କରୋନା ପଛରେ ଥିବା ସାଙ୍ଘାତିକ ସତ୍ୟ: ଚୀନ୍ ଏହି ଭାଇରସ୍‌କୁ ଅସ୍ତ୍ର ଭାବେ ପରୀକ୍ଷା କରୁଥିଲା!

ସାରା ବିଶ୍ୱକୁ ଛାରଖାର କରିଦେଇଥିବା କରୋନା ଭାଇରସ୍ ମହାମାରୀ ଯେ ଚୀନର ସେନା ଓ ବୈଜ୍ଞାନିକମାନଙ୍କ କୃତ୍ୟରୁ ଜାତ ଏହା ଦର୍ଶାଉଥିବା ‘ବିସ୍ଫୋରକ ଦସ୍ତାବେଜ’ ଆମେରିକାର ବୈଦେଶିକ ବିଭାଗ ହାତରେ ପଡ଼ିଛି ।

ଏପ୍ରିଲ୍ ୧୫ରେ ଅହମଦାବାଦରେ ନିଜ ପରିଜନଙ୍କୁ କରୋନାରେ ହରେଇବା ପରେ କାନ୍ଦୁଛନ୍ତି କିଛି ଲୋକେ । (ରୟଟର୍ସ)

ଏପ୍ରିଲ୍ ୧୫ରେ ଅହମଦାବାଦରେ ନିଜ ପରିଜନଙ୍କୁ କରୋନାରେ ହରେଇବା ପରେ କାନ୍ଦୁଛନ୍ତି କିଛି ଲୋକେ । (ରୟଟର୍ସ)

  • Share this:
News18 Odia Digital

ନୂଆ ଦିଲ୍ଲୀ: କରୋନା ଭାଇରସ୍‌ ମହାମାରୀ (Coronavirus) ବିଶ୍ୱରେ ବ୍ୟାପିବାର ପ୍ରାୟ ପାଞ୍ଚ ବର୍ଷ ତଳେ ଚୀନର (China) ସାମରିକ ବୈଜ୍ଞାନିକମାନେ ଏହି ମାରାତ୍ମକ ଭୂତାଣୁକୁ ଏକ ଅସ୍ତ୍ର ରୂପେ ବ୍ୟବହାର କରିବା ପାଇଁ ପରୀକ୍ଷା ଚଳାଇଥିଲେ ଓ ତୃତୀୟ ବିଶ୍ୱ ଯୁଦ୍ଧ (Third World War) ଯେ ଜୈବିକ ଅସ୍ତ୍ରରେ (biological weapons) ଲଢ଼ାଯିବ ତା’ର ଭବିଷ୍ୟତବାଣୀ କରିଥିଲେ ବୋଲି ଆମେରିକାର ବୈଦେଶିକ ବିଭାଗକୁ ମିଳିଥିବା କାଗଜପତ୍ରରୁ ଜଣାପଡ଼ିଛି ।

ନିକଟରେ ଅଷ୍ଟ୍ରେଲିଆର ‘ଦ ଅଷ୍ଟ୍ରେଲିଆନ୍‌’ ଖବରକାଗଜରେ ପ୍ରଥମେ ପ୍ରକାଶିତ ଖବର ଆଧାରରେ ଇଂଲଣ୍ଡର ‘ଦ ସନ୍‌’ ଖବରକାଗଜ ଲେଖିଛି ଯେ ଆମେରିକାର ବୈଦେଶିକ ବିଭାଗ ହାତରେ ପଡ଼ିଥିବା ‘ବିସ୍ଫୋରକ ଦସ୍ତାବେଜ’ରେ ଚୀନର ସେନାର (ପିପୁଲ୍ସ ଲିବରେସନ୍ ଆର୍ମି – PLA) କମାଣ୍ଡରମାନେ ଏହି ସାଙ୍ଘାତିକ ଭବିଷ୍ୟବାଣୀ କରିଥିଲେ ବୋଲି ଦର୍ଶାଯାଇଛି ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

କୋଭିଡ-୧୯ର (COVID-19) ଉତ୍ପତ୍ତି ବିଷୟରେ ନିଜ ଗବେଷଣା ଉପରେ ଚୀନର ସାମରିକ ବୈଜ୍ଞାନିକମାନେ ଓ ବରିଷ୍ଠ ଜନ ସ୍ୱାସ୍ଥ୍ୟ ଅଧିକାରୀମାନେ ୨୦୧୫ରେ ଲେଖିଥିବା ସେହି ଦସ୍ତାବେଜ ଆମେରିକାର ଅଧିକାରୀମାନଙ୍କୁ ମିଳିଛି ବୋଲି ଏହି ରିପୋର୍ଟଗୁଡ଼ିକରେ କୁହାଯାଇଛି ।

