News18 Odia Digital
ନୂଆ ଦିଲ୍ଲୀ: କରୋନା ଭାଇରସ୍ (Coronavirus) କେଉଁଠୁ ଆସିଲା? ଏହା ଚୀନର ଏକ ଲ୍ୟାବରେ ତିଆରି ହୋଇଥିଲା କି? ଏହି ପ୍ରଶ୍ନର ଉତ୍ତର ଏ ପର୍ଯ୍ୟନ୍ତ ମିଳି ନାହିଁ । ବିଶ୍ୱର ବିଭିନ୍ନ ସ୍ଥାନର ଗବେଷକମାନେ ଜାଣିବାକୁ ଚେଷ୍ଟା କରୁଛନ୍ତି କରୋନା ଭାଇରସ୍ କିପରି ଉତ୍ପନ୍ନ ହେଲା । ଏହି କ୍ରମରେ ବ୍ରିଟିଶ ପ୍ରଫେସର୍ ଏଙ୍ଗସ୍ ଡାଲଗ୍ଲେଇସ୍ (Angus Dalgleish) ଓ ନରୱେର ବୈଜ୍ଞାନିକ ଡକ୍ଟର ବର୍ଗର ସୋରେନ୍ସନ୍ (Birger Sørensen) ଦାବି କରିଛନ୍ତି ଯେ କରୋନା ଭାଇରସକୁ ଚୀନର ଏକ ଲ୍ୟାବରେ ତିଆରି କରାଯାଇଥିଲା ।
ଏହି ଉଭୟ ବୈଜ୍ଞାନିକଙ୍କ ଅନୁସନ୍ଧାନ ରିପୋର୍ଟରେ ଦର୍ଶାଯାଇଛି ଯେ କରୋନା ଭାଇରସ୍ ନମୁନାରେ ଏକ ‘ଅଦ୍ୱିତୀୟ ଫିଙ୍ଗର ପ୍ରିଣ୍ଟ’ ମିଳିଛି ଯାହା ଲ୍ୟାବରେ ଭାଇରସ୍ ସଂକ୍ରମିତ ହେବା ପରେ ହିଁ ସମ୍ଭବ । ବ୍ରିଟେନର ପ୍ରମୁଖ ନ୍ୟୁଜ୍ ୱେବସାଇଟ୍ ‘ଡେଲି ମେଲ୍’ ଏହି ବିଷୟରେ ଖବର ପ୍ରକାଶ କରିଛି । ସେହି ଖବର ଏହି ଉଭୟ ବୈଜ୍ଞାନିକଙ୍କ ଦ୍ୱାରା ଲିଖିତ ଅନୁସନ୍ଧାନ ରିପୋର୍ଟ ଆଧାରରେ ଲେଖାଯାଇଛି ।
ଏହା ବି ପଢ଼ନ୍ତୁ | ‘‘ମୁଁ ଏଇ ବିଲଡିଂକୁ ଏଇଠି, ଏବେ ଭାଙ୍ଗିଦେବି’’: ଆନ୍ଧ୍ର ମନ୍ତ୍ରୀ ଓଡ଼ିଶା ଭିତରେ ପଶି ନାଲି ଆଖି ଦେଖାଇଲେରିପୋର୍ଟ ଅନୁଯାୟୀ ଚୀନର ବୈଜ୍ଞାନିକମାନେ ୱୁହାନ୍ ଲ୍ୟାବରେ (Wuhan lab) 'ଗେନ୍ ଅଫ୍ ଫଙ୍କସନ୍' ପ୍ରୋଜେକ୍ଟରେ କାମ କରୁଥିବା ବେଳେ ଏହି ଭାଇରସ୍ ସୃଷ୍ଟି କରିଥିଲେ । ଆମେରିକାରେ 'ଗେନ୍ ଅଫ୍ ଫଙ୍କସନ୍’ ଗବେଷଣାକୁ ସାମୟିକ ଭାବେ ନିଷେଧ କରାଯାଇଛି । ଏହି ଗବେଷଣାକେ ପ୍ରାକୃତିକ ଭାବରେ ଉତ୍ପନ୍ନ ହେଉଥିବା ଭୂତାଣୁକୁ ଅଧିକ ସଂକ୍ରମଣକାରୀ କରିବା ଓ ମଣିଷ ଉପରେ ଅଧିକ ପ୍ରଭାବ ପକାଇବା ପାଇଁ ଲ୍ୟାବରେ ବିକଶିତ କରାଯାଏ ।
ଏହା ବି ପଢ଼ନ୍ତୁ | BJP କର୍ମୀ ଓ ସାମ୍ବାଦିକଙ୍କୁ ମାଡ଼ ମାରିଲେ ଚିଲିକାର BJD ବିଧାୟକ; ତାଙ୍କୁ ଦଳରୁ ନିଲମ୍ବନ କଲେ ନବୀନଦୁଇ ବୈଜ୍ଞାନିକଙ୍କ ଗବେଷଣା ଅନୁଯାୟୀ ଚୀନର ବୈଜ୍ଞାନିକମାନେ ଗୁମ୍ଫାରେ ରହୁଥିବା ବାଦୁଡ଼ିମାନଙ୍କଠାରୁ ପ୍ରାକୃତିକ କରୋନା ଭାଇରସର ମେରୁଦଣ୍ଡ ନେଇଥିଲେ ଓ ସେହି ଭୂତାଣୁରେ ଏକ ନୂଆ ସ୍ପାଇକ୍ ଯୋଗ କରିଥିଲେ, ଯାହା ଦ୍ୱାରା ଅଧିକ ସଂକ୍ରାମକ ଓ ସାଙ୍ଘାତିକ କୋଭିଡ୍-୧୯ ଭୂତାଣୁ ସୃଷ୍ଟି ହୋଇଥିଲା । ଗବେଷକ ଦ୍ୱୟ ଏହା ବି କହିଛନ୍ତି ଯେ କୋଭିଡ-୧୯ ରୋଗରେ ପ୍ରାକୃତିକ କରୋନା ଭାଇରସର କୌଣସି ପୁରୁଣା ପ୍ରମାଣ ମିଳୁ ନାହିଁ । ଲ୍ୟାବରେ ଏହି ଭାଇରସ୍ ଉପରେ କାମ କରି ଏହାକୁ ବିକଶିତ କରାଯାଇଛି ବୋଲି ପ୍ରମାଣ ନ ମିଳିବା ଉଦ୍ଦେଶ୍ୟରେ ଏହାର ରିଭର୍ସ ଇଞ୍ଜିନିୟରିଂ କରାଯାଇଛି ବୋଲି ସେମାନେ କହିଛନ୍ତି ।
ଏହା ବି ପଢ଼ନ୍ତୁ | ୧, ୨, ୩… : ଆଗ ବାପା ଚାଲିଗଲେ କରୋନା ସଂକ୍ରମଣରେ; ତା’ ପରେ ସାନ ପୁଅ, ତା’ ପରେ ବଡ଼ ପୁଅ‘‘ଆମକୁ ଲାଗୁଛି ଯେ ରେଟ୍ରୋ ଇଞ୍ଜିନିୟରିଂ ଦ୍ୱାରା ସେଠାରେ ଏହି ଭାଇରସକୁ ସୃଷ୍ଟି କରାଯାଇଥିଲା ଓ ପରେ ଏହାକୁ ବଦଳାଇ ଏମିତି କ୍ରମ (ସିକ୍ୱେନ୍ସ) ଦିଆଯାଇଥିଲା ଯାହା ବହୁ ବର୍ଷ ପୂର୍ବର ସ୍ଥିତିରେ ଥିଲା,’’ ‘ଡେଲି ମେଲ ଡଟ୍ କମ୍’ ସହିତ ସାକ୍ଷାତକାରରେ କହିଛନ୍ତି ବ୍ରିଟିଶ୍ ପ୍ରଫେସର ଏଙ୍ଗସ୍ ଡାଲଗ୍ଲେଇସ୍ ।
ଏହା ବି ପଢ଼ନ୍ତୁ | ଓଡ଼ିଶାରେ ଗିରଫ ହେଲେ ଆଉ ଦୁଇ ୱେବ୍ ଚ୍ଯାନେଲ୍ ‘ସାମ୍ବାଦିକ’; ନବରଙ୍ଗପୁରରେ ଶିକ୍ଷକଙ୍କୁ ଧମକାଇ ବଟି ନେଇଥିଲେବୈଜ୍ଞାନିକମାନେ ନିଜ ଅନୁସନ୍ଧାନରେ ୱୁହାନ ଲ୍ୟାବରେ ପ୍ରମାଣ ନଷ୍ଟ କରିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଓ କହିଛନ୍ତି ଯେ ଚୀନର ଯେଉଁ ବୈଜ୍ଞାନିକମାନେ ଏହା ବିଷୟରେ ସୂଚନା ଶେୟାର୍ କରିବାକୁ ଚାହୁଁଥିଲେ ସେମାନେ ଅଦୃଶ୍ୟ ହୋଇଯାଇଛଛନ୍ତି ବା ଏ ପର୍ଯ୍ୟନ୍ତ ମୁହଁ ଖୋଲି ନାହାଁନ୍ତି ।
ଏହା ବି ପଢ଼ନ୍ତୁ | ବଲାଙ୍ଗିରର ଏହି କୋଭିଡ୍ ନର୍ସ ୭ ମାସର ଗର୍ଭବତୀ ହୋଇ ବି ସାହସର ସହ ରୋଗୀ ସେବା କରିଚାଲିଛନ୍ତିଗତ କିଛି ମାସ ପର୍ଯ୍ୟନ୍ତ ପୃଥିବୀର ଅଧିକାଂଶ ବିଶେଷଜ୍ଞ ଜୋର୍ ଦେଇ କହିଥିଲେ ଯେ କରୋନା ଭାଇରସ୍ ପ୍ରାକୃତିକ ଭାବରେ ସୃଷ୍ଟି ହୋଇଛି ଓ ପଶୁମାନଙ୍କ ଜରିଆରେ ମନୁଷ୍ୟକୁ ବ୍ୟାପିଛି । ଗତ ସପ୍ତାହରେ ଆମେରିକାର ଏପିଡେମୋଲୋଜିଷ୍ଟ୍ ଡକ୍ଟର ଆନ୍ଥୋନୀ ଫଉଚି ଚୀନର ୱୁହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ଦିଆଯାଇଥିବା ସହାୟତାକୁ ସମର୍ଥନ କରି କହିଥିଲେ ଯେ ଆମେରିକାର ଆର୍ଥିକ ସହାୟତା 'ଗେନ୍ ଅଫ୍ ଫଙ୍କସନ୍' ଗବେଷଣା ପାଇଁ ଉଦ୍ଦିଷ୍ଟ ନ ଥିଲା ।
ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ (Joe Bideb) କରୋନା ଭାଇରସର ଉତ୍ପତ୍ତି କେମିତି ହେଲା ତାହା ଜାଣିବାକୁ ଆମେରିକୀୟ ଗୁପ୍ତଚରମାନଙ୍କୁ ଆଦେଶ ଦେଇଛନ୍ତି । ଏହା ପୂର୍ବରୁ ଜାନୁୟାରୀ ୨୦୨୧ରେ ୱୁହାନ ଯାଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଏକ ଦଳ ନିଜ ରିପୋର୍ଟରେ କହିଥିଲା ଯେ କରୋନା ଭାଇରସ୍ ସ୍ୱାଭାବିକ ଭାବରେ ଉତ୍ପନ୍ନ ହୋଇଥିଲା । ଏହି ଦଳ ଅନ୍ୟ କୌଣସି ସିଦ୍ଧାନ୍ତ ଗ୍ରହଣ କରିବାକୁ ମନା କରିଦେଇଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।