ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»Covid Guideline: ଜାଣନ୍ତୁ କରୋନାକୁ ନେଇ କେଉଁ ରାଜ୍ୟରେ କେଉଁ ନିୟମ ଲାଗୁ ହୋଇଛି

Covid Guideline: ଜାଣନ୍ତୁ କରୋନାକୁ ନେଇ କେଉଁ ରାଜ୍ୟରେ କେଉଁ ନିୟମ ଲାଗୁ ହୋଇଛି

ପାର୍ବଣ ଋତୁରେ ବାହାରକୁ ଯିବା ପୂର୍ବରୁ ଜାଣନ୍ତୁ କରୋନାକୁ ନେଇ କେଉଁ ରାଜ୍ୟରେ କେଉଁ ନିୟମ ହୋଇଛି। ପ୍ରାୟତଃ ସବୁ ରାଜ୍ୟରେ RTPCR ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି

Covid Guideline: ଜାଣନ୍ତୁ କରୋନାକୁ ନେଇ କେଉଁ ରାଜ୍ୟରେ କେଉଁ ନିୟମ ଲାଗୁ ହୋଇଛି
କେତେକ ରାଜ୍ୟରେ ପ୍ରବେଶ ପାଇଁ RTPCR ରିପୋର୍ଟ ବାଧ୍ୟତାମୂଳକ ହୋଇଛି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 5, 2021, 1:23 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଅଗଷ୍ଟ ମାସରେ ବିଭିନ୍ନ ପର୍ବପର୍ବାଣି ପାଳନ ହୁଏ। ରକ୍ଷା ବନ୍ଧନଠାରୁ ଆରମ୍ଭ କରି ଗଣେଶ ପୂଜା ପର୍ଯ୍ୟନ୍ତ ଅନେକ ପର୍ବ ପାଳନ କରନ୍ତି ଲୋକମାନେ। ସବୁଠାରୁ ବଡ଼ କଥା ହେଉଛି ଏ ବର୍ଷ ଭାରତରେ କରୋନା ଭାଇରସର ତୃତୀୟ ଲହର ମଧ୍ୟ ଆରମ୍ଭ ହୋଇଗଲାଣି। ଲୋକମାନେ ନିଜ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବା ଆସିବା କରିବା ପାଇଁ ପାଇଁ କିଛି ନିୟମ ସ୍ଥିର କରିଛନ୍ତି। ଯଦି ଆପଣ ନିଜ ରାଜ୍ୟରୁ ଅନ୍ୟ ରାଜ୍ୟରେ ରହୁଥିବା ନିଜ ବନ୍ଧୁଙ୍କ ଘରକୁ ଯିବାକୁ ଚାଁହୁଛନ୍ତି ତାହେଲେ ଆପଣଙ୍କ RT-PCR negetive report ଦରକାର। କେଉଁ ରାଜ୍ୟକୁ ଯିବାକୁ RT-PCR ରିପୋର୍ଟ କିମ୍ବା ଟିକା ପ୍ରମାଣପତ୍ର ଆବଶ୍ୟକ ତାହା ଜାଣନ୍ତୁ।

ମଙ୍ଗଳବାର ଛତିଶଗଡ଼ ସରକାର ବିମାନ ଚଳାଚଳ କରିବାର ୯୬ ଘଣ୍ଟା ମଧ୍ୟରେ କରାଯାଇଥିବା RT PCR negative report  ବିମାନରେ ରାଜ୍ୟକୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ବାଧ୍ୟତାମୂଳକ କରିଛନ୍ତି।

କେରଳ ଓ ମହାରାଷ୍ଟ୍ରରୁ ରାଜ୍ୟକୁ ଆସୁଥିବା ଲୋକଙ୍କ ପାଇଁ କର୍ଣ୍ଣାଟକ ସରକାର RT-PCR negative ରିପୋର୍ଟକୁ ବାଧ୍ୟତାମୂଳକ କରିଛନ୍ତି।

ରାଜ୍ୟରେ ବଢ଼ୁଥିବା କୋଭିଡ଼ ମାମଲାକୁ ଦୃଷ୍ଟିରେ ରଖି ହିମାଚଳ ପ୍ରଦେଶ ରାଜ୍ୟକୁ ପ୍ରବେଶ କରୁଥିବା ପର୍ଯ୍ୟଟକଙ୍କ ପାଇଁ ୭୨ ଘଣ୍ଟା ପୁରୁଣା RT-PCR ରିପୋର୍ଟ ବାଧ୍ୟତାମୂଳକ କରିଛି।  ଯଦି ଆପଣ ଗୋଟିଏ ଡୋଜ୍ କିମ୍ବା ଉଭୟ ଡୋଜ ନେଇଛନ୍ତି, ତେବେ ଆପଣ ଟୀକାକରଣ ପ୍ରମାଣପତ୍ର ସହିତ ରାଜ୍ୟକୁ ଆସିପାରିବେ।

ଅଗଷ୍ଟ ୫ ରୁ କେରଳରୁ ତାମିଲନାଡୁ ଯାତ୍ରା କରୁଥିବା ଯାତ୍ରୀମାନେ କେବଳ RT-PCR negative ପ୍ରମାଣପତ୍ର ଦେଖାଇ ଚେନ୍ନାଇକୁ ଆସିପାରିବେ।  ଆପଣ କେଉଁ ଉପାୟରେ ରାଜ୍ୟକୁ ପ୍ରବେଶ କରୁଛନ୍ତି ତାହା ଉପରେ ଗୁରୁତ୍ୱ ନଦେଇ ଏକ ରିପୋର୍ଟ ରହିବା ଆବଶ୍ୟକ।

କେରଳରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଗୋଆ RT- PCR ରିପୋର୍ଟକୁ ବାଧ୍ୟତାମୂଳକ କରିଛି।

ପୁନେ, ମୁମ୍ବାଇ ଓ ଚେନ୍ନାଇରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ପଶ୍ଚିମବଙ୍ଗ ସରକାର RT- PCR ରିପୋର୍ଟକୁ ବାଧ୍ୟତାମୂଳକ କରିଛନ୍ତି।

ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ପଞ୍ଜାବ, ଚଣ୍ଡିଗଡ଼, ହରିୟାଣାରେ RT-PCR ରିପୋର୍ଟର ଆବଶ୍ୟକତା ନାହିଁ।

ଯେଉଁ ଲୋକମାନେ ଟିକାର ଗୋଟିଏ ଡୋଜ ପାଇଛନ୍ତି, ସେମାନେ ରାଜସ୍ଥାନ ଓ ନାଗାଲାଣ୍ଡରେ RT PCR ରିପୋର୍ଟ ଦେଖାଇବା ଆବଶ୍ୟକ ନାହିଁ।

ଛତିଶଗଡ଼, ମଣିପୁର, ଓଡ଼ିଶା, ତ୍ରିପୁରା, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ ମେଘାଳୟରେ ଉଭୟ ଡୋଜ ଟିକା ନେଇଥିବା ଲୋକଙ୍କୁ RT PCR report ଦରକାର ନାହିଁ।
Published by: Soumya Das
First published: August 5, 2021, 1:20 PM IST