ଚୀନର ସେନାର କମାଣ୍ଡରମାନେ ତୃତୀୟ ବିଶ୍ୱ ଯୁଦ୍ଧ ବିଷୟରେ ଭବିଷ୍ୟବାଣୀ କରିଥିଲେ ।


ସେଥିରେ ଚୀନର ବୈଜ୍ଞାନିକମାନେ SARS କରୋନା ଭାଇରସ୍‌, ଯେଉଁଥିରୁ COVID ଗୋଟିଏ ମାତ୍ର ଉଦାହରଣ, ଜୈବିକ ଅସ୍ତ୍ରର (genetic weapon) ଏକ ନୂଆ ଯୁଗ ଆରମ୍ଭ କରିବ ବୋଲି କହିଛନ୍ତି । କରୋନା ଭାଇରସ୍ (Corona Virus) ହେଉଛି ଭୂତାଣୁମାନଙ୍କର ଏକ ବୃହତ ପରିବାର, ଯେଉଁମାନଙ୍କ ମଧ୍ୟରୁ ଅନେକ ମଣିଷରେ ଶ୍ୱାସକ୍ରିୟାରେ ରୋଗ ସୃଷ୍ଟି କରନ୍ତି – ସାଧାରଣ ଥଣ୍ଡା ଠାରୁ ଆରମ୍ଭ କରି ମହା ଗୁରୁତର ଶ୍ୱାସକ୍ରିୟା ଅସୁବିଧା (SARS) ପର୍ଯ୍ୟନ୍ତ ରୋଗ ସୃଷ୍ଟି କରନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ‘‘ମୁଁ ସୁସ୍ଥ ଅଛି,’’ କହିଲେ ଗାୟିକା ଅସୀମା ପଣ୍ଡା; ଦୁର୍ଘଟଣା ମୃତ୍ୟୁରଭାଇରାଲ୍ ମିଛଉପରେ ବର୍ଷିଲେ

ଚୀନ୍‌ ସେନାର (Chinese Army) ସେହି କାଗଜପତ୍ରରେ କମାଣ୍ଡରମାନେ ଜୈବିକ ଅସ୍ତ୍ରରେ ଆକ୍ରମଣ ଫଳରେ ଶତ୍ରୁର ‘‘ଚିକିତ୍ସା ବ୍ୟବସ୍ଥା ନଷ୍ଟ ହୋଇପାରେ’’ ବୋଲି କଳ୍ପନା କରିଥିବା ଦର୍ଶାଯାଇଛି । ସେହି କାଗଜପତ୍ରରେ ଆମେରିକାର ବାୟୁ ସେନାର କର୍ଣ୍ଣେଲ୍‌ ମାଇକେଲ ଜେ. ଆଇନସ୍କଫଙ୍କ ବିଷୟରେ ବି ଲେଖାଯାଇଛି, ଯିଏ ଭବିଷ୍ୟତବାଣୀ କରିଥିଲେ ଯେ ତୃତୀୟ ବିଶ୍ୱ ଯୁଦ୍ଧ ଜୈବିକ ଅସ୍ତ୍ରଶସ୍ତ୍ର ଦ୍ୱାରା ହିଁ ଲଢ଼ାଯିବ ।

‘‘ସେହି ଦସ୍ତାବେଜରୁ ଚୀନର ଉଚ୍ଚତମ ଦଳୀୟ ନେତୃତ୍ୱକୁ ଉପଦେଶ ଦେଉଥିବା ଲୋକମାନଙ୍କ ଆକାଙ୍କ୍ଷା ଉପରେ ଚିନ୍ତା ସୃଷ୍ଟି ହେଉଛି । ଜୈବିକ ଅସ୍ତ୍ରଶସ୍ତ୍ରରେ ଚୀନର ସଫା ଦିଶୁଥିବା ଆଗ୍ରହ ଭୀଷଣ ଚିନ୍ତାଜନକ । ସବୁଠୁ କଡ଼ା ନିୟନ୍ତ୍ରଣ କରାଗଲେ ବି ଏମିତି ଅସ୍ତ୍ରଶସ୍ତ୍ରଗୁଡ଼ିକ ବିପଜ୍ଜନକ,’’ କହିଛନ୍ତି ଇଂଲଣ୍ଡର ସାଂସଦ ଟମ୍‌ ଟୁଗେନଧାଟ୍‌ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବର୍ଷା-ଅନୁଭବ ଛାଡ଼ପତ୍ର ମାମଲା: ଫ୍ୟାମିଲି କୋର୍ଟରେ ହାଜର ହେଲେ ଦୁହେଁ; ‘‘ନ୍ୟାୟର ଜୟ ହେଉ’’

