News18 Odia Digital
ରାୟପୁର: ଜିଲ୍ଲାପାଳମାନେ ଜନସାଧାରଣଙ୍କ କଲ୍ୟାଣ ପାଇଁ ସରକାରଙ୍କ ତରଫରୁ ନିଯୁକ୍ତ ହୋଇଥାନ୍ତି ଓ ସେଥି ପାଇଁ ମୋଟା ଦରମା ସହ ସରକାରୀ ଗାଡ଼ି ଓ ଚାକରବାକର ପାଇଥାନ୍ତି । ହେଲେ ଛତିଶଗଡ଼ର ଜଣେ ଜିଲ୍ଲାପାଳ ନିଜ ଦୁର୍ବ୍ୟବହାର ଓ ହିମସାତ୍ମକ କାର୍ଯ୍ୟ ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି । ତାଙ୍କ ହାମ୍-ବଡ଼ା କାର୍ଯ୍ୟଶୈଳୀର ଏକ ଭିଡିଓ କ୍ଲିପ୍ ସୋସିଆ୍ ମିଡ଼ିଆରେ ଭାଇରାଲ୍ (viral video) ହୋଇଛି ।
ଏହି ଭାଇରାଲ୍ ଭିଡିଓ ମୁତାବକ ସୁରଜପୁର ଜିଲ୍ଲାର କଲେକ୍ଟର ରଣବୀର ଶର୍ମା (Chhattisgarh collector Ranbir Sharma) ରାସ୍ତା ଉପରେ ଜଣେ ଯୁବକଙ୍କ ମୋବାଇଲ୍ ଫୋନକୁ ଭୂଇଁରେ କଚାଡ଼ି ଭାଙ୍ଗି ଦେଉଥିବା ନଜର ଆସିଛନ୍ତି । କେବଳ ସେତିକି ନୁହେଁ, କଲେକ୍ଟର ତା’ ପରେ ସେହି ଯୁବକଙ୍କୁ ଏକ ଶକ୍ତ ଚାପୁଡ଼ା ମାରୁଥିବା ଦେଖାଯାଇଛି । ଆଉ ତା’ ପରେ ସେ ନିଜ ସୁରକ୍ଷା କର୍ମୀଙ୍କୁ ସେହି ଯୁବକଙ୍କୁ ପିଟିବାକୁ କହିବା ପରେ ସେମାନେ ଲାଠିରେ ତାଙ୍କୁ ପିଟୁଥିବା ସେହି ଭିଡିଓରେ ଦେଖାଯାଇଛି ।
ଏହା ବି ପଢ଼ନ୍ତୁ | ଗଞ୍ଜାମରେ HIV ଓ COVID ପଜିଟିଭ୍ ମହିଳା ଜନ୍ମ ଦେଲେ ଶିଶୁ କନ୍ୟା; ସେ କିନ୍ତୁ COVID ନେଗେଟିଭ୍କଲେକ୍ଟରଙ୍କ କହିବା ମାତ୍ରେ ତାଙ୍କ ସିକ୍ୟୁରିଟି ଗାର୍ଡ଼ ଦୌଡ଼ି ଆସି ସେହି ଯୁବକକୁ ଲାଠିରେ ପିଟିବା ଆରମ୍ଭ କରିଥିଲେ । ତାଙ୍କ ସହ ଉପସ୍ଥିତ ଥିବା ଦ୍ୱିତୀୟ ପୋଲିସ୍ କନଷ୍ଟେବଲ୍ ମଧ୍ୟ ସେହି ଯୁବକଙ୍କୁ ପିଟିଥିଲେ । ତା’ ପରେ ପୋଲିସ ସେହି ଯୁବକ ତୀବ୍ର ବେଗରେ ବାଇକ୍ ଚଳାଉଥିଲେ ବୋଲି କହି ତାଙ୍କ ନାମରେ ଏକ ଏଫ୍.ଆଇ.ଆର୍. ବି ରୁଜୁ କରିଥିଲେ ।
ଏହା ବି ପଢ଼ନ୍ତୁ | ଓଡ଼ିଶା FCIର ଆଉ ଜଣେ କର୍ମଚାରୀଙ୍କର କରୋନାରେ ପ୍ରାଣ ଗଲା; ହୋମ୍ ଆଇସୋଲେସନ୍ରେ ଥିଲେଏହି ଭିଡିଓ ଶନିବାର ଦିନ ଭାଇରାଲ ହେବା ପରେ ସୋସିଆଲ୍ ମିଡି଼ଆରେ ବିଭିନ୍ନ ପ୍ରକାରର ମନ୍ତବ୍ୟ ଆସିଥିଲା । ଅନେକ ଲୋକ ଜିଲ୍ଲାପାଳଙ୍କୁ (Surajpur collector) ତୁରନ୍ତ ନିଲମ୍ବିତ କରିବା ଓ ଗିରଫ କରିବା ପାଇଁ ଦାବି କରିଥିଲେ ।
