କେନ୍ଦ୍ରର ଆର୍ଥିକ ପ୍ୟାକେଜ୍ ରାଜ୍ୟର MSME ଉଦ୍ୟୋଗୀମାନଙ୍କୁ ଉତ୍ସାହରେ ଭରିଛି

ମଧ୍ୟମ ଓ କ୍ଷୁଦ୍ର ଶିଳ୍ପର ଅଭିବୃଦ୍ଧି ପାଇଁ ଆବଶ୍ୟକ ହେଉଥିବା ସବୁ ଉପାଦାନ ଓଡ଼ିଶାରେ ଉପଲବ୍ଧ ଥିବାରୁ ଏହି ଆର୍ଥିକ ପ୍ୟାକେଜକୁ ଠିକ ଢଙ୍ଗରେ ରୂପାୟନ କଲେ ରାଜ୍ୟକୁ ଫେରିଥିବା ପ୍ରବାସୀମାନଙ୍କୁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ ।

କେନ୍ଦ୍ରର ଆର୍ଥିକ ପ୍ୟାକେଜ୍ ରାଜ୍ୟର MSME ଉଦ୍ୟୋଗୀମାନଙ୍କୁ ଉତ୍ସାହରେ ଭରିଛି
ଜଗତପୁରର ଏକ କ୍ଷୁଦ୍ର ଶିଳ୍ପ ସଂସ୍ଥାରେ କାର୍ଯରତ ଶ୍ରମିକମାନେ । (ଫାଇଲ୍ ଫଟୋ)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଅଣୁ, ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ (MSME) କ୍ଷେତ୍ରର ପୁର୍ନଉଦ୍ଧାର ପାଇଁ କେନ୍ଦ୍ର ସରକାରଙ୍କ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା ରାଜ୍ୟର ଉଦ୍ୟୋଗୀଙ୍କୁ ବହୁ ମାତ୍ରାରେ ଉତ୍ସାହିତ କରିଛି । ଏହି ଆର୍ଥିକ ପ୍ୟାକେଜ ଦ୍ବାରା ପୁରୁଣା ଉଦ୍ୟୋଗୀମାନେ ନିଜ ଉତ୍ପାଦକୁ ଦେଶର କୋଣ ଅନୁକୋଣକୁ ପଠାଇ ପାରିବେ ବୋଲି କହିଥିବା ବେଳେ ନୂଆ ଉଦ୍ୟୋଗୀମାନେ ସେମାନଙ୍କ କଳ୍ପନାକୁ ବାସ୍ତବ ରୂପ ଦେଇପାରିବେ ବୋଲି କହିଛନ୍ତି ।

“କରୋନା ମାଡ଼ରେ ମୋ’ର ଷ୍ଟିଲ ଆସବାବ ପତ୍ର ତିଆରି ଶିଳ୍ପ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଏଥି ପାଇଁ ମୁଁ ଚିନ୍ତାଗ୍ରସ୍ତ ଥିଲି । କିନ୍ତୁ MSME କ୍ଷେତ୍ରର ପୁନଃରୁଦ୍ଧାର ପାଇଁ କେନ୍ଦ୍ର ସରକାରଙ୍କ ଆର୍ଥିକ ପ୍ୟାକେଜ ଘୋଷଣା ହେବା ପରେ ମୁଁ ଚିନ୍ତାରୁ ମୁକ୍ତି ପାଇଛି । ଆର୍ଥିକ ସହାୟତା ମିଳିଲେ ମୁଁ ଅଧିକ କୁଶଳୀ ଶ୍ରମିକଙ୍କୁ ନିଯୁକ୍ତ କରି ପାରିବି, ଉନ୍ନତ ଯନ୍ତ୍ରପାତି କିଣିପାରିବି ଓ କେବଳ ରାଜ୍ୟ ଭିତରେ ସୀମିତ ରହିଯାଉଥିବା ମୋର ଉତ୍ପାଦର ମାର୍କେଟିଂ ମୁଁ ଦେଶର ଅନ୍ୟ ପ୍ରାନ୍ତରେ ମଧ୍ୟ କରିପାରିବି,’’ କହିଛନ୍ତି ଡଗରପଡ଼ା ସ୍ଥିତ ସନ୍ତୋଷୀ ଷ୍ଟିଲ ଫର୍ଣ୍ଣିଚର୍ସର ମୁଖ୍ୟ ସନ୍ତୋଷ ଧୀର ।

ରାଜ୍ୟର ସମସ୍ତ MSME ଶିଳ୍ପଦ୍ୟୋଗୀଙ୍କ ପାଇଁ ଏହି ଆର୍ଥିକ ପ୍ୟାକେଜ ଏକ ସଞ୍ଜୀବନୀ ଔଷଧ ଭଳି କାର୍ଯ୍ୟ କରିବ ବୋଲି ଉଦ୍ୟୋଗୀମାନେ କହିଛନ୍ତି । ଏହା ଦ୍ବାରା ବିଶେଷ କରି ବିଭିନ୍ନ କାରଣରୁ ଜରାଜୀର୍ଣ୍ଣ ଅବସ୍ଥାକୁ ଠେଲି ହୋଇଯାଇଥିବା MSME ସଂସ୍ଥାଗୁଡିକ ପୁଣି ଥରେ ଛିଡ଼ା ହୋଇ ପାରିବେ । ଏହା ସହିତ ଲାଭରେ ଚାଲୁଥିବା ଶିଳ୍ପଗୁଡିକ ଅଧିକ ଲାଭବାନ ହେବେ ଏବଂ ରାଜ୍ୟରେ ଅନେକ ନୂଆ ନୂଆ ଶିଳ୍ପ ଓ ଶିଳ୍ପୋଦ୍ୟୋଗୀ ମଧ୍ୟ ସୃଷ୍ଟି ହୋଇ ପାରିବେ ବୋଲି ପୂର୍ବାନୁମାନ କରାଯାଉଛି । ଅନ୍ୟ ରାଜ୍ୟଗୁଡ଼ିକ ଅପେକ୍ଷା ଓଡ଼ିଶା ଏହି ଆର୍ଥିକ ପ୍ୟାକେଜର ସର୍ବାଧିକ ଫାଇଦା ଉଠାଇପାରିବ ବୋଲି ମଧ୍ୟ କୁହାଯାଉଛି ।