ସେହି ଦସ୍ତାବେଜରେ ଏହା ବି ଉଲ୍ଲେଖ ଅଛି ଯେ ୨୦୦୩ରେ ଚୀନରେ ଆସିଥିବା ସାର୍ସ (SARS) ଭୂତାଣୁ ମହାମାରୀ ହୁଏତ ଏକ କୃତ୍ରିମ ଭୂତାଣୁ ହୋଇଥାଇପାରେ ଯାହାକୁ ଏକ ଜୈବିକ ଅସ୍ତ୍ର (biological weapon) ଭାବେ ଆତଙ୍କବାଦୀମାନେ ଛାଡ଼ିଥାଇପାରନ୍ତି ।

ସେହି ଡକ୍ୟୁମେଣ୍ଟରେ ଥିବା ଏହାର ଲେଖକମାନଙ୍କ ନାମ ମଧ୍ୟରେ ଚୀନର କେତେକ ବଡ଼ ଜନ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ନାମ ରହିଛି । ସେହି ନାମଗୁଡ଼ିକର ଖୁଲାସା କରୋନା ଭାଇରସର ଉତ୍ପତ୍ତି ବିଷୟରେ ଶୀଘ୍ର ଛପାହେବାକୁ ଯାଉଥିବା ଏକ ବହିରେ କରାଯାଇଛି । ସେହି ବହିଟିର ନାଁ ‘ୱୁହାନରେ ପ୍ରକୃତରେ କ’ଣ ହୋଇଥିଲା’ (What Really Happened in Wuhan) ।

ଏହା ବି ପଢ଼ନ୍ତୁ | ଝାରସୁଗୁଡ଼ାରେ ଯୁବତୀକୁ ଜଣ ବଳାତ୍କାର କଲେ; ଭିଡିଓ ଭାଇରାଲ୍ ହେବା ପରେ ଜଣେ ଧରାପଡ଼ିଲା

୨୦୧୯ର ଶେଷ ଭାଗରେ କେନ୍ଦ୍ରୀୟ ଚୀନରେ ଥିବା ୱୁହାନ ସହରରେ (Wuhan) କୋଭିଡ-୧୯ର ପ୍ରଥମ ମାମଲା ସାମନାକୁ ଆସିଥିଲା । ଏବଂ ସେହି ଦିନଠାରୁ ଏହି ମାରାତ୍ମକ ରୋଗ ଏକ ମହାମାରୀରେ ପରିଣତ ହୋଇ ୧୫.୭୭ କୋଟିରୁ ଅଧିକ ଲୋକଙ୍କୁ ପ୍ରଭାବିତ କଲାଣି ଓ ଏବଂ ସାରା ବିଶ୍ୱରେ ୩୨.୮୫ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟାଇଲାଣି ।

ଏହା ବି ପଢ଼ନ୍ତୁ | ଦିନେ କୁଲି ମଜୁରିଆ ଥିଲେ, ଏବେ YouTubeରୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ସମ୍ବଲପୁରର ଏହି ଆଦିବାସୀ ଯୁବକ

‘‘ମୋତେ ଲାଗୁଛି ଯେ ଏଇଟା ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା କାରଣ ଏଥିରୁ ସଫା ଜଣାପଡ଼ୁଛି ଯେ ଚୀନର ବୈଜ୍ଞାନିକମାନେ କରୋନା ଭାଇରସର (Corona Virus) ବିଭିନ୍ନ ଷ୍ଟ୍ରେନର ସାମରିକ ବ୍ୟବହାର ଉପରେ ବିଚାର କରୁଥିଲେ ଓ ଏହାକୁ କେମିତି କାମରେ ଲଗାଯାଇପାରିବ ସେ କଥା ଭାବୁଥିଲେ,’’ କହିଛନ୍ତି ଅଷ୍ଟ୍ରେଲିଆନ୍‌ ଷ୍ଟ୍ରାଟେଜିକ୍‌ ପଲିସି ଇନଷ୍ଟିଚ୍ୟୁଟର କାର୍ଯ୍ୟକାରୀ ନିର୍ଦ୍ଦେଶକ ପିଟର୍‌ ଜେନିଂସ୍‌ ।



ସେ କହିଛନ୍ତି ଯେ ସେଇଥି ପାଇଁ ଚୀନ୍‌ କରୋନା ଭାଇରସର ଉତ୍ପତ୍ତି ଉପରେ ହେବାକୁ ଥିବା ସବୁ ବାହ୍ୟ ତଦନ୍ତକୁ ଅନୁମତି ଦେବାରେ ଅନିଚ୍ଛା ପ୍ରକାଶ କରୁଛି । ‘‘ଗୋଟିଏ ବିପଜ୍ଜନକ ଜୈବିକ ସାମଗ୍ରୀ ଯେ ଦୁର୍ଘଟଣାବଶତଃ ବାହାରକୁ ଆସିଯାଇଥିଲା ସେହି ସନ୍ଦେହ ଏବେ ଆହୁରି ଘନୀଭୂତ ହେଉଛି,’’ କହିଛନ୍ତି ଜେନିଂସ୍‌ । (ପି.ଟି.ଆଇ.)
Published by:Anand ST Das
First published: