ତେଲେଙ୍ଗାନାର କର୍ଣ୍ଣେଲ୍ ସନ୍ତୋଷ ସହିଦ ହେଲେ; ମାଆ କହିଲେ: ‘ତା’ ବୀରତା ପାଇଁ ମୁଁ ଗର୍ବିତା’

ଭାରତ ଓ ଚୀନ୍ ସୈନିକଙ୍କ ହିଂସକ ମୁକାବିଲାରେ ନିହତ ହୋଇଥିବା କର୍ଣ୍ଣେଲ୍ ସନ୍ତୋଷ ନିଜ ବାପା ମାଆଙ୍କର ଏକ ମାତ୍ର ପୁଅ ଥିଲେ । ଘରେ ତାଙ୍କର ବାପା ମାଆ, ସ୍ତ୍ରୀ ଓ ଦୁଇଟି କୁନି ପିଲା ଅଛନ୍ତି ।

ନିଜ ସ୍ତ୍ରୀ ଓ ଦୁଇ ପିଲାଙ୍କ ସହ କର୍ଣ୍ଣେଲ୍ ସନ୍ତୋଷ ବାବୁ

ନିଜ ସ୍ତ୍ରୀ ଓ ଦୁଇ ପିଲାଙ୍କ ସହ କର୍ଣ୍ଣେଲ୍ ସନ୍ତୋଷ ବାବୁ

  • Share this:
ପି.ଭି. ରମଣ କୁମାର | News18 Odia Digital

ହାଇଦ୍ରାବାଦ: ଭାରତ ଓ ଚୀନ୍ ସୈନ୍ୟମାନଙ୍କ ମଧ୍ୟରେ ହୋଇଥିବା ସଙ୍ଘର୍ଷରେ ନିହତ ହୋଇଥିବା ଭାରତୀୟ ସେନାର ଅଫିସର୍‌ କର୍ଣ୍ଣେଲ୍‌ ସନ୍ତୋଷ ବାବୁ ନିଜ ବାପା ମାଆଙ୍କର ଏକ ମାତ୍ର ପୁଅ ଥିଲେ । ତେଲେଙ୍ଗାନାର ସୁର୍ଯ୍ୟପେଟରେ ରହୁଥିବା ତାଙ୍କ ମାଆ ଏହି ଖବର ପାଇବା ପରେ କହିଛନ୍ତି ଯେ ତାଙ୍କ ପୁଅ ଦେଶ ପାଇଁ ଜୀବନ ଦେଇଥିବାରୁ ସେ ଗର୍ବିତ ଅନୁଭବ କରୁଛନ୍ତି ।

ଦୁଇ ଦେଶର ସୈନ୍ୟମାନଙ୍କ ମଧ୍ୟରେ ହୋଇଥିବା ହିଂସକ ମୁକାବିଲାରେ କର୍ଣ୍ଣେଲ୍‌ ସନ୍ତୋଷ ପ୍ରାଣ ହରେଇବା ଖବର ସେନାର ଜଣେ ଅଧିକାରୀ ତାଙ୍କ ସ୍ତ୍ରୀ ସନ୍ତୋଷୀଙ୍କୁ ଫୋନ୍‌ କରି ସୋମବାର ରାତିରେ ଜଣେଇଥିଲେ । ହେଲେ ସନ୍ତୋଷୀ ଏହି ଖବର ନିଜ ଶାଶୁ ଶ୍ୱଶୁରଙ୍କୁ ଓ ନିଜ ବାପା ମାଆଙ୍କୁ ମଙ୍ଗଳବାର ଦିନ ଜଣେଇଥିଲେ ।

କର୍ଣ୍ଣେଲ୍‌ ସନ୍ତୋଷଙ୍କର ଦୁଇଟି ସାନ ପିଲା ଅଛନ୍ତି – ନଅ ବର୍ଷର ଝିଅ ଅଭିନୟା ଓ ଚାରି ବର୍ଷର ପୁଅ ଅନିରୁଦ୍ଧ ।

