Coronavirus: ଅନଲକ୍-୩ରେ ଖୋଲିପାରେ ସିନେମା ହଲ୍; ଜିମ୍ ପାଇଁ ବି ଅନୁମତି ମିଳିପାରେ

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଗଷ୍ଟ ୧ରୁ ଦେଶ ସାରା ସିନେମା ହଲ୍ ଖୋଲିବାକୁ ଗୃହ ମନ୍ତ୍ରଣାଳୟକୁ ଏକ ପ୍ରସ୍ତାବ ପଠାଇଛି । ହଲ୍ ମାଲିକମାନେ ୫୦% ଦର୍ଶକଙ୍କୁ ନେଇ ହଲ୍ ଖୋଲିବା ସପକ୍ଷରେ ଅଛନ୍ତି, ହେଲେ ମନ୍ତ୍ରଣାଳୟ ଚାହୁଁଛି ଆରମ୍ଭରେ ୨୫% ଦର୍ଶକଙ୍କୁ ଅନୁମତି ମିଳୁ ।

Coronavirus: ଅନଲକ୍-୩ରେ ଖୋଲିପାରେ ସିନେମା ହଲ୍; ଜିମ୍ ପାଇଁ ବି ଅନୁମତି ମିଳିପାରେ
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଅନଲକ୍-୩ (Unlock-3) ପାଇଁ କେନ୍ଦ୍ର ସରକାର SOP ତିଆରି କରିବାର ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଅନଲକ୍-୩ରେ ଦେଶ ସାରା ସିନେମା ହଲଗୁଡ଼ିକ (Cinema Hall) ସାମାଜିକ ଦୂରତା (Social Distancing) ରକ୍ଷା କରି ଖୋଲାଯାଇପାରେ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଗଷ୍ଟ ୧ରୁ ଦେଶ ସାରା ସିନେମା ହଲ୍ ଖୋଲିବାକୁ ଗୃହ ମନ୍ତ୍ରଣାଳୟକୁ ଏକ ପ୍ରସ୍ତାବ ପଠାଇଛି ।

ସୂଚନା ମନ୍ତ୍ରଣାଳୟର ସିନେମା ହଲ ମାଲିକମାନଙ୍କ ସହ ବିଗତ ଦିନରେ ଅନେକ ରାଉଣ୍ଡ ଆଲୋଚନା ହୋଇଛି । କରୋନା ସଂକ୍ରକମଣ ଯୋଗୁଁ ପ୍ରାୟ ଚାରି ମାସ ଧରି ସିନେମା ହଲଗୁଡ଼ିକ ଲଗାତରଭାବେ ବନ୍ଦ ରହିଛନ୍ତି । ଏହି କାରଣରୁ ସିନେମା ହଲ୍ ମାଲିକମାନଙ୍କୁ ବହୁତ କ୍ଷତି ସହିବାକୁ ପଡ଼ିଛି ।

ଅନଲକ୍ ୧ ଓ ୨ରେ ଦେଶରେ ଅନେକ ପ୍ରକାରର ବ୍ୟାବସାୟିକ କାର୍ଯ୍ୟକଳାପ ଖୋଲାଯାଇଛି । ଦେଶର ବିଭିନ୍ନ ସ୍ଥାନରେ କିଛି ନିୟମ ସହିତ ମାର୍କେଟ, ରେଷ୍ଟୁରାଣ୍ଟ ଓ ମଲ୍ ଖୋଲିବାକୁ ଅନୁମତି ଦିଆଯାଇଛି । ଏଭଳି ପରିସ୍ଥିତିରେ ସିନେମା ହଲ ମାଲିକମାନେ ସରକାରଙ୍କ ଆଗରେ ନିଜ ଦାବି ରଖିଥିଲେ ଯେ କିଛି ସର୍ତ୍ତ ଓ ନିୟମ ସହିତ ସେମାନଙ୍କୁ ସିନେମା ହଲ୍‌ ଖୋଲିବାକୁ ଅନୁମତି ଦିଆଯାଉ ।

