ଖୁସି ଖବର: ନୂଆ ବର୍ଷରୁ ରାଜ୍ୟରେ ଖୋଲିବ ସିନେମା ହଲ୍; ମିଳିଗଲା ସରକାରଙ୍କ ଅନୁମତି
ନୂଆ ବର୍ଷରୁ ରାଜ୍ୟରେ ସିନେମା ହଲ୍ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଥିବାରୁ ସାରା ରାଜ୍ୟରେ ଖୁସିର ଲହରୀ ଖେଳିଯାଇଛି । ହେଲେ କରୋନା ଭାଇରସ୍ ସଂକ୍ରମଣ ସମ୍ବନ୍ଧୀୟ ନିୟମ ସବୁ ମାନିବାକୁ ହେବ । ଜାତ୍ରାକୁ ବି ଜଲଦି ଅନୁମତି ମିଳିବ ।

ଅଜୟ ଦେବଗନ ଓ ମଧୁଙ୍କ ଏକ ଫିଲ୍ମର ଏକ ପୋଷ୍ଟର୍
- News18 Odia
- Last Updated: December 30, 2020, 10:40 PM IST
ଭୁବନେଶ୍ୱର: ରାଜ୍ୟର ସିନେ ପ୍ରମେୀଙ୍କ ପାଇଁ ଖୁସି ଖବର ଆସିଛି । ଏଣିକି ଘରେ ନୁହେଁ ହଲରେ ବସି ଆପଣ ଦେଖିପାରିବେ ସିନେମା । ନୂଆ ବର୍ଷରୁ ରାଜ୍ୟରେ ଖୋଲିବ ସିନେମା ହଲ୍ । ଏତି ପାଇଁ ସରକାର ଅନୁମତି ଦେଇଛନ୍ତି । ଜାନୁଆରୀ ୧ ତାରିଖରୁ ୫୦ ପ୍ରତିଶତ ସିଟକୁ ନେଇ ଖୋଲିବ ସିନେମା ହଲ୍ ।
ସିନେମା ହଲ୍ ଖୋଲିବା ଖବର ଓଡ଼ିଶା ସାରା ଆନନ୍ଦର ଲହରୀ ଖେଳାଇ ଦେଇଛି । ବିଶେଷ କରି ଯୁବା ବର୍ଗ ଭାରି ଖୁସି ହୋଇଛନ୍ତି । ହେଲେ ଅଧା ସିଟ୍ ଭର୍ତ୍ତି କରି ସିନେମା ହଲଗୁଡ଼ିକ ଖୋଲୁଥିବାରୁ ସେମାନଙ୍କୁ ସିଟ୍ ମିଳିବ କି ନାହିଁ ବୋଲି ଅନେକ ଚିନ୍ତା ବ୍ୟକ୍ତ କରିଛନ୍ତି । କରୋନା ନିୟମ ମାନି ସିନେମା ହଲ୍ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି ।
ଏହା ବି ପଢ଼ନ୍ତୁ | କେମିତି ପାଇବେ କୋରିଆନ୍ ଗ୍ଲାସ୍ ସ୍କିନ୍? ଏହି Videoରୁ ତ୍ୱଚା ଚମକଦାର୍ କରିବାର ଉପାୟ ଜାଣନ୍ତୁ

ଭୁବନେଶ୍ୱରରେ ଥିବା କେଶରୀ ସିନେମା ହଲ୍
ରାଜ୍ୟରେ ଜାତ୍ରା, ମୁକ୍ତାକାଶ ପ୍ରେକ୍ଷାଳୟ ଓ ମନୋରଞ୍ଜନ ପାର୍କ ବି ଖୁବ ଶୀଘ୍ର ଖୋଲାଯିବାର ସମ୍ଭାବନା ରହିଛି । ଜିଲ୍ଲାପାଳ ଓ ମ୍ୟୁନିସିପାଲ୍ କମିଶନରମାନଙ୍କ ପରି ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ କୋଭିଡ ନିୟମଗୁଡ଼ିକର ଅନୁପାଳନ କରି ଏହି ନିଷ୍ପତ୍ତି ନେବାର ଅନୁମତି ଦିଆଯାଇଛି ।
ଏହା ବି ପଢ଼ନ୍ତୁ | ସନ୍ନି ଲିଓନ, ଆଲିଆ ଭଟ୍ଟ… ଏହି ସେଲିବ୍ରିଟିମାନେ PETAର ସମର୍ଥନରେ ବୋଲ୍ଡ ଫଟୋସୁଟ୍ କରିଛନ୍ତି
ଯଦିଓ କେନ୍ଦ୍ର ସରକାର ଉପଯୁକ୍ତ ଅକ୍ଟୋବର ମାସରୁ ସାମାଜିକ ଦୂରତା ବଜାୟ ରଖି ସିନେମା ହଲ୍ ଖୋଲିବାକୁ ଅନୁମତି ଦେଇଥିଲା, ରାଜ୍ୟ ସରକାର ଓଡ଼ିଶାରେ ସିନେମା ହଲ୍ ନ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ ।
ରାଜ୍ୟରେ ସିନେମା ହଲ୍ ମାଲିକମାନେ ଦୀର୍ଘ ନଅ ମାସ ହେଲା ଭୀଷଣ ଆର୍ଥିକ କ୍ଷତି ସହିଛନ୍ତି । ଏବେ ସିନେମା ହଲ୍ ଖୋଲିବାକୁ ଅନୁମତି ମିଳିବା ପରେ େସମାନଙ୍କୁ ଚିନ୍ତା ଘାରିଛି ଯେ ନୂଆ ବଲିଉଡ୍ ଫିଲ୍ମ ରିଲିଜ୍ ନ ହେଲେ ସେମାନେ କ’ଣ ଚଳେଇବେ ।
ଏହା ବି ପଢ଼ନ୍ତୁ | ପତି କେତେ ଦରମା ପାଉଛନ୍ତି ତାହା ଜାଣିବାର ଅଧିକାର ପ୍ରତ୍ୟେକ ପତ୍ନୀଙ୍କର ଅଛି; ଆଇନ ଅଧିକାର ଦେଇଛି
‘‘ସରକାର ସିନେମା ହଲ୍ ଖୋଲିବାକୁ ଅନୁମତି ଦେଇଥିବାରୁ ଆମେ ଧନ୍ୟବାଦ ଜଣାଉଛୁ । ସାମାଜିକ ନିୟମ ରକ୍ଷା କରି ଓ କରୋନା ଭାଇରସ୍ ସଂକ୍ରମଣ ସମ୍ବନ୍ଧୀୟ ସବୁ ନିୟମ ମାନି ଆମେ ହଲ୍ ଖୋଲିବୁ । ଆଶା କରୁଛୁ ଦର୍ଶକମାନେ ପୂର୍ବ ପରି ହଲରେ ବସି ସିନେମା ଦେଖିବାର ମଜା ନେବାକୁ ପଛେଇବେ ନାହିଁ,’’ କହିଛନ୍ତି ମହାରାଜା ସିନେମାର ମ୍ୟାନେଜର ଲିଙ୍ଗରାଜ ପଣ୍ଡା ।
ରାଜ୍ୟ ସରକାର ଜାରି କରିଥିବା ନିୟମ ଅନୁସାରେ ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍ରେ ଲକଡାଉନ୍ ବଳବତ୍ତର ରହିବ ।