ଗ ଅଧ୍ୟାପକ ସଙ୍ଘର ସଭାପତି ଗୋଲକ ନାୟକ ।

ଅଧିକାଂଶ ମହାବିଦ୍ୟାଳୟରେ ଏବେ ବି ସଙ୍ଗରୋଧ କେନ୍ଦ୍ର ହୋଇଥିବା ବେଳେ ଅଧ୍ୟାପକ ଅଧ୍ୟାପିକାମାନଙ୍କ ଚିନ୍ତା ବଢ଼ିଛି।

ଏହା ବି ପଢ଼ନ୍ତୁ: 

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 17, 2020, 11:28 PM IST
corona virus btn
corona virus btn
Loading