କରୋନା ମୁକାବିଲା: ରାଜ୍ୟର ତିନୋଟି ମେଡିକାଲ୍ କଲେଜକୁ ଶୀଘ୍ର ଆସୁଛି କୋବାସ୍‌ ମେସିନ

ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ଚୀନ୍, ସିଙ୍ଗାପୁର ଓ ବ୍ରିଟେନ୍‌ରୁ ବି ଓଡ଼ିଶା ଆସୁଛି କରୋନା କିଟ୍ । ଦେଶ ଭିତରେ ପୁଣେ, ମୁମ୍ବାଇ ଓ ଗୁଜରାଟରୁ କିଟ୍ ଖୁବ ଜଲଦି ଓଡ଼ିଶାରେ ପହଞ୍ଚିବ ।

କରୋନା ମୁକାବିଲା: ରାଜ୍ୟର ତିନୋଟି ମେଡିକାଲ୍ କଲେଜକୁ ଶୀଘ୍ର ଆସୁଛି କୋବାସ୍‌ ମେସିନ
କରୋନା ଉପକରଣ କ୍ରୟ ଅଧିକାରୀ ହେମନ୍ତ ଶର୍ମା ସୂଚନା ଦେଉଛନ୍ତି ।
  • News18 Odia
  • Last Updated: April 28, 2020, 10:13 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମଣ ଟେଷ୍ଟ ପାଇଁ କୋରାପୁଟ, ବଲାଙ୍ଗିର ଓ ବାଲେଶ୍ବରରେ ଥିବା ମେଡିକାଲ କଲେଜରେ ବସିବ କୋବାସ ମେସିନ । ଯଦିଓ କେବେ ବସିବ ବୋଲି ସୂଚନା ନାହିଁ, କିନ୍ତୁ ଖୁବ୍‌ ଶୀଘ୍ର ଆସୁଛି ବୋଲି ଏହି ତିନୋଟି ମେଡିକାଲ କଲେଜକୁ ପୂର୍ଣ୍ଣ ରୂପେ ପ୍ରସ୍ତୁତ କରି ରଖାଯାଇଛି ବୋଲି କହିଛନ୍ତି କରୋନା ଉପକରଣ କ୍ରୟ ଅଧିକାରୀ ହେମନ୍ତ ଶର୍ମା ।

ଏହା ସହ ବିଭିନ୍ନ ସ୍ଥାନ ଓ ବିଦେଶରୁ ଓଡ଼ିଶାକୁ କରୋନା ଭାଇରସର ଚିକିତ୍ସା ପାଇଁ ଅତ୍ୟାଧୁନିକ ଉପକରଣ ଆସୁଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମିଳନୀରେ ସୂଚନା ଦୋଇଛନ୍ତି ଶର୍ମା । ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ଚୀନ୍, ସିଙ୍ଗାପୁର ଓ ବ୍ରିଟେନ୍‌ରୁ କରୋନା କିଟ୍ ଆସୁଛି । ଦେଶ ଭିତରେ ପୁଣେ, ମୁମ୍ବାଇ ଓ ଗୁଜରାଟରୁ କିଟ୍ ଖୁବ ଜଲଦି ଓଡ଼ିଶାରେ ପହଞ୍ଚିବ । ଭେଣ୍ଟିଲେଟର, ଆଇସିୟୁ ବେଡ ଓ ଟେଷ୍ଟିଂ କିଟ୍ ବାହାରୁ ଆସିବାର ବ୍ୟବସ୍ଥା କାଯାଇଥିବା କହିଛନ୍ତି ହେମନ୍ତ ଶର୍ମା । ମେଡିସିନ, ମେଡିକାଲ ସରଞ୍ଜାମ ଓ ଟେଷ୍ଟିଂ ସରଞ୍ଜାମ ପ୍ରତି ଗୁରୁତ୍ବ ଦିଆଯାଉଛି ବୋଲି ସେ କହିଛନ୍ତି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଆଜି ୧୧୮ରେ ପହଞ୍ଚିଛି । ବାଲେଶ୍ୱର, ଭଦ୍ରକ ଓ ଯାଜପୁର ସବୁ ଠାରୁ ହଟସ୍ପଟରେ ରହିଛି ।  ବିଦେଶ ଫେରନ୍ତା ଯେତିକି ସରକାରଙ୍କୁ ବିଚଳିତ କରି ନ ଥିଲେ, ଏବେ ପଶ୍ଚିମ ବଙ୍ଗ ଫେରନ୍ତା ତା’ ଠାରୁ ବେଶୀ ଟେନସନ ଦେଉଛନ୍ତି । ଯେତିକି ଶ୍ରମିକ ଓଡ଼ିଶା ଫେରିଛନ୍ତି ସେମାନଙ୍କ ରହଣି ଓ ଗନ୍ତବ୍ୟ ସ୍ଥଳକୁ ଦେଖିବା ବେଳକୁ ଅଧିକାଂଶଙ୍କର ବଙ୍ଗୀୟ ଲିଙ୍କ ଅଛି ବୋଲି ଜଣାପଡିଛି । ସରକାର ଏ ନେଇ ସୀମାକୁ ସିଲ କରିଛନ୍ତି ସତ, ମାତ୍ର ଦିନକୁ ଦିନ କରୋନା ପଜିଟିଭଙ୍କ ସଂଖ୍ୟା ବଢୁଛି । ଏ ସବୁର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡି:ନ୍ତି ।

ଆଜି କେବଳ ରାଜ୍ୟରେ ଆଉ ୭ ପିଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୮କୁ ବୃଦ୍ଧି ପାଇଛି । ଆଜିର ଏହି ସାତ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଭଦ୍ରକର ୩ ଓ ସୁନ୍ଦରଗଡ଼ର ୪ ଜଣ ରହିଥିବା ବେଳେ ଏବେ ମୋଟ ୭୯ ଜଣ ଚିକିତ୍ସିତ ହେଉଛନ୍ତି ଓ ୩୮ ଜଣ ସୁସ୍ଥ ହୋଇଥିବା ସୂଚନା ଦେଇଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
First published: April 28, 2020, 10:13 PM IST
corona virus btn
corona virus btn
Loading