କରୋନା ଯୋଦ୍ଧାଙ୍କ ପାଇଁ ନିଜ ସଂଗ୍ରହର ଅଧା ବିକିବେ କଏନ ମାଷ୍ଟର ଦେବୀପ୍ରସାଦ ମଙ୍ଗରାଜ

ଦେବୀପ୍ରସାଦଙ୍କ ପାଖରେ ଆପଣ ଯେଉଁ ଦେଶର ଯେଉଁ ଟଙ୍କା ପଇସା ଖୋଜିବେ ତାହା ପାଇବେ । ଯେଉଁ ସମ୍ଭାରକୁ ସେ ବେଶ୍ ଯତ୍ନର ସହକାରେ ସାଇତି ରଖିଥିଲେ, ଆଜି ତା’ର ଅଧା ସେ ନିଲାମ କରିବାକୁ ମନସ୍ଥ କରିଛନ୍ତି ।

କରୋନା ଯୋଦ୍ଧାଙ୍କ ପାଇଁ ନିଜ ସଂଗ୍ରହର ଅଧା ବିକିବେ କଏନ ମାଷ୍ଟର ଦେବୀପ୍ରସାଦ ମଙ୍ଗରାଜ
ନିଜ ସଂଗ୍ରହ ସହ ଦେବୀପ୍ରସାଦ ମଙ୍ଗରାଜ
  • News18 Odia
  • Last Updated: April 28, 2020, 9:32 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଦେଶବିଦେଶର ପୁରୁଣା ଓ ନୂଆ ମୁଦ୍ରା ସଂଗ୍ରହ କରି ସୁନାମ ଅର୍ଜନ କରିଥିବା ଦେବୀପ୍ରସାଦ ମଙ୍ଗରାଜ ବର୍ତ୍ତମାନର କରୋନା ଭାଇରସ୍‌ ମହାମାରୀରେ ଯୋଦ୍ଧା ଭୂମିକାରେ କାର୍ଯ୍ୟ କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନିଜ ଦୁର୍ମୂଲ୍ୟ ସଂଗ୍ରହକୁ ବିକ୍ରୀ କରିବା ପାଇଁ ମନସ୍ତ କରିଛନ୍ତି ।

ମାତ୍ର ନଅ ବର୍ଷ ବୟସରୁ ମୁଦ୍ରା ବା କଏନ ସଂଗ୍ରହ କରିଆସୁଥିବା ଦେବୀପ୍ରସାଦ ‘‘କଏନ୍‌ ମାଷ୍ଟର୍‌’’ ନାଆଁରେ ସବୁଠି ଜଣାଶୁଣା । ଏବେ ତାଙ୍କ ପାଖରେ ଅଛି ଦେଶବିଦେଶର ବିଭିନ୍ନ ପ୍ରକାରର ଆଠ ଲକ୍ଷ ମୁଦ୍ରା । ପୂର୍ବରୁ ଅନେକ ଲୋକ ଓ ସଂସ୍ଥା ତାଙ୍କ ସଂଗ୍ରହକୁ ନିଲାମରେ ବେଶ ଭଲ ଅର୍ଥରେ କିଣିବାକୁ ଚାହିଁଥିଲେ ମଧ୍ୟ ଏହି ସମ୍ବଳକୁ କେବେ ନିଜ ଠାରୁ ଦୂର କରିବାକୁ ଚାହିଁ ନ ଥିଲେ ଦେବୀପ୍ରସାଦ । ହେଲେ ଏବେ ସ୍ୱେଚ୍ଛାରେ ଏହାର କିଛି ଅଂଶ ନିଲାମ କରିବେ ସେ ।

ଏଥି ପାଇଁ ଦେଶ ବିଦେଶରୁ ଅନେକ ବ୍ୟକ୍ତି କହିଥିବା ବେଳେ କେତେକ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଦେବାକୁ ରାଜି ଅଛନ୍ତି । ନିଜ ପାଇଁ ନୁହେ ବରଂ ଦେଶରେ ଅନବରତ କାର୍ଯ୍ୟରତ କରୋନା ଯୋଦ୍ଧାଙ୍କ ପାଇଁ ଅର୍ଥ ଯୋଗାଡ଼ କରିବା ପାଇଁ ସେ ନିଜ ସଂଗ୍ରହ ବିକ୍ରୀ କରିବାକୁ ଚାହୁଁଥିବା କହିଛନ୍ତି ଦେବୀପ୍ରସାଦ ।

ଦେବୀପ୍ରସାଦଙ୍କ ସଂଗ୍ରହରୁ କିଛି


‘‘ଯେତେ ଅଧିକ ଅର୍ଥ ଏହା ଦ୍ବାରା ସଂଗୃହୀତ ହେବ ସେତେ ଭଲ । ସେହି ଅର୍ଥ ମୁଁ ମୁଖ୍ୟ ମନ୍ତ୍ରୀ ଓ ପ୍ରଧାନ ମନ୍ତ୍ରୀଙ୍କ ରିଲିଫ ପାଣ୍ଠିରେ ଦାନ ଦେବି । ଡାକ୍ତର, ନର୍ସ, ପୋଲିସ କର୍ମୀ ଓ ସାମ୍ବାଦିକଙ୍କ ପାଇଁ ସେହି ଅର୍ଥ ଖର୍ଚ୍ଚ ହେବ,’’ କହିଛନ୍ତି କଏନ ମାଷ୍ଟର ଦେବୀପ୍ରସାଦ ମଙ୍ଗରାଜ ।

ଦେବୀପ୍ରସାଦଙ୍କ ପାଖରେ ଆପଣ ଯେଉଁ ଦେଶର ଯେଉଁ ଟଙ୍କା ପଇସା ଖୋଜିବେ ତାହା ପାଇବେ । କଉଡ଼ି, ଫୁଟା କଉଡ଼ି, ସୁନା ଟଙ୍କା, ରୁପା ଟଙ୍କା, ୟୁଏସ ଗୋଲଡ଼ କଏନ, ବ୍ଲାକ ଗୋଲଡ଼ କଏନ, ହିଟଲର ପଇସା, ମାଟି, ରବର, ପ୍ଲାଷ୍ଟିକ, ପଞ୍ଚାମାର କଏନ, ଇଷ୍ଟ ଇଣ୍ଡିଆ କଏନ ସହ ପାଞ୍ଚାଳ ଦେଶ, ମୋଗଲ, କୋଶଳୀ, ଅଶୋକ, ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ପଇସା ଗଚ୍ଛିତ ରହିଛି ତାଙ୍କ ଭଣ୍ଡାରରେ । ପଇସା ସଂଗ୍ରହ କରି ନିଜ ପାଖରେ ରଖିବା ତାଙ୍କର ନିଶା । ସେ ଯେବେ ଯେଉଁଠିକୁ ଯାଆନ୍ତି ସେଇଠୁ ପଇସା ସଂଗ୍ରହ କରିବା ସହ ବିଭିନ୍ନ ସଂଗ୍ରହାଳୟ କିମ୍ବା ନିଲାମରୁ ବି ବେଶ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରି କିଣି ଆଣନ୍ତି ।

ଯେଉଁ ସମ୍ଭାରକୁ ସେ ବେଶ୍‌ ଯତ୍ନର ସହକାରେ ସାଇତି ରଖିଥିଲେ, ଆଜି ତା’ର ଅଧା ସେ ନିଲାମ କରିବାକୁ ମନସ୍ଥ କରିଛନ୍ତି । ଇଚ୍ଛା ନ ଥିଲେ ମଧ୍ୟ ଦେଶର ଏଭଳି ସଙ୍କଟମୟ ସ୍ଥିତିରେ କିଛି ସାହାଯ୍ୟ କରିବା ଆଶା ନେଇ ସେ ନିଲାମ କରୁଛନ୍ତି ଏହି ଐତିହାସିକ ମୁଦ୍ରାର ସମ୍ଭାର ।

୨୦୧୦ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦେବୀପ୍ରସାଦଙ୍କ ମୁଦ୍ରା ସଂଗ୍ରହକୁ ନେଇ ଗୁଜରାଟରେ ଏକ ସଂଗ୍ରହାଳୟ କରିବାକୁ ସ୍ଥାନ ଦେଇଥିବା ବେଳେ ଭୁବନେଶ୍ୱରରେ ସେମିତି ଏକ ସଂଗ୍ରହାଳୟ ପାଇଁ ମୁଖ୍ୟ ମନ୍ତ୍ରୀ ମଧ୍ୟ ଯୋଜନା ଅନୁମୋଦନ କରିଛନ୍ତି । ଖୁବ ଶୀଘ୍ର ଏକ ସଂଗ୍ରହାଳୟ ସ୍ଥାପନା କରିବାକୁ ଯୋଜନା କରୁଛନ୍ତି ଦେବୀପ୍ରସାଦ ।
First published: April 28, 2020, 9:32 PM IST
corona virus btn
corona virus btn
Loading