ଏଇଠି ଦେଖନ୍ତୁ ସେହି ଭାଇରାଲ୍ ଭିଡିଓ:ଅମନ୍ ମିତ୍ତଲ୍ ନାମକ ଏହି ୨୩-ବର୍ଷୀୟ ଯୁବକ କହିଥିଲେ ଯେ ସେ କୋଭିଡ୍ ଆକ୍ରାନ୍ତ ହୋଇ ହସପିଟାଲରେ ଥିବା ତାଙ୍କ ଜେଜିମାଙ୍କୁ ଖାଦ୍ୟ ଦେବା ପରେ ଘରକୁ ଫେରିବା ବେଳେ ତାଙ୍କ ସହ ଏହି ଘଟଣା ଘଟିଥିଲା । ଭିଡିଓରେ ଯୁବକ ଜଣକ କହୁଛନ୍ତି ଯେ ସେ ନିଜ କରୋନା ଭାଇରସ୍ ପରୀକ୍ଷା (Corona test) ପାଇଁ ମଧ୍ୟ ଯାଇଥିଲେ । ତାଙ୍କ ହାତରେ ଏକ କାଗଜ ମଧ୍ୟ ଥିଲା, ଯାହାକୁ ଯାହାକୁ ସେ ବାରମ୍ବାର ଦେଖାଇବାକୁ ଚେଷ୍ଟା କରୁଥିଲେ । ପ୍ରଥମେ ତ ଜିଲ୍ଲାପାଳ ମହୋଦୟ ତାଙ୍କ କଥା ଶୁଣିବାକୁ ମନା କରି ଆଗକୁ ଚାଲିଯାଇଥିଲେ । ହେଲେ ଟିକିଏ ପରେ ସେ ଅଟକି ସେହି ଯୁବକଙ୍କୁ ପାଖକୁ ଡାକିଥିଲେ ଓ ତାଙ୍କ ସହ ଏମିତି ନିନ୍ଦନୀୟ ଦୁର୍ବ୍ୟବହାର କରିଥିଲେ ।
ଏହା ବି ପଢ଼ନ୍ତୁ | ଓଡ଼ିଶାରେ ଶୀଘ୍ର ତିଆରି ହେବ ୬ଟି ଅମ୍ଳଜାନ କାରଖାନା ଓ ୧୬ଟି ଜିଲ୍ଲାରେ RTPCR ପରୀକ୍ଷା କେନ୍ଦ୍ରକଲେକ୍ଟରଙ୍କ କ୍ଷମା ପ୍ରାର୍ଥନାର ଭିଡିଓ ଏଇଠି ଦେଖନ୍ତୁ:ଭିଡିଓ କ୍ଲିପ୍ ଭାଇରାଲ ହେବା ପରେ ଉଠୁଥିବା ପ୍ରଶ୍ନକୁ ନେଇ ସୁରଜପୁର କଲେକ୍ଟର ରଣବୀର ଶର୍ମା ଏକ ହ୍ୱାଟସ୍-ଆପ୍ ଗୃପରେ ସର୍ବସାଧାରଣରେ କ୍ଷମା ମାଗିଥିଲେ । କଲେକ୍ଟର ରଣବୀର ଶର୍ମା କହିଥିଲେ ଯେ ସେ ନିଜ ଆଚରଣ ପାଇଁ ଲଜ୍ଜିତ ଓ ସମସ୍ତଙ୍କ ଠାରୁ କ୍ଷମା ମାଗୁଛନ୍ତି । ମାତ୍ର କଲେକ୍ଟରଙ୍କ ଏହି କ୍ଷମା ପ୍ରାର୍ଥନା ସେହି ଭିଡିଓଟି ଭାଇରାଲ୍ ହେବା ପରେ ଓ ତାଙ୍କୁ ନିଲମ୍ବିତ କରିବା ପାଇଁ ଦାବି ବଢ଼ିବା ପରେ ହିଁ ଆସିଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | IPS ଅଫିସର୍ ସାଗରିକା ନାଥ କହିଲେ: ‘‘ଜଣେ ଦୃଢ଼ ମହିଳା ମୋତେ ଲାଳନ ପାଳନ କରିଥିବାରୁ ମୁଁ ଆଜି ଦୃଢ଼’’ସେହି ଭିଡିଓ ଦେଖିବା ପରେ ଇଂରାଜୀ ଖବର କାଗଜ ‘ଦ ପାୟୋନିୟର୍’ର ବରିଷ୍ଠ ସାମ୍ବାଦିକ ଜେ. ଗୋପୀକୃଷ୍ଣନ୍ ଟ୍ୱିଟରରେ ଲେଖିଛନ୍ତି ଯେ କଲେକ୍ଟର୍ ରଣବୀର ଶର୍ମାଙ୍କୁ ୨୦୧୫ ମସିହାରେ ଜଣେ ଗ୍ରାମ ପଞ୍ଚାୟତ ଅଧିକାରୀଙ୍କ ଠାରୁ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ଗିରଫ କରାଯାଇଥିଲା । ‘‘ଏହି ଲୋକ (କଲେକ୍ଟର୍) ଏବେ ବି ଚାକିରିରେ ଅଛନ୍ତି କେମିତି?’’ ସେ ପଚାରିଛନ୍ତି ।
ଭାନୁପ୍ରତାପପୁରରେ ଏସ୍.ଡି.ଓ. ଥିବା ବେଳେ ୨୦୧୨ ବ୍ୟାଚର ଆଇ.ଏ.ଏସ୍. ଅଧିକାରୀ ରଣବୀର ଶର୍ମାଙ୍କୁ ୧୦,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିବା ପରେ ତାଙ୍କୁ ଅନ୍ୟତ୍ର ବଦଳି କରିଦିଆଯାଇଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।