ବିଶ୍ୱ ପର୍ଯ୍ୟଟନ ଦିବସରେ ଖାଁ ଖାଁ ରହିଲା ଚାନ୍ଦିପୁର ବେଳାଭୂମି, ହେଲେ ଆଶା ବଢୁଛି

ଚାନ୍ଦିପୁର ଏପରି ଏକ ବେଳାଭୂମି ଯେଉଁଠି ଜୁଆର ଓ ଭଟ୍ଟା ଦିନକୁ ଦୁଇ ଥର ଦେଖିବାକୁ ମିଳିଥାଏ । ପାଣି ମାଡ଼ି ଆସିଲେ କୂଳରେ ଲହଡ଼ି ଖେଳେ; ଆଉ ଭଟ୍ଟା ସମୟରେ ସମୁଦ୍ର ଭିତରେ ୪ କିଲୋମିଟରରୁ ଅଧିକ ଭିତରକୁ ଯାଇ ଆପଣ ବୁଲିପାରିବେ ।

ବିଶ୍ୱ ପର୍ଯ୍ୟଟନ ଦିବସରେ ଖାଁ ଖାଁ ରହିଲା ଚାନ୍ଦିପୁର ବେଳାଭୂମି, ହେଲେ ଆଶା ବଢୁଛି
ଚାନ୍ଦିପୁର ବେଳାଭୂମି ଥିଲା ଖାଁ ଖାଁ
  • News18 Odia
  • Last Updated: September 27, 2020, 11:09 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ସେପ୍ଟେମ୍ବର ୨୭ ତାରିଖ ଥିଲା ବିଶ୍ୱ ପର୍ଯ୍ୟଟନ ଦିବସ । ହେଲେ ଜୁଆର ଓ ଭଟ୍ଟା ଦିନକୁ ଦୁଇ ଥର ଦେଖିବାକୁ ମିଳୁଥିବା ଚାନ୍ଦିପୁର ବେଳାଭୂମି ଥିଲା ଖାଁ ଖାଁ । ବିଗତ ବର୍ଷମାନଙ୍କରେ ଏହି ଦିନ ଚାନ୍ଦିପୁର ବେଳାଭୂମିରେ ସାଧାରଣ ଦିନ ଠାରୁ ଅଧିକ ସଂଖ୍ୟାର ପର୍ଯ୍ୟଟକ ରହନ୍ତି । ଏବେ କରୋନା ଭୟରେ ଆସୁନାହାନ୍ତି ବାହାରର ପର୍ଯ୍ୟଟକ ।

ଚାନ୍ଦିପୁର ହେଉଛି ଏପରି ଏକ ବେଳାଭୂମି ଯେଉଁଠି ଜୁଆର ଓ ଭଟ୍ଟା ଦିନକୁ ଦୁଇ ଥର ଦେଖିବାକୁ ପାଇଥାନ୍ତି ପର୍ଯ୍ୟଟକ । ଯେତେବେଳେ ପାଣି ମାଡ଼ି ଆସେ ସେତେବେଳେ କୂଳରେ ଖେଳେ ଲହଡ଼ି । ଆଉ ଭଟ୍ଟା ସମୟରେ ପର୍ଯ୍ୟଟକ ସମୁଦ୍ର ଭିତରେ ଚାରି କିଲୋମିଟରରୁ ଅଧିକ ଭିତରକୁ ଯାଇ ବୁଲିବାର ସୁଯୋଗ ପାଇଥାନ୍ତି । ଏହା ସମଗ୍ର ଏସିଆରେ ଏକ ବିରଳ ବେଳାଭୂମି ହୋଇଥିବାରୁ ଏହାକୁ ଦେଖିବା ପାଇଁ ଓଡ଼ିଶା ସମେତ ବାହାର ରାଜ୍ୟରୁ ଛୁଟି ଆସନ୍ତି ପର୍ଯ୍ୟଟକ ।

ପ୍ରତି ବର୍ଷ ଚାନ୍ଦିପୁର ଆସୁଥିବା ମୋଟ ପର୍ଯ୍ୟଟକଙ୍କ ମଧ୍ୟରେ ୫୦ ପ୍ରତିଶତ ପଶ୍ଚିମ ବଙ୍ଗରୁ ଆସିଥାନ୍ତି । ଏ ବର୍ଷ ଯେଉଁ ଅଳ୍ପ ସଂଖ୍ୟାର ପର୍ଯ୍ୟଟକ ଆସୁଛନ୍ତି ସେମାନେ ବେଳାଭୂମିରେ ଅଧିକ ସମୟ କାଟିବାକୁ ଚାଁହୁ ନ ଥିବା ଦେଖିବାକୁ ମିଳୁଛି । କରୋନା ଭୟରେ ପର୍ଯ୍ୟଟକ ଆସୁ ନ ଥିବା ବେଳେ ଚାନ୍ଦିପୁରର ରକ୍ଷଣାବେକ୍ଷଣ ଦାୟିତ୍ୱ ବହନ କରୁଥିବା ସ୍ଥାନୀୟ ସରପଞ୍ଚ ଆଶା ପ୍ରକଟ କରିଛନ୍ତି ଯେ ଧୀରେ ଧୀରେ ସ୍ଥିତି ସ୍ୱାଭାବିକ ହେବ । ପ୍ରତ୍ୟେକ ଦିନ ବେଳାଭୂମି ସଫେଇ କରାଯାଉଛି ଓ ସାନିଟାଇଜ ପ୍ରକ୍ରିୟା ଚାଲୁ ରହିଛି ବୋଲି ସେ କହିଛନ୍ତି ।

