ଭୁବନେଶ୍ୱରରେ ବ୍ୟାପି ଚାଲିଛି କରୋନା; ସଫେଇ କର୍ମୀଙ୍କୁ ଏବେ ଘାରିଛି ସୁରକ୍ଷା ଚିନ୍ତା

ସହରବାସୀଙ୍କୁ ସଚେତନ କରୁଥିବା ବିଏମସି ନିଜ ସଫେଇ କର୍ମଚାରୀମାନଙ୍କୁ ଅଣଦେଖା କରିଛି । ବିନା ଗ୍ଲୋଭସରେ ସଫେଇ କର୍ମୀମାନେ ଅଳିଆ ଉଠାଉଥିବାରୁ ସେମାନଙ୍କୁ ସଂକ୍ରମଣ ଧରିବା ଭୟ ବଢ଼ିଛି ।

ଭୁବନେଶ୍ୱରରେ ଏବେ ୩,୦୦୦ରୁ ଅଧିକ ସଫେଇ କର୍ମୀ ଅଛନ୍ତି ।

ଭୁବନେଶ୍ୱରରେ ଏବେ ୩,୦୦୦ରୁ ଅଧିକ ସଫେଇ କର୍ମୀ ଅଛନ୍ତି ।

  • News18 Odia
  • Last Updated :
  • Share this:
News18 Odia Digital

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବଢ଼ିଚାଲିଛି କରୋନା ଭାଇରସ୍‌ ସଂକ୍ରମଣ । ପ୍ରତି ଦିନ ୫୦୦ ଟପୁଛି ପଜିଟିଭ ସଂଖ୍ୟା। ଗଳି କନ୍ଦି, ବସ୍ତିରୁ କଲୋନୀ.... ସବୁଠି ଏବେ ପଜିଟିଭ ବାହାରୁଛନ୍ତି। ଏଭଳି ସ୍ଥିତିରେ ବି ସହରର ସଫେଇ ଦାୟିତ୍ୱ ତୁଲାଉଛନ୍ତି ସଫେଇ କର୍ମୀମାନେ । ଲକଡ଼ାଉନ ହେଉ କି ସଟଡାଉନ, କାମ କେବେ ବନ୍ଦ କରିନାହାନ୍ତି। ହେଲେ ସହରବାସୀଙ୍କୁ ସଚେତନ କରୁଥିବା ବିଏମସି ନିଜ ସଫେଇ କର୍ମଚାରୀଙ୍କୁ ଯେମିତି ଅଣଦେଖା କରିଦେଇଛି। ବିନା ମାସ୍କ ଆଉ ବିନା ଗ୍ଲୋଭସରେ କାମ କରୁଛନ୍ତି ସଫେଇ କର୍ମୀମାନେ।

୩୫ ବର୍ଷୀୟ ସଫେଇ କର୍ମଚାରୀ ଝୁଲି ନାୟକ ସକାଳୁ ଉଠି ବାହାରି ଆସନ୍ତି ସହର ସଫା କରିବାକୁ। ଦାୟିତ୍ୱ ଦିଆଯାଇଥିବା ବିଭିନ୍ନ ଅଞ୍ଚଳ ବୁଲି ରାସ୍ତା ଓ କଲୋନୀ ସଫା କରନ୍ତି। ସହରରେ ସଂକ୍ରମଣ ବଢୁଛି ବୋଲି ଜାଣି ବି ନିଜ ଦାୟିତ୍ୱ ତୁଲାଇବାରେ କେବେ ପଛଘୁଞ୍ଚା ଦେଇନାହାନ୍ତି। ହେଲେ ଦୁଃଖ ଏତିକି ସୁରକ୍ଷା ପାଇଁ ନାଁ ମିଳୁଛି ଗ୍ଲୋଭସ ନାଁ ଆବଶ୍ୟକୀୟ ମାସ୍କ।

‘‘ବିନା ଗ୍ଲୋଭସରେ ମଇଳା ଉଠାଇବାକୁ ପଡୁଛି, ଝାଡୁ କରିବାକୁ ପଡୁଛି। କୋଉଠି କଣ ହେଉଛି ଆମେ ଜାଣିନୁ। ଆମେ ତ ସଫେଇ କର୍ମଚାରୀ, ମଇଳା ସଫା କରିବୁ। ନ କଲେ ଘର ଚାଲିବନି। ଗୋଟିଏ ଥର ଗ୍ଲୋଭସ ଆଉ ମାସ୍କ ଦିଆଯାଇଥିଲା। ଗ୍ଲୋଭସ ତ ଛିଣ୍ଡି ଗଲା। ଆଉ ମାସ୍କ କେତେ ଧୋଇକି ପିନ୍ଧିବୁ? ସେଥି ପାଇଁ ଆଉ ପିନ୍ଧୁନୁ। ଭଗବାନଙ୍କ ଉପରେ ସବୁ ଛାଡ଼ି ଦେଇଛୁ। ଯାହା ହେବାର ଥିବା ହେବ,’’ କହିଛନ୍ତି ଝୁଲି ନାୟକ।

ଅନ୍ୟ ଜଣେ ସଫେଇ କର୍ମୀ ଚିନ୍ତାମଣି ମଲ୍ଲିକ କହିଛନ୍ତି, ‘‘ବର୍ତ୍ତମାନ ସମୟରେ ଭୟ ତ ଲାଗୁଛି। ହେଲେ କଣ ଆଉ କରିବୁ? ପେଟପାଟଣା କଥା, କାମ ତ କରିବାକୁ ପଡିବ। ମାର୍ଚ୍ଚ ମାସରେ ଥରେ ଗ୍ଲୋଭସ ଆଉ ମାସ୍କ ଦିଆଯାଇଥିଲା। ତା’ ପରେ ଆଉ କେବେ ବିଏମସି ତରଫରୁ ଦିଆଯାଇନି। ହଁ, କେବେ କେବେ କୋଉ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଣିକି ମାସ୍କ ଆଉ ଗ୍ଲୋଭସ ବାଣ୍ଟିଥିଲେ। କିନ୍ତୁ ତାହା କେତେ ଦିନ ଯିବ? ଆମେ ତ ପ୍ରତି ଦିନ ସଫେଇ କାମ କରୁଛୁ,’’ କହିଛନ୍ତି ଚିନ୍ତାମଣି।

ଏହି ବି ପଢ଼ନ୍ତୁ | ଏଣିକି ଟ୍ରେନ୍ ଭିତରେ ଭିକ ମାଗିଲେ ଓ ସିଗାରେଟ୍ ଟାଣିଲେ ଜେଲ୍ ଦଣ୍ଡ ହେବ ନାହିଁ; ବଦଳୁଛି ନିୟମ

ଏହି ବି ପଢ଼ନ୍ତୁ | ଭାରତକୁ ମିଳିଲା ଆମେରିକା ସମେତ ୪ଟି ବଡ଼ ଦେଶର ସମର୍ଥନ; ଚୀନରୁ ଭାରତ ଆସିଲା Apple ର ୮ଟି କାରଖାନା

ବିଏମସି ଅଧୀନରେ ବର୍ତ୍ତମାନ ୩,୦୦୦ରୁ ଅଧିକ ସଫେଇ କର୍ମଚାରୀ କାମରେ ନିୟୋଜିତ ଅଛନ୍ତି । ସେମାନେ କି ହାଇରିସ୍କ ଗ୍ରୁପ ବର୍ଗରେ ଆସୁଛନ୍ତି।  ସବୁ ଠୁ ଅଧିକ ସଂକ୍ରମଣ ଆଶଙ୍କା ଏହିମାନଙ୍କ ପାଖରେ ରହିଛି। କାରଣ ସଫେଇ କର୍ମୀମାନେ ସବୁ ଆଡେ ଯାଉଛନ୍ତି। ରାସ୍ତା ସଫା କରୁଛନ୍ତି, ଡ଼ଷ୍ଟବିନରୁ ମଇଳା ବାହାର କରୁଛନ୍ତି। ସଂକ୍ରମିତ ଲୋକଙ୍କ ଆବର୍ଜନା ମଧ୍ୟ ସେଇ ଡଷ୍ଟବିନରେ ରହୁଛି। ସଫେଇ କର୍ମୀମାନେ ତାକୁ ଖାଲି ହାତରେ ଉଠାଉଛନ୍ତି । ଏହା ଦ୍ୱାରା ସଂକ୍ରମଣ ବ୍ୟାପିବା ଆଶଙ୍କା ରହିଛି।



‘‘ଏବେ ସୁଦ୍ଧା ଭୁବନେଶ୍ୱରରେ ୫୦ରୁ ଅଧିକ ସଫେଇ କର୍ମୀ କରୋନା ଆକ୍ରାନ୍ତ ହୋଇ ସାରିଲେଣି। ତେଣୁ ଠିକା ସଂସ୍ଥା ପ୍ରତି ଦିନ କାମ ବାଣ୍ଟିବା ଭଳି ମାସ୍କ ଆଉ ଗ୍ଲୋଭସ ଦେବା ଜରୁରୀ,’’ କହିଛନ୍ତି ସ୍ବେଚ୍ଛାସେବୀ ପ୍ରତାପ ସାହୁ।
Published by:Anand Shankar Thankur Das
First published:
)}