ବର୍ଷା ଋତୁ ପୂର୍ବରୁ ସବୁ ପିଲା ଇନ୍‌ଫ୍ଲୁଏଞ୍ଜା ଟିକା ନେବା ଉଚିତ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି

Influenza Vaccine for Children | ଯେହେତୁ ଇନଫ୍ଲୁଏଞ୍ଜା ବା ଫ୍ଲୁ ଓ COVID-19ର ଲକ୍ଷଣ ପ୍ରାୟତଃ ଏକା ଭଳି, ବିଶେଷଜ୍ଞମାନେ ବିଶ୍ବାସ କରୁଛନ୍ତି ଯେ ଇନଫ୍ଲୁଏଞ୍ଜାର ଟିକା ନେଲେ ଏହା ପିଲାମାନଙ୍କୁ ସୁରକ୍ଷା ଦେବ ଓ ସେମାନଙ୍କ ଅବିଭାବକ ବି ଚିନ୍ତାରୁ ରକ୍ଷା ପାଇବେ ।

ବର୍ଷା ଋତୁ ପୂର୍ବରୁ ସବୁ ପିଲା ଇନ୍‌ଫ୍ଲୁଏଞ୍ଜା ଟିକା ନେବା ଉଚିତ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି
ଛୋଟ ପିଲାମାନେ ଇନଫ୍ଲୁଏଞ୍ଜାରେ ଅଧିକ ଆକ୍ରାନ୍ତ ହୁଅନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin


ସବୁ ପିଲାଙ୍କୁ ଇନଫ୍ଲୁଏଞ୍ଜା ଟିକା ନେବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଉଥିବା କଥା ଖବରରେ ରହିଆସିଛି। ଯେହେତୁ ଇନଫ୍ଲୁଏଞ୍ଜା (influenza) ବା ଫ୍ଲୁ ଓ କୋଭିଡ୍-୧୯ର (COVID-19) ଲକ୍ଷଣ ପ୍ରାୟତଃ ଏକା ଭଳି, ବିଶେଷଜ୍ଞମାନେ ବିଶ୍ବାସ କରୁଛନ୍ତି ଯେ ଇନଫ୍ଲୁଏଞ୍ଜାର ଟିକା (influenza vaccine) ନେଲେ ଏହା ପିଲାମାନଙ୍କୁ ସୁରକ୍ଷା ଦେବ ଓ ସେମାନଙ୍କ ଅବିଭାବକ ବି ଚିନ୍ତା ଓ ଆତଙ୍କରୁ ରକ୍ଷା ପାଇବେ ।

ଅନେକ ଅବିଭାବକଙ୍କର ପ୍ରଶ୍ନ ଥାଇପାରେ ‘ଇନଫ୍ଲୁଏଞ୍ଜା ବା ଫ୍ଲୁ କଣ?’ ଏହା ସାଧାରଣ ଥଣ୍ଡାଠାରୁ କେମିତି ଭିନ୍ନ? ଏଥିରୁ ନିଜ ପିଲାଙ୍କୁ ରକ୍ଷା କରିବା ପାଇଁ କାହିଁକି ଧ୍ୟାନ ଦେବା ଉଚିତ? ଏହି ରୋଗ ଓ ଏହାର ନିରାକରଣ ବିଷୟରେ ଆପଣ ଯାହା ଯାହା ଜାଣିବା ଦରକାର ତାହା ଏଇଠି ଜାଣନ୍ତୁ ।

ଇନଫ୍ଲୁଏଞ୍ଜା କ’ଣ? ଏଥିରେ କ’ଣ ହୁଏ?

ପିଲାମାନଙ୍କ ନାକରୁ ପାଣି ବୋହିବା ଓ କାଶ ହେବା ସମସ୍ୟା ଆଜିକାଲି ଆମ ଜୀବନର ଅଂଶ ହୋଇଯାଇଛି। ଜ୍ବର ହେବା, ନାକ ବୁଜି ହେବା ଓ ଅନ୍ୟ ଥଣ୍ଡା ରୋଗ ଭଳି ଲକ୍ଷଣ ମଧ୍ୟ ପିଲାମାନଙ୍କୁ ଇନଫ୍ଲୁଏଞ୍ଜା ବା ଫ୍ଲୁର ଅଧିକ ବିପଦଜନକ ପରିସରକୁ ନେଇଯାଇ ପାରେ।