ଚାନ୍ଦିପୁର ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ୫୦% ପଶ୍ଚିମ ବଙ୍ଗରୁ ଆସିଥାନ୍ତି ।


ଲକଡାଉନ ଯୋଗୁଁ ସବୁ ଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ବେଳାଭୂମି ପାଖର ଉଠା ଦୋକାନୀ ଓ ହୋଟେଲ ଶିଳ୍ପ । ପର୍ଯ୍ୟଟକଙ୍କ ଅଭାବରୁ ଦୋକାନୀମାନଙ୍କ ପରିବାର ପୋଷଣ କଷ୍ଟକର ହୋଇ ପଡ଼ିଛି । ଦିନକୁ ୫୦୦ ଟଙ୍କା ରୋଜଗାର କରୁଥିବା ଗୋଟିଏ ଛୋଟିଆ ଦୋକନୀ ପାଇଁ ଏବେ ୫୦ ଟଙ୍କା ରୋଜଗାର କରିବା ମଧ୍ୟ କଷ୍ଟକର ହୋଇଛି । ପର୍ଯ୍ୟଟକଙ୍କ ସଂଖ୍ୟା କମିଯିବାରୁ ସ୍ଥାନୀୟ ଅଞ୍ଚଳର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି । ବସ୍‌ ଓ ଟ୍ରେନ ଚଳାଚଳ ସ୍ବାଭାବିକ ହେଲେ ଆଗାମୀ ଦିନରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ ଓ ବେଳାଭୂମି ପୁଣି ଭରି ଉଠିବ ବୋଲି ଆଶା ପ୍ରକଟ କରିଛନ୍ତି ସ୍ଥାନୀୟ ବାସିନ୍ଦାମାନେ ।

କରୋନା କାଳରେ ସବୁ ଠାରୁ ଅଧିକ ପ୍ରଭାବିତ ହୋଇଛି  ଟୁରିଜିମ ସେକ୍ଟର । ଏବେ ଲକଡାଉନ ହଟିଥିବା ବେଳେ ପରିସ୍ଥିତିରେ ସୁଧାର ଆସିବା ପାଇଁ ଆଉ କିଛି ଦିନ ଲାଗିପାରେ ବୋଲି ମତ ପ୍ରକାଶ ପାଇଛି ।

ଏହା ବି ପଢ଼ନ୍ତୁ ରାଖୀ ସାନ୍ତ ଚର୍ଚ୍ଚାରେ! ପାକିସ୍ତାନ ପତାକା ସହ ପୋଜ୍ ଦେଇଥିବା ଫଟୋ ପାଇଁ ପୁଣି ବିତର୍କରେ

ଏହା ବି ପଢ଼ନ୍ତୁ CoronaVirus: ଆମେରିକାର ଦାବି, ଆୟୋଡିନ୍ ଦ୍ୱାରା ୧୫ ସେକେଣ୍ଡରେ ଦୂରେଇ ଯିବ ଭାଇରସ୍

‘‘କିଛି କିଛି ପର୍ଯ୍ୟଟକ ଏବେ ଚାନ୍ଦିପୁର ଆସିବା ଆରମ୍ଭ କରିଛନ୍ତି । ହେଲେ ପଶ୍ଚିମ ବଙ୍ଗରୁ ଯେଉଁ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି ସେପରି ଆସିବା ଦେଖିବାକୁ ମିଳୁନି । ପର୍ଯ୍ୟଟକଙ୍କ ଅଭାବରୁ ସ୍ଥାନୀୟ ଦୋକାନୀଙ୍କ ପରିବାର ପୋଷଣ ଏବେ କଷ୍ଟକର ହୋଇ ପଡିଛି,’’ କହିଛନ୍ତି ଚାନ୍ଦିପୁର ସରପଞ୍ଚ ତପନ କୁମାର ଜେନା ।



ପଶ୍ଚିମ ବଙ୍ଗରୁ ଆସିଥିବା ପର୍ଯ୍ୟଟକ କାକଲି ମଣ୍ଡଳ କହିଛନ୍ତି, ‘‘ଆମେ ପରିବାର ସହିତ ଚାନ୍ଦିପୁର ବେଳାଭୂମି ବୁଲିବାକୁ ଆସିଛୁ । ପୂର୍ବରୁ ଅନେକ ଥର ଏହି ବେଳାଭୂମି ସମ୍ପର୍କରେ ଶୁଣିଥିଲି । ଏବେ ଦେଖୁଛି । ହେଲେ କରୋନା ସମୟରେ ଭୟ ଲାଗୁଛି ପରିବାର ଓ ଛୋଟ ପିଲାଙ୍କ ସହିତ ବୁଲିବାକୁ । ଏବେ ବେଳାଭୂମିରେ ଭିଡ଼ କମ୍‌ ନ ଥିବାରୁ ବୁଲୁଛୁ, ହେଲେ ଭିଡ଼ ବଢ଼ିଲେ ବିପଦ ବଢ଼ିବ । ସରକାରଙ୍କ ପକ୍ଷରୁ ଥର୍ମାଲ ସ୍କ୍ରିନିଂ ରଖିବା ସହିତ ଉପଯୁକ୍ତ ସାନିଟାଇଜିଂ ବ୍ୟବସ୍ଥା ରହିବା ଆବଶ୍ୟକ ।’’
Published by: Anand Shankar Thankur Das
First published: September 27, 2020, 11:09 PM IST
corona virus btn
corona virus btn
Loading