ଦରକାର ଥିଲେ ଘରୁ ବାହାରନ୍ତୁ; ମାସ୍କ ପିନ୍ଧନ୍ତୁ: ମୁଖ୍ଯ ମନ୍ତ୍ରୀ

ଆଜି ଓମିକ୍ରନ ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକ ଆୟୋଜିତ ହୋଇଛି। ସମସ୍ତେ ସହଯୋଗ କଲେ ଏହି ଓମିକ୍ରନ୍ ଲହରକୁ ମୁକାବିଲା କରିହେବ ବୋଲି ମୁଖ୍ଯ ମନ୍ତ୍ରୀ କହିଛନ୍ତି ।

ଓମିକ୍ରନକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟ ମନ୍ତ୍ରୀ (ପ୍ରତୀକାତ୍ମକ ଛବି)

ଓମିକ୍ରନକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟ ମନ୍ତ୍ରୀ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଆଜି ଓମିକ୍ରନ ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକ ଆୟୋଜିତ ହୋଇଛି। ଲୋକସେବା ଭବନରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି।  ଓମିକ୍ରନକୁ ନେଇ ଚିନ୍ତା ପ୍ରକଟ କରିବା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓମିକ୍ରନ୍ ବହୁତ ଜୋରରେ ବଢୁଛି, ଆମକୁ ସତର୍କ ରହିବାକୁ ପଡିବ । ପ୍ରତିଟି ଜୀବନ ମୋ ପାଇଁ ମୂଲ୍ୟବାନ । ତେଣୁ ମାସ୍କ ପିନ୍ଧିବା ସହ ପରସ୍ପର ମଧ୍ୟରେ ସାମାଜିକ ଦୂରତା ରଖିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦରକାର ନଥିଲେ ଘରୁ ନବାରିବା ପାଇଁ ପରାମର୍ଶ ଦେଇଛନ୍ତି । ସମସ୍ତେ ସହଯୋଗ କଲେ ଏହି ଓମିକ୍ରନ୍ ଲହରକୁ ମୁକାବିଲା କରିହେବ ବୋଲି ସେ କହିଛନ୍ତି ।

ଓମିକ୍ରନ ମୁକାବିଲା ପାଇଁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଶେଷ ପରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ ୫ଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବାକୁ ସରକାରଙ୍କ ନିଷ୍ପତ୍ତି ନେଇଛନ୍ତି। ସେହି ୫ଟି ପ୍ରସଙ୍ଗ ହେଉଛି ସର୍ଭେଲାନ୍ସକୁ ଜୋରଦାର କରିଦିଆଯାଇଛି । ଜିନମ୍ ସିକୁଏନ୍ସିଂ ସଂଖ୍ୟା ବୃଦ୍ଧି କରାଯିବା ସହ ଟିକାକରଣକୁ ବ୍ୟାପକ କରାଯିବ। ଟେଷ୍ଟିଂ ଓ ଟ୍ରାକିଂକୁ ଗୁରୁତ୍ୱ ଦିଆଯିବ ଓ ନୂଆ ବର୍ଷରେ ଭିଡ଼କୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାର ବ୍ଯବସ୍ଥା ରହିଛି ।
Published by:Soumya Das
First published: