News18 Odia Digital
ନୂଆ ଦିଲ୍ଲୀ: ଚୀନ୍ (China) ଅନେକ ଦିନ ଧରି କରୋନା ଭାଇରସର (Coronavirus) ବିସ୍ତାର ପାଇଁ ନିଜକୁ ଦାୟୀ ବୋଲି ବିଚାର ନ କରି ଅନ୍ୟମାନଙ୍କୁ ଦାୟୀ କରିବାକୁ ଚେଷ୍ଟା କରିଆସୁଛି । ପ୍ରଥମେ ଚୀନ୍ କହୁଥିଲା ଏହି ମହାମାରୀ ୟୁରୋପରୁ ଆସିଛି । ଆଉ ଏବେ ଚୀନର ଗବେଷକମାନେ ଦାବି କରିଛନ୍ତି ଯେ ଏହି ମାରାତ୍ମକ ଭୂତାଣୁ ଭାରତରେ ଉତ୍ପନ୍ନ ହୋଇଥିଲା ।
ଚାଇନିଜ୍ ଏକାଡେମୀ ଅଫ୍ ସାଇନ୍ସର ଏକ ଟିମ୍ ଯୁକ୍ତି କରିଛି ଯେ ୨୦୧୯ର ଗ୍ରୀଷ୍ମ ଋତୁରେ ଭାରତରେ କରୋନା ଭାଇରସ୍ ଉତ୍ପନ୍ନ ହୋଇଥିଲା । ଦୂଷିତ ଜଳ ମାଧ୍ୟମରେ ଏହା ପଶୁମାନଙ୍କ ଠାରୁ ମଣିଷକୁ ଡେଇଁଥିଲା ବୋଲି ସେମାନେ କହିଛନ୍ତି । ଭାରତରେ ଉତ୍ପନ୍ନ ହୋଇ କରୋନା ଭାଇରସ୍ ଚୀନର ୱୁହାନକୁ (Wuhan) ଅଜ୍ଞାତରେ ଯାତ୍ରା କରିଥିଲା, ଯେଉଁଠାରେ ଏହା ପ୍ରଥମେ ଚିହ୍ନଟ ହୋଇଥିଲା ବୋଲି ସେମାନେ କହିଛନ୍ତି ।
ଏହା ବି ପଢ଼ନ୍ତୁ | ଭଲ ଖବର: ସୁନା ପୁଣି ଶସ୍ତା ହେଲା; ୧୦ ଗ୍ରାମ ପିଛା ୮,୦୦୦ ଟଙ୍କା ପର୍ଯ୍ୟନ୍ତ କମ୍ ହେଲାଣି ଦାମ୍ଚୀନର କର୍ତ୍ତୃପକ୍ଷ ଏହା ପୂର୍ବରୁ ଇଟାଲୀ, ଆମେରିକା ଓ ୟୁରୋପ ଉପରେ ଦୋଷର ଆଙ୍ଗୁଳି ଦେଖାଇଛନ୍ତି । ଏ ସବୁ ସେମାନେ ବିନା ପ୍ରମାଣରେ କରିଆସୁଛନ୍ତି । ବର୍ତ୍ତମାନ ଚୀନର ଭାରତ ଉପରେ ଏହି ସାଙ୍ଘାତିକ ଦୋଷାରୋପ ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ରାଜନୈତିକ ତିକ୍ତତାର ପୃଷ୍ଠଭୂମିରେ ସାମନାକୁ ଆସିଛି ।
ଏକ ରିସର୍ଚ୍ଚ ପେପରରେ ଏହି ଚାଇନିଜ୍ ଟିମ୍ କୋଭିଡ୍-୧୯ର ଉତ୍ପତ୍ତି ବିଷୟରେ ଗବେଷଣା କରିବା ପାଇଁ ଫାଇଲୋଜେନେଟିକ୍ ବିଶ୍ଳେଷଣ (phylogenetic analysis) ବ୍ୟବହାର କରିଥିବା କଥା କହିଛନ୍ତି । ବୈଜ୍ଞାନିକମାନେ ଯୁକ୍ତି କରିଛନ୍ତି ଯେ ୱୁହାନରେ ମିଳିଥିବା ଭୂତାଣୁକୁ 'ମୂଳ' ଭୂତାଣୁ କୁହାଯାଇ ପାରିବ ନାହିଁ । ସେମାନେ ବରଂ କରୋନା ଭାଇରସର ଉତ୍ପତ୍ତି ସ୍ଥଳ ଭାବରେ ବାଂଲାଦେଶ, ଆମେରିକା, ଗ୍ରୀସ୍, ଅଷ୍ଟ୍ରେଲିଆ, ଭାରତ, ଇଟାଲୀ, ଚେକ୍ ରିପବ୍ଲିକ୍, ଋଷିଆ ଓ ସର୍ବିଆ ଆଡ଼େ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।
ଏହା ବି ପଢ଼ନ୍ତୁ | ସନ୍ନି ଲିଓନ, ଆଲିଆ ଭଟ୍ଟ… ଏହି ସେଲିବ୍ରିଟିମାନେ PETAର ସମର୍ଥନରେ ବୋଲ୍ଡ ଫଟୋସୁଟ୍ କରିଛନ୍ତିଚୀନର ଗବେଷକମାନେ ଯୁକ୍ତି କରିଛନ୍ତି ଯେ ଯେହେତୁ ଉଭୟ ଭାରତ ଓ ବାଂଲାଦେଶରେ କରୋନା ଭାଇରସର କମ୍ ମ୍ୟୁଟେସନ୍ ଦେଖାଯାଇଛି ଓ ଯେହେତୁ ଏହି ଦୁଇ ଦେଶ ଚୀନର ଭୌଗୋଳିକ ପଡ଼ୋଶୀ, ତେଣୁ ଏହା ସମ୍ଭବ ଯେ ସେଠାରେ ହିଁ କରୋନା ଭାଇରସ (Corona Virus) ସଂକ୍ରମଣ ପ୍ରଥମେ ଆରମ୍ଭ ହୋଇଥିଲା ।
ଚୀନର ବୈଜ୍ଞାନିକମାନଙ୍କ ପ୍ରମାଣବିହୀନ ତତ୍ତ୍ୱ ଆହୁରି କହିଛି: ‘‘ଭାରତର ଖରାପ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଓ ଯୁବ ଜନସଂଖ୍ୟା ଯୋଗୁଁ ଏହି ଭୂତାଣୁ ଅନେକ ମାସ ଧରି ଭିତରେ ଭିତରେ ବ୍ୟାପି ଚାଲିଥିଲା ।’’
ଚୀନର ବୈଜ୍ଞାନିକମାନଙ୍କ ଏହି ବିଚିତ୍ର ଦାବି ସତ୍ତ୍ୱେ କରୋନା ଭାଇରସ୍ ଯେ ପ୍ରଥମେ ଡିସେମ୍ବର ୨୦୧୯ରେ ଚୀନରେ ହିଁ ଉତ୍ପନ୍ନ ହୋଇଥିଲା ଓ ସେଠାରୁ ସାରା ବିଶ୍ୱକୁ ବ୍ୟାପିଥିଲା ତାହା ସମସ୍ତେ ଜାଣନ୍ତି ଓ ତା’ର ଅଗଣିତ ପ୍ରମାଣ ରହିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।