ଚୀନ୍‌ ସୈନ୍ୟଙ୍କ ସହ ମୁକାବିଲାରେ କର୍ଣ୍ଣେଲ୍‌ ସନ୍ତୋଷ ପ୍ରାଣ ହରେଇଥିବା ଖବର ମିଳିବା ପରେ ତାଙ୍କର ଜଣେ ଖୁଡ଼ୀ ଚେତାଶୂନ୍ୟ ହୋଇଯାଇଥିଲେ ଓ ତାଙ୍କୁ ହସପିଟାଲରେ ଭର୍ତ୍ତି କରିବାକୁ ପଡ଼ିଥିଲା ।

କର୍ଣ୍ଣେଲ୍ ସନ୍ତୋଷ ବାବୁଙ୍କ ମାଆ ମଞ୍ଜୁଳା ନିଜ ଲୁହକୁ ରୋକି କହୁଛନ୍ତି ଯେ ସେ ଗର୍ବିତା ।


କର୍ଣ୍ଣେଲ୍‌ ସନ୍ତୋଷଙ୍କ ମାଆ ମଞ୍ଜୁଳା ନିଜ ଲୁହକୁ କଷ୍ଟରେ ରୋକି କହିଛନ୍ତି: ’’ ସେ ମୋ’ର ଗୋଟିଏ ବୋଲି ପୁଅ ଥିଲା । ଜଣେ ମାଆ ହିସାବରେ ନିଜ ପୁଅକୁ ହରେଇ ମୋ’ ହୃଦୟରେ ଦୁଃଖ ଆସିଛି, ହେଲେ ମୋତେ ଗର୍ବ ହେଉଛି ଯେ ମୋ’ ପୁଅ ନିଜ ଦେଶ ମାଆ ପାଇଁ ପ୍ରାଣ ଦେଇଛି ।’’

କର୍ଣ୍ଣେଲ୍ ସନ୍ତୋଷ ବାବୁ


କର୍ଣ୍ଣେଲ୍‌ ସନ୍ତୋଷ ନିଜ ପାଠ ପଢ଼ା କୋରୁକୋଣ୍ଡା ସୈନିକ ସ୍କୁଲରୁ ସମ୍ପନ୍ନ କରିଥିଲେ । ତାଙ୍କ ପିତା ଉପେନ୍ଦ୍ର ଷ୍ଟେଟ ବ୍ୟାଙ୍କରେ ମ୍ୟାନେଜର ଭାବରେ କାର୍ଯ୍ୟ କରି ଅବସର ନେଇଛନ୍ତି । କର୍ଣ୍ଣେଲ୍‌ ସନ୍ତୋଷ ୨୦୦୪ରେ ଭାରତୀୟ ସେନାରେ ଯୋଗ ଦେଇଥିଲେ ଓ ଜାମ୍ମୁରେ କାର୍ଯ୍ୟ କରିଥିଲେ ।

ପୂର୍ବରୁ ପାକିସ୍ତାନୀ ସୈନ୍ୟମାନଙ୍କ ସହ ଏକ ଅପରେସନରେ ଭାଗ ନେଇ କର୍ଣ୍ଣେଲ୍‌ ସନ୍ତୋଷ ପାକିସ୍ତାନର ତିନି ଜଣ ସୈନକଙ୍କୁ ହତ୍ୟା କରିଥିଲେ ବୋଲି ତାଙ୍କର ଜଣେ ସମ୍ପର୍କୀୟ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ କର୍ଣ୍ଣେଲ୍‌ ସନ୍ତୋଷଙ୍କର ହାଇଦ୍ରାବାଦକୁ ଟ୍ରାନ୍ସଫର୍‌ ହୋଇଯାଇଥିଲା, ହେଲେ ସେ ଭାରତ ଓ ଚୀନ୍‌ ସୀମାରେ ଚାଲିଥିବା ଉତ୍ତେଜନା ଓ କରୋନା ଭାଇରସ୍‌ ସଂକ୍ରମଣ କାରଣରୁ ସେଠାରେ ରହିଥିଲେ ।

ଏହା ବି ପଢ଼ନ୍ତୁ: 

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
Published by:Anand Shankar Thankur Das
First published: