ଉଠା ଦେକାନୀଙ୍କ ମୁହଁରେ ହସ ଫୁଟାଇଛି କେନ୍ଦ୍ର ସରକାରଙ୍କ ସ୍ବତନ୍ତ୍ର ପ୍ୟାକେଜ୍

ଏହି ଯୋଜନାର ଫାଇଦା ଓଡିଶାର ସବୁ ଉଠା ଦେକାନୀ ପାଇପାରିବେ କି ନାହିଁ ତାହା ଏ ଯାଏଁ ଅସ୍ପଷ୍ଟ ଅଛି । ରାଜ୍ୟରେ ୮ରୁ ୧୦ ଲକ୍ଷ ଉଠା ଦେକାନୀ ଅଛନ୍ତି, ହେଲେ ସେମାନଙ୍କ ମଧ୍ୟରୁ ମାତ୍ର ୬୫ ହଜାର ପଞ୍ଜିକୃତ ହୋଇଛନ୍ତି ।

ଉଠା ଦେକାନୀଙ୍କ ମୁହଁରେ ହସ ଫୁଟାଇଛି କେନ୍ଦ୍ର ସରକାରଙ୍କ ସ୍ବତନ୍ତ୍ର ପ୍ୟାକେଜ୍
କଟକରେ ଏକ ଉଠା ଦୋକାନୀ ପୁଣି ନିଜର ବ୍ୟବସାୟ ଆରମ୍ଭ କରିଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କରେନା ଭାଇରସ୍‌ ସଙ୍କଟ ଓ ଲକଡାଉନର ମାଡ଼ରେ ଧରାଶାୟୀ ହୋଇ ପଡିଥିବା ରାଜ୍ୟର କ୍ଷୁଦ୍ର ତଥା ଉଠା ବ୍ୟବସାୟଗୁଡ଼ିକ ପାଇଁ କେନ୍ଦ୍ର ସରକାରଙ୍କ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ସଞ୍ଜୀବନୀ ହୋଇ ଆସିଛି । ଏହି ପ୍ୟାକେଜ ଘୋଷଣା ହେବା ପରେ ଏବେ ସେମାନଙ୍କ ମୁହଁରେ ଫେରିଛି ହସ ।

ଲକଡାଉନ ଯୋଗୁଁ ପାଖାପାଖି ଦୁଇ ମାସ ଧରି ଏହି ବ୍ୟବସାୟ ଉପରେ ନିର୍ଭର କରି ଗୁରୁରାଣ ମେଣ୍ଟାଉଥିବା ରାଜ୍ୟର ଲକ୍ଷଲକ୍ଷ ବ୍ୟବସାୟୀ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି । ପରିସ୍ଥିତି ଏପରି ହୋଇ ଯେ ଦିନକୁ ହଜାର ହଜାର ଟଙ୍କାର ବ୍ୟବସାୟ କରୁଥିବା ଏହି ବ୍ୟବସାୟୀମାନେ ଏବେ ନିଜର ଗୁଜୁରାଣ ମେଣ୍ଟାଇବାକୁ ମଧ୍ୟ ଅସମର୍ଥ ହେଉଛନ୍ତି । ହେଲେ ଏବେ କେନ୍ଦ୍ର ସରକାରଙ୍କ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ଦ୍ୱାରା ସହଜ କିସ୍ତିରେ ଋଣ ନେଇ ନିଜ ନିଜ ବ୍ୟବସାୟକୁ ପୁଣି ଥରେ ଛିଡା କରିପାରିବାର ବିଶ୍ବାସ ସେମାନଙ୍କ ମନରେ ଜାଗ୍ରତ ହୋଇଛି ।

ତେବେ ଗ୍ରୀନ ଜୋନରେ ଥିବା କଟକର ବ୍ୟବସାୟୀମାନଙ୍କୁ ଅନେକାଂଶରେ ଆଶ୍ବସ୍ତି ମିଳିସାରିଛି । ଦେଢ଼ ମାସ ଧରି ବନ୍ଦ ହେବା ପରେ ଦୁଇ ସପ୍ତାହ ତଳେ ସହରର ଉଠା ଦେକାନୀମାନେ ନିଜ ନିଜ ବ୍ୟବସାୟକୁ ଫେରିଛନ୍ତି । କିନ୍ତୁ ପାଖରେ ଥିବା ସମସ୍ତ ସଞ୍ଚିତ ଅର୍ଥ ଦୁଇ ଓଳି ଦୁଇ ମୁଠା ଖାଇବାରେ ଶେଷ ହୋଇଯାଇଥିବା ବେଳେ ଏବେ ନିଜ ବ୍ୟବସାୟକୁ ପୁଣି ଥରେ କିପରି ଛିଡା କରିବେ ସେହି ଚିନ୍ତାରେ ଅଛନ୍ତି ।

କେନ୍ଦ୍ରର ପ୍ୟାକେଜ ଦ୍ୱାରା ଉତ୍ସାହିତ ହୋଇଛନ୍ତି ଠେଲା ଗାଡ଼ିରେ ଫଳ ବ୍ୟବସାୟ କରୁଥିବା ଜୟକୃଷ୍ଣ ବାରିକ ।


“ମୁଁ ୧୦ ବର୍ଷ ହେଲା ଫଳ ବ୍ୟବସାୟ କରିଆସୁଛି । କିନ୍ତୁ ଲକଡ଼ାଉନ ଯୋଗୁଁ ପାଖାପାଖି ଦେଢ ମାସ ହେଲା ହାତ ବାନ୍ଧି ଘରେ ବସି ରହିବା ପରେ ଏବେ କିଛି ଦିନ ହେଲା ବେପାର ଆରମ୍ଭ କରିଛି । ପାଖରେ ପଇସା ନ ଥିବାରୁ ଅଧିକ ଫଳ ଆଣି ପାରୁ ନାହିଁ । କେନ୍ଦ୍ର ସରକାର ଆମ ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା କରିଥିବାରୁ ମୁଁ ବହୁତ ଖୁସି । ପୂର୍ବରୁ ବ୍ୟାଙ୍କରୁ ଋଣ ଆଣି ସଠିକ ସମୟରେ ଶୁଝିଥିବାରୁ ଭାବୁଛି ମୋତେ ଋଣ ପାଇବାରେ ଅସୁବିଧା ହେବ ନାହିଁ । ଋଣ ମିଳିଲେ ମୁଁ ଭଲରେ ବ୍ୟବସାୟ କରିପାରିବି,” କହିଛନ୍ତି କଟକ ବଜ୍ରକବାଟି ରୋଡ଼ରେ ଏକ ଠେଲା ଗାଡ଼ିରେ ଫଳ ବ୍ୟବସାୟ କରୁଥିବା ଜୟକୃଷ୍ଣ ବାରିକ ।

ରାସ୍ତାକଡର ବ୍ୟବସାୟୀମାନଙ୍କ ପାଇଁ ଏହି ସ୍ବତନ୍ତ୍ର ପ୍ୟାକେଜରେ ୫,୦୦୦ କୋଟି ଟଙ୍କାର ଋଣ ବ୍ୟବସ୍ଥା କରିଛନ୍ତି କେନ୍ଦ୍ର ସରକାର । ଏହା ଦ୍ବାରା ଦେଶର ୫୦ ଲକ୍ଷରୁ ଉର୍ଦ୍ଧ କ୍ଷୁଦ୍ର ବା ରାସ୍ତାକଡରେ ବ୍ୟବସାୟ କରୁଥିବା ଉଠା ଦେକାନୀ ଲାଭବାନ ହୋଇ ପାରିବେ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । କିନ୍ତୁ ଏହି ଯୋଜନାର ଫାଇଦା ଓଡିଶାର ସମସ୍ତ ଉଠା ଦେକାନୀ ପାଇପାରିବେ ବା ନାହିଁ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ରାଜ୍ୟରେ ୮ରୁ ୧୦ ଲକ୍ଷ ଉଠା ଦେକାନୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୬୫ ହଜାର ବ୍ୟବସାୟୀ ପଞ୍ଜିକୃତ ହୋଇଛନ୍ତି ।

“ଏହି ସ୍ବତନ୍ତ୍ର ପ୍ୟାକେଜର କେତେ ପ୍ରତିଶତ ଅର୍ଥ ଓଡିଶା ଭାଗରେ ପଡିବ ତାହା ଏ ପର୍ଯ୍ୟନ୍ତ ଜଣା ପଡିନାହିଁ । ଏହା ବ୍ୟତୀତ ରାଜ୍ୟର ସମସ୍ତ ଉଠା ଦେକାନୀ ପଞ୍ଜିକୃତ ହୋଇନାହାନ୍ତି । ତେଣୁ ଯେମିତି ଅଣପଞ୍ଜିକୃତ ଉଠା ଦେକାନୀମାନେ ମଧ୍ୟ ଏହାର ଫାଇଦା ପାଇପାରିବେ ସେଥି ପ୍ରତି ଉଦ୍ୟମ କରାଯିବ,” ବୋଲି କହିଛନ୍ତି ଓଡ଼ିଶା ଉଠା ଦେକାନୀ ମହାସଙ୍ଘର ସଭାପତି ତଥା ରାଜ୍ୟସଭା ସାଂସଦ ସୁବାଷ ସିଂ ।

ଆସନ୍ତା ଗୋଟିଏ ମାସ ମଧ୍ୟରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନାରେ କ୍ଷୁଦ୍ର ବା ରାସ୍ତାକଡରେ ବ୍ୟବସାୟ କରୁଥିବା ଉଠା ଦେକାନୀଙ୍କୁ ୨ ପ୍ରତିଶତ ସୁଧରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।

ଏହା ବି ପଢ଼ନ୍ତୁ: ଆସୁଛି ବାତ୍ୟା ଆମ୍ଫାନ୍: ଏବେ ଘଣ୍ଟାକୁ ୨୦ କିମି ବେଗରେ ଗତି କରୁଛି; ରାଜ୍ୟ ପ୍ରସ୍ତୁତ ହେଉଛି

ଏହା ବି ପଢ଼ନ୍ତୁ: ରାଜ୍ୟରେ ଆହୁରି ୬୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହେଲେ; ଏବେ ମୋଟ ୭୩୭ ହେଲେ

ଏହା ବି ପଢ଼ନ୍ତୁ: କୃଷି କ୍ଷେତ୍ରର ବିକାଶ ଓ ଚାଷୀଙ୍କ ଆୟ ବଢ଼େଇବାକୁ ଅର୍ଥ ମନ୍ତ୍ରୀ ଏହି ୧୧ଟି ବଡ଼ ଘୋଷଣା କରିଛନ୍ତି

ଏହା ବି ପଢ଼ନ୍ତୁ: ମୁଣ୍ଡରେ ବସ୍ତା, ହାତରେ ବାଲଟି, କଟକରୁ ମଧ୍ୟ ପ୍ରଦେଶ ବାହାରିଲେ ୪୭ ଲୋକ; ସାହାଯ୍ୟ ପାଇଲେ

ଏହା ବି ପଢ଼ନ୍ତୁ: କରୋନା ସନ୍ଦେହରେ ହସପିଟାଲରେ ଥିବା ନିଜ ୫ ବର୍ଷର ପୁଅକୁ ହତ୍ୟା କଲେ ଫୁଟବଲ୍ ଖେଳାଳି
First published: May 16, 2020, 4:05 PM IST
corona virus btn
corona virus btn
Loading