କରୋନା ଭାଇରସ ସଂକ୍ରମଣର ବାହାନା କରି ବଳାତ୍କାରୀଙ୍କ କବଳରୁ ରକ୍ଷା ପାଇଲେ ଚ଼ୀନର ମହିଳା

ଯେତେବେଳେ ପୁରୁଷ ଲୋକଟି ମହିଳାଙ୍କ ଘର ଭିତରକୁ ପଶି ତାଙ୍କୁ ଆକ୍ରମଣ କରିବାକୁ ଯାଉଥିଲା, ମହିଳା ଜଣଙ୍କ ଚିତ୍କାର କରି ମିଛରେ କହିଥିଲେ ଯେ ଉହାନରୁ ଫେରିଛନ୍ତି ଓ ତାଙ୍କୁ କରୋନା ଭାଇରସ ସଂକ୍ରମଣ ହୋଇଛି, ଏବଂ ସେଇଥି ପାଇଁ ସେ ସୁସ୍ଥ ହେବା ପାଇଁ କ୍ୱାରାଣ୍ଟାଇନ୍ ହୋଇ ଏକା ରହୁଛନ୍ତି ।

କରୋନା ଭାଇରସ ସଂକ୍ରମଣର ବାହାନା କରି ବଳାତ୍କାରୀଙ୍କ କବଳରୁ ରକ୍ଷା ପାଇଲେ ଚ଼ୀନର ମହିଳା
ପ୍ରତୀକାତ୍ମକ ଛବି
  • News18 Odia
  • Last Updated: February 7, 2020, 1:02 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମାରାତ୍ମକ କରୋନା ଭାଇରସର ଉତ୍କଟ ଦୁର୍ନାମ ଶେଷରେ କାହାରି କିଛି ଉପକାର କରିଛି । ଚ଼ୀନର ଜିଙ୍ଗସାନରେ ଜଣେ ମହିଳା କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି ବୋଲି ବାହାନା କରି ଜଣେ ସମ୍ଭାବିତ ବଳାତ୍କାରୀ ଠାରୁ ନିଜକୁ ବଞ୍ଚାଇ ପାରିଛନ୍ତି ।

ମହିଳା ଜଣକ କରୋନା ଭାଇରସରେ ଆକ୍ରାନ୍ତ ବୋଲି କହିବା ପରେ ତାଙ୍କ ଘରକୁ ପଶିଥିବା ପୁରୁଷ ଲୋକଟି ଡରରେ ସେଠୁ ପଳେଇଯାଇଥିଲା । ମହିଳା ଜଣକ ନିଜେ ଉହାନରୁ ଫେରିଛନ୍ତି ବୋଲି ସେ ପୁରୁଷଙ୍କୁ କହିଥିଲେ । ମହିଳାଙ୍କ ଘର ଉହାନ ଠାରୁ ତିନି ଘଣ୍ଟାର ବାଟ । ଚ଼ୀନର ଉହାନ ହେଉଛି କରୋନା ଭାଇରସର ଉତ୍ପତ୍ତି ଓ ପ୍ରକୋପର କେନ୍ଦ୍ର ବିନ୍ଦୁ ।

‘ଡେଲି ମେଲ୍‌’ ଖବର କାଗଜରେ ପ୍ରକାଶିତ ସୂଚନା ଅନୁସାରେ ବଳାତ୍କାର କରିବା ଚ଼େଷ୍ଟାରେ ଥିବା ସେ ପୁରୁଷ ଲୋକଟିକୁ ଗିରଫ କରାଯାଇଛି । ଯେତେବେଳେ ସେ ସେହି ମହିଳାଙ୍କ ଘର ଭିତରକୁ ପଶି ତାଙ୍କୁ ଆକ୍ରମଣ କରିବାକୁ ଯାଉଥିଲା, ମହିଳା ଜଣଙ୍କ ଚିତ୍କାର କରି ମିଛରେ କହିଥିଲେ ଯେ ଉହାନରୁ ଫେରିଛନ୍ତି ଓ ତାଙ୍କୁ କରୋନା ଭାଇରସ ସଂକ୍ରମଣ ହୋଇଛି, ଏବଂ ସେଇଥି ପାଇଁ ସେ ସୁସ୍ଥ ହେବା ପାଇଁ କ୍ୱାରାଣ୍ଟାଇନ୍‌ ହୋଇ ଏକା ରହୁଛନ୍ତି ।

ପୁରୁଷ ଲୋକଟି ମହିଳାଙ୍କ ତଣ୍ଟି ଚ଼ିପିବା ପାଇଁ ଚେଷ୍ଟା କରିବା ଆରମ୍ଭ କରିବା ବେଳେ ମହିଳା ତାଙ୍କୁ କାଶ ହେଉଥିବାର ଅଭିନୟ କରିଥିଲେ, ଯାହା ଫଳରେ ସେ ଡରିଯାଇଥିଲା । ଭୟଭୀତ ହୋଇ ସେ ମହିଳାଙ୍କୁ ଛାଡି ଦେଇଥିଲା । କିନ୍ତୁ ତାଙ୍କ ଘରୁ ଯିବା ପୂର୍ବରୁ ସେ ୩,୦୮୦ ୟୁଆନ୍‌ (ଚ଼ୀନ ଟଙ୍କା) ଲୁଟି ନେଇଥିଲା ।

ପୁରୁଷ ଲୋକଟି ହୁଏତ ମହିଳାଙ୍କ ଘରକୁ କେବଳ ଲୁଟ୍‌ କରିବା ଉଦ୍ଦେଶ୍ୟରେ ଆସିଥିଲା, କିନ୍ତୁ ମହିଳା ଘରେ ଏକା ଥିବାର ଦେଖି ସେ ତାଙ୍କୁ ବଳାତ୍କାର କରିବା ପାଇଁ ଚେଷ୍ଟା କରିଥିଲା ।

ବର୍ତ୍ତମାନ ସୁଦ୍ଧା ଚୀନରୁ ଉତ୍ପନ୍ନ ହୋଇଥିବା ମାରାତ୍ମକ କରୋନା ଭାଇରସର ଆକ୍ରମଣରେ ୬୦୦ରୁ ଅଧିକ ଲୋକ ମୃତ୍ୟୁ ବରଣ କଲେଣି । କ୍ରମାଗତ ଭାବେ ମୃତ୍ୟୁ ସଂଖ୍ୟା ଦୈନିକ ବୃଦ୍ଧି ପାଇବାରେ ଲାଗିଛି । ଏହି ରୋଗ ପାଇଁ ବୈଜ୍ଞାନିକମାନେ ଭାକ୍ସିନ ଖୋଜିବା ପାଇଁ ଯୋରଦାର ଚେଷ୍ଟା ଚଳାଇଛନ୍ତି ।

କରୋନା ଭାଇରସ ଯୋଗୁଁ ଚୀନର ସହରଗୁଡ଼ିକ ପୂରାପୂରି ବନ୍ଦ ହୋଇଯାଇଛି ଓ ବିଶ୍ୱ ସାରା ୧,୦୦୦ରୁ ଅଧିକ ସହର କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥା କରିଛନ୍ତି ।
First published: February 7, 2020, 1:02 PM IST
corona virus btn
corona virus btn
Loading