ଜିମ୍ ଖୋଲିବାର ପ୍ରସ୍ତାବ ବି ଗୃହ ମନ୍ତ୍ରଣାଳୟ ସାମନାରେ ବିଚାରାଧୀନ ଅଛି ।


୫୦% ଦର୍ଶକଙ୍କ ସହିତ ସିନେମା ହଲ୍‌ ଖୋଲିବ

ସିନେମା ହଲ ମାଲିକମାନେ ୫୦ ପ୍ରତିଶତ ଦର୍ଶକଙ୍କ ସହ ଥିଏଟର୍‌ ଖୋଲିବା ସପକ୍ଷରେ ଅଛନ୍ତି । ହେଲେ ସୂଚନା ଅନୁସାରେ ମନ୍ତ୍ରଣାଳୟ ଚାହୁଁଛି ଯେ ପ୍ରାରମ୍ଭରେ ୨୫ ପ୍ରତିଶତ ଦର୍ଶକମାନଙ୍କୁ ନେଇ ସିନେମା ହଲ୍ ଖୋଲାଯାଉ ଓ କରୋନା ଭାଇରସ୍‌ ସମ୍ବନ୍ଧୀୟ ନିୟମଗୁଡ଼ିକୁ କଡ଼ାକଡ଼ି ପାଳନ କରାଯାଉ । ସିନେମା ହଲ୍ ମାଲିକମାନଙ୍କ ସହ ଆଲୋଚନା ପରେ ଏକ ପ୍ରସ୍ତାବ ଗୃହ ମନ୍ତ୍ରଣାଳୟକୁ ସୂଚନା ମନ୍ତ୍ରଣାଳୟ ପଠାଇଛି । ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଗୃହ ମନ୍ତ୍ରଣାଳୟ ହିଁ ନେବ।

ସିନେମା ହଲ୍ ସହିତ ଜିମ୍ ଖୋଲିବାର ପ୍ରସ୍ତାବ ବି ଗୃହ ମନ୍ତ୍ରଣାଳୟ ସାମନାରେ ବିଚାରାଧୀନ ଅଛି ।  ଯେମିତି ଭାବେ ନିୟମିତ ଦିନଚର୍ଯ୍ୟାକୁ ସ୍ୱାଭାବିକ କରିବାର ପ୍ରୟାସ ଚାଲିଛି, ସେଥିରୁ ସମ୍ଭାବନା ଦିଶୁଛି ଯେ ଏ ଭଳି ପରିସ୍ଥିତିରେ ଅନଲକ୍-୩ରେ ହିଁ କିଛି ସର୍ତ୍ତ ଓ ସାମାଜିକ ଦୂରତାର ନିୟମ ସହିତ ସାରା ଦେଶରେ ଜିମ୍ ଖୋଲିବାକୁ ଅନୁମତି ଦିଆଯିବ ।

ଏହା ବି ପଢ଼ନ୍ତୁ: ସୁଶାନ୍ତଙ୍କ ଫିଲ୍ମ ‘ଦିଲ୍ ବେଚାରା’ ରିଲିଜ୍ ହେବାର ଦିନକ ଆଗରୁ ଆଉ ଜଣେ ଫ୍ୟାନ୍ ଆତ୍ମହତ୍ୟା କଲେ

ଏହା ବି ପଢ଼ନ୍ତୁ: ନୟାଗଡ଼ରେ ୫ ବର୍ଷର ଝିଅ ପରୀକୁ ମାରି ଟୁକୁଡ଼ା ଟୁକୁଡ଼ା କରି ଫିଙ୍ଗିଲେ ଦୁର୍ବୃତ୍ତ; ତଦନ୍ତ ଜାରି

ସିନେମା ହଲ୍ ଓ ଜିମ୍ ବ୍ୟତୀତ ଅନଲକ୍-୩ରେ  ଆଉ କିଛି କୋହଳତା ରାଜ୍ୟମାନଙ୍କୁ ମିଳିପାରେ । ସୂତ୍ରଙ୍କ କହିବା ଅନୁସାରେ ବିଦ୍ୟାଳୟ ଓ ମେଟ୍ରୋ ଟ୍ରେନ୍‌ ସେବା ଏବେ ଖୋଲାଯିବ ନାହିଁ । ଅନଲକ୍-୨ ଜୁଲାଇ ୩୧ରେ ଶେଷ ହେଉଛି । ଜୁଲାଇ ୩୧ ସୁଦ୍ଧା ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅନଲକ୍-୩ର ଗାଇଡଲାଇନ୍ ପ୍ରକାଶ ପାଇବ ।



ଦୟାକରି ଦୁଇ ମିନିଟ ସମୟ ଦେଇ ଉପରେ ଥିବା ଏହି ସର୍ଭେରେ ଭାଗ ନିଅନ୍ତୁ
Published by: Anand Shankar Thankur Das
First published: July 26, 2020, 2:48 PM IST
corona virus btn
corona virus btn
Loading