ଓଡ଼ିଶା ଶିଳ୍ପ ସଙ୍ଘର ମୁଖ୍ୟାଳୟ


“ଓଡ଼ିଶାରେ ଏକ ସ୍ଥିର ସରକାର ରହିଛି । ଏଠାରେ ଗମନାଗମନ ସୁବିଧା ଉପଲବ୍ଧ ଅଛି । ଶିଳ୍ପ ପାଇଁ ଆବଶ୍ୟକ ହେଉଥିବା ପାଣି ମହଜୁଦ ରହିଛି ଏବଂ ସବୁ ଠାରୁ ବଡ କଥା ହେଉଛି ଯେ ଓଡିଶାକୁ ଫେରୁଥିବା ପ୍ରବାସୀମାନଙ୍କ ମଧ୍ୟରୁ ୫୦ ପ୍ରତିଶତ କୁଶଳୀ ଶ୍ରମିକ। ସେମାନଙ୍କୁ ନିଜ ରାଜ୍ୟରେ ଉପଯୁକ୍ତ କର୍ମସଂସ୍ଥାନ ଯୋଗାଇ ଦିଆଗଲେ ସେମାନେ ଓଡିଶାରେ ହିଁ ରହିବାକୁ ଅଧିକ ପସନ୍ଦ କରିବେ । ମୋଟାମୋଟି ଭାବେ କହିବାକୁ ଗଲେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ MSME ସେକ୍ଟରର ଅଭିବୃଦ୍ଧି ପାଇଁ ଆବଶ୍ୟକ ହେଉଥିବା ସମସ୍ତ ଉପାଦାନ ଆମ ପାଖରେ ଉପଲବ୍ଧ ଅଛି । ଯଦି ଏହି ଆର୍ଥିକ ପ୍ୟାକେଜକୁ ସଠିକ ଢଙ୍ଗରେ ରୂପାୟନ କରାଯାଏ ତେବେ ଓଡିଶାର MSME ଉତ୍ପାଦ ରାଜ୍ୟରେ ଶିଳ୍ପ ସ୍ଥାପନ ପାଇଁ ବଡ଼ ବଡ଼ ଶିଳ୍ପ ସଂସ୍ଥାମାନଙ୍କୁ ଆକର୍ଷିତ କରିବ,” କହିଛନ୍ତି ରାଜ୍ୟ MSME ଶିଳ୍ପ ସଙ୍ଘର ଅଧ୍ୟକ୍ଷ ତଥା ଶିଳ୍ପପତି ଅବନୀ କାନୁନଗୋ ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଏହି ଆର୍ଥିକ ପ୍ୟାକେଜରେ MSME ପାଇଁ ୩ ଲକ୍ଷ କୋଟି ଟଙ୍କା ବରାଦ କରାଯାଇଛି ସତ, କିନ୍ତୁ ଏହି ପ୍ୟାକେଜରେ ମିଳିବାକୁ ଥିବା ଋଣରେ ସୁଧ ହାର କେତେ ରହିବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ସୁଧ ହାରକୁ ୪ରୁ ୫ ପ୍ରତିଶତ ମଧ୍ୟରେ ସିମିତ ରଖାଯିବା ସହ ଋଣ ବ୍ୟବସ୍ଥାକୁ ସରଳୀକରଣ କରାଗଲେ ଏହାର ପ୍ରକୃତ ଫାଇଦା ମିଳିପାରିବ ବୋଲି MSME ଶିଳ୍ପୋଦ୍ୟୋଗୀମାନେ କହିଛନ୍ତି ।

ଏହା ବି ପଢ଼ନ୍ତୁ: ଏହି ମାସ ଏଭେରେଷ୍ଟ ଚଢ଼ିବାର ଥିଲା, ହେଲେ ଏବେ ପରିବା ଦୋକାନ ଚଳାଉଛନ୍ତି ନୀଳାଚଳ

ଏହା ବି ପଢ଼ନ୍ତୁ: ପ୍ରବାସୀ ଶ୍ରମିକଙ୍କୁ ୨ ମାସ ମାଗଣା ଖାଦ୍ୟ ମିଳିବ; ମଧ୍ୟମ ଆୟ ବର୍ଗ ପାଇଁ ଭଡ଼ା ଘର ଯୋଜନା

ଏହା ବି ପଢ଼ନ୍ତୁ: ଏମିତି ବି ହୋଇପାରେ: କରୋନା ବିଶ୍ୱକୁ କେବେ ବି ଛାଡ଼ି ଯାଇ ନ ପାରେ, କହିଲେ WHO ଅଧିକାରୀ

ଏହା ବି ପଢ଼ନ୍ତୁ: ୧୪୯ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆଜି ରାତିରେ ଦୁବାଇରୁ ଭୁବନେଶ୍ୱର ଆସୁଛି ବିମାନ

ଏହା ବି ପଢ଼ନ୍ତୁ: ଆଜି ଗୋଟେ ଦିନରେ ରାଜ୍ୟରେ ୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ଏ ଯାଏଁ ମୋଟ ୬୨୪

ଏହା ବି ପଢ଼ନ୍ତୁ: ଚାକିରୀଜୀବୀ ଲୋକଙ୍କ PF ଓ Tax ବିଷୟରେ ଅର୍ଥ ମନ୍ତ୍ରୀ ଏହି ୫ଟି ବଡ଼ ଘୋଷଣା କରିଛନ୍ତି
First published: May 14, 2020, 8:57 PM IST