ଇନଫ୍ଲୁଏଞ୍ଜା ବା ଫ୍ଲୁ ହେଉଛି ଏକ ଅତି ସଂକ୍ରାମକ ଭାଇରାଲ୍ ସଂକ୍ରମଣ, ଯାହା ଶିଶୁର ନିଶ୍ୱାସ ଚଳାଚଳ ପଥ ଓ ଫୁସଫୁସକୁ ପ୍ରଭାବିତ କରିପାରେ । ଏହା ହେଉଛି ବର୍ଷ ସାରା ଦେଖାଯାଇଥିବା ସବୁଠାରୁ ସାଧାରଣ ଶ୍ବାସକ୍ରିୟା ଜନିତ ସମସ୍ୟା । ଜନ୍ ହପକିନଙ୍କ ଦ୍ବାରା ହୋଇଥିବା ଗବେଷଣାରୁ ଜଣାପଡ଼ିଛି ଯେ କେତେକ ଶିଶୁ ସପ୍ତାହେ ମଧ୍ୟରେ ସୁସ୍ଥ ହେଉଥିବା ବେଳେ ଆଉ କେତେକ ଗମ୍ଭୀର ସଂକ୍ରମଣରେ ପୀଡ଼ିତ ହୋଇପାରନ୍ତି, ଯେଉଁଥିପାଇଁ ଡାକ୍ତରୀ ଚିକିତ୍ସା ଆବଶ୍ୟକ ହୋଇପାରେ । ଏହା ଯୋଗୁଁ ଫୁସଫୁସ୍ ସଂକ୍ରମଣ (ନିମୋନିଆ) କିମ୍ବା ମୃତ୍ୟୁ ମଧ୍ୟ ହୋଇପାରେ। ଅଧ୍ୟୟନରୁ ଜଣା ପଡ଼ିଛି ଯେ ପ୍ରତି ବର୍ଷ କେବଳ ଇନଫ୍ଲୁଏଞ୍ଜା ବା ଫ୍ଲୁ ଯୋଗୁଁ ପାଞ୍ଚ ବର୍ଷ ବୟସରୁ କମ୍‌ ବୟସର ପ୍ରାୟ ୧ ଲକ୍ଷ ଶିଶୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥାନ୍ତି।

କେଉଁମାନଙ୍କୁ ଏହି ବିପଦ ଥାଏ?

ଯେ କୌଣସି ବ୍ୟକ୍ତିଙ୍କୁ ଇନଫ୍ଲୁଏଞ୍ଜା ବା ଫ୍ଲୁ (influenza or flu) ହୋଇପାରେ । ତେବେ କିଛି ନିର୍ଦ୍ଧିଷ୍ଟ ବର୍ଗର ବ୍ୟକ୍ତି ଅଛନ୍ତି ଯେଉଁମାନେ ଏଥିରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ ଥାଏ । ଏମାନଙ୍କ ମଧ୍ୟରେ ଅଛନ୍ତି ଛଅ ମାସରୁ ପାଞ୍ଚ ବର୍ଷ ବୟସର ଶିଶୁ, ଗର୍ଭବତୀ ମହିଳା, ୬୫ ବର୍ଷ କିମ୍ବା ତା’ ଠାରୁ ଉର୍ଦ୍ଧ୍ବ ବୟସର ବ୍ୟକ୍ତି, ସ୍ବାସ୍ଥ୍ୟ କର୍ମୀ ଓ ମଧୁମେହ, ଆଜମା, କ୍ୟାନସର୍ ଓ ଇମ୍ୟୁନୋସପ୍ରେସନ୍ ଇତ୍ୟାଦି ଭଳି ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ଥିବା ବ୍ୟକ୍ତି।



ଇନଫ୍ଲୁଏଞ୍ଜା କେମିତି ବ୍ୟାପେ?

ଇନଫ୍ଲୁଏଞ୍ଜା ବା ଫ୍ଲୁ ଥିବା ବ୍ୟକ୍ତି କାଶିଲେ କିମ୍ବା ଛିଙ୍କିଲେ କିମ୍ବା କଥା ହେଲେ ଛିଟିକି ପଡୁଥିବା ଡ୍ରପଲେଟ୍ (ଛୋଟ ପାଣି ବୁନ୍ଦା) ଦ୍ବାରା ମୁଖ୍ୟତଃ ଏହି ଭାଇରସ୍ ବ୍ୟାପିଥାଏ । କୌଣସି ସଂକ୍ରମିତ ବ୍ୟକ୍ତିର ନିକଟରେ ଥିଲେ ଅନ୍ୟ ଜଣେ ମଧ୍ୟ ସଂକ୍ରମିତ ହେବାର ଆଶଙ୍କା ଅଧିକ ରହିଥାଏ । ପବନରେ ଖେଳେଇ ହୋଇଯାଇଥିବା ଡ୍ରପଲେଟ୍ ଛଅ ଫୁଟ୍ ଦୂର ପର୍ଯ୍ୟନ୍ତ ବ୍ୟାପି ଯାଇପାରେ ଓ ସେହି ପରିସର ମଧ୍ୟରେ ଥିବା ବ୍ୟକ୍ତିଙ୍କ ପାଖରେ ପହଞ୍ଚିପାରେ।

ଛୋଟ ଶିଶୁ କିମ୍ବା ଦୁର୍ବଳ ରୋଗ ପ୍ରତିରୋଧ ଶକ୍ତି ଥିବା ଶିଶୁଙ୍କର ଦୀର୍ଘସ୍ଥାୟୀ ସଂକ୍ରମଣ ସ୍ଥାନାନ୍ତର ସମୟ ଥାଇପାରେ ଓ ସେଥି ପାଇଁ ସେମାନେ ଅନ୍ୟମାନଙ୍କୁ ଅଧିକ ସମୟ ଧରି ସଂକ୍ରମିତ କରି ପାରନ୍ତି।

ଇନଫ୍ଲୁଏଞ୍ଜାର ନିରାକରଣ

ଯଦିଓ ଅସୁସ୍ଥତା ଦୂର କରିବା ପାଇଁ ବିଭିନ୍ନ ଆଣ୍ଟିଭାଇରାଲ୍ (ଆଣ୍ଟିଇନଫ୍ଲୁଏଞ୍ଜା) ଔଷଧ ରହିଛି, ତେବେ ଏ ରୋଗରେ ଆଦୌ ଯେପରି ଆକ୍ରନ୍ତ ନ ହେବା ତା’ ଉପରେ ଅଧିକ ପ୍ରାଥମିକତା ଦେବା ଉଚିତ। କିଛି ସରଳ ଓ ପ୍ରଭାବଶାଳୀ ପଦକ୍ଷେପ ନେଲେ ଏହି ସଂକ୍ରମଣକୁ ବ୍ୟାପିବାରୁ ରୋକାଯାଇ ପାରିବ। Sହି ପଦକ୍ଷେପଗୁଡ଼ିକ ହେଉଛି:

* କାଶିବା / ଛିଙ୍କିବା ବେଳେ ପାଟି ଓ ନାକ ଘୋଡ଼ାଇ ରଖିବାକୁ ପିଲାମାନଙ୍କୁ ଶିକ୍ଷା ଦେବା

*ବାରମ୍ଭାର ଓ ଭଲ କରି ହାତ ଧୋଇବା । ଯେତେବେଳେ ଜଳ ଉପଲବ୍ଧ ନାହିଁ, ସେତେବେଳେ ସାନିଟାଇଜର୍ ବ୍ୟବହାର କଲେ ମଧ୍ୟ ପ୍ରଭାବଶାଳୀ ହୋଇପାରିବ।

* ସୁରକ୍ଷିତ ଦୂରତ୍ବ ବଜାୟ ରଖିବା ଏବଂ ସଂକ୍ରମିତ ବ୍ୟକ୍ତିଙ୍କ ସହ ପ୍ରତ୍ୟକ୍ଷ ଯୋଗାଯୋଗ ନ କରିବା

* ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା

* ବାର୍ଷିକ ଇନଫ୍ଲୁଏଞ୍ଜା ଟିକା ନେବା

ବାର୍ଷିକ ଇନଫ୍ଲୁଏଞ୍ଜା ବା ଫ୍ଲୁ ଟିକା (influenza vaccine) ହେଉଛି ଇନଫ୍ଲୁଏଞ୍ଜାରୁ ରକ୍ଷା ପାଇବାର ସବୁଠାରୁ ଅଧିକ ପ୍ରଭାବଶାଳୀ ପନ୍ଥା।

ବିଶ୍ବ ଓ ଭାରତୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷମାନେ ଛଅ ମାସରୁ ପାଞ୍ଚ ବର୍ଷ ବୟସର ଶିଶୁମାନଙ୍କ ପାଇଁ ବାର୍ଷିକ ଇନଫ୍ଲୁଏଞ୍ଜା ଟିକା ନେବା ଉଚିତ ବୋଲି ଦୃଢ଼ଭାବେ କହିଛନ୍ତି । ଏହାକୁ ମଧ୍ୟ ଇନଫ୍ଲୁଏଞ୍ଜା ଭାଇରସ୍ ଡ୍ରପ୍ ବିରୋଧରେ ପ୍ରତିରୋଧକ କୁହାଯାଏ । ଏହା ପ୍ରତି ବର୍ଷ ଏହି ଭାଇରସ୍ ଶୃଙ୍ଖଳାକୁ ବ୍ୟାପିବାରୁ ରୋକିଥାଏ । ଏଥି ପାଇଁ ପ୍ରତି ବର୍ଷ ଟିକାକରଣ କରାଯିବା ଉଚିତ। ପ୍ରତି ବର୍ଷ ଇନଫ୍ଲୁଏଞ୍ଜା ପାଇଁ ଟିକା ନେବା ଦ୍ବାରା କେବଳ ଯେ ଆପଣଙ୍କ ଶିଶୁର ରୋଗ ପ୍ରତିରୋଧ ଶକ୍ତି ବଢ଼ିଥାଏ ତା’ ନୁହେଁ, ପରବର୍ତ୍ତୀ ସ୍ତରର ସଂକ୍ରମଣ ରୋକିବାରେ ମଧ୍ୟ ଏହା ସାହାଯ୍ୟ କରେ।

ଇନଫ୍ଲୁଏଞ୍ଜା ରୋଗ ବିଷୟରେ ଓ ଟିକା ମାଧ୍ୟମରେ ଏହାର ନିରାକରଣ ବିଷୟରେ ଅଧିକ ଜାଣିବା ପାଇଁ ଆପଣଙ୍କ ଶିଶୁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ଘୋଷଣାନାମା: ଗ୍ଲାସ୍କୋସ୍ମିଥକ୍ଲାଇନ୍ ଫାର୍ମାସ୍ୟୁଟିକାଲ୍ ଲିମିଟେଡ୍, ଡାକ୍ତର ଆନି, ବସନ୍ତ ରୋଡ୍, ୱର୍ଲି, ମୁମ୍ବାଇ, ୪୦୦ ୦୩୦, ଭାରତ ଦ୍ବାରା ଏହା ଜନ ସ୍ବାର୍ଥ ଉଦ୍ଦେଶ୍ୟରେ ଜାରି ହୋଇଛି। ଏହି ଲେଖାରେ ଦିଆଯାଇଥିବା ସୂଚନା କେବଳ ସାଧାରଣ ସଚେତନତା ପାଇଁ ଉଦ୍ଦିଷ୍ଟ। ଏହି ଲେଖା କୌଣସି ଡାକ୍ତରୀ ପରାମର୍ଶ ନୁହେଁ। କୌଣସି ଡାକ୍ତରୀ ପ୍ରଶ୍ନ ପାଇଁ କିମ୍ବା ଏ ସ୍ଥିତି ନେଇ ଆପଣଙ୍କ ସମସ୍ୟା ପାଇଁ ଦୟାକରି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଟିକା-ପ୍ରତିରୋଧକ ରୋଗର ସମ୍ପୂର୍ଣ୍ଣ ତାଲିକା ପାଇଁ ଦୟାକରି ଆପଣଙ୍କର ଶିଶୁ ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ ଓ ପ୍ରତି ରୋଗ ପାଇଁ ଟିକାକରଣ କାର୍ଯ୍ୟସୂଚୀ ପୂରା କରନ୍ତୁ । କୌଣସି ଜି.ଏସ୍.କେ. ଉତ୍ପାଦ ଦ୍ୱାରା କୌଣସି ପ୍ରକାର ପ୍ରତିକୂଳ ଘଟଣା ଘଟିଲେ ଦୟାକରି india.pharmacovigilance@gsk.com ଜରିଆରେ ଯୋଗାଯୋଗ କରନ୍ତୁ। କୌଣସି ଜି.ଏସ୍.କେ. ଉତ୍ପାଦ ଦ୍ୱାରା କୌଣସି ପ୍ରକାର ପ୍ରତିକୂଳ ଘଟଣା ଘଟିଲେ ଦୟାକରି କମ୍ପାନୀ ସହ ଯୋଗାଯୋଗ କରନ୍ତୁ ।

(ଏହା ଏକ ସହଭାଗୀ ପୋଷ୍ଟ ।)

CL code: NP-IN-FLT-OGM-210005, DoP June 2021
Published by: Anand ST Das
First published: June 23, 2021, 8:06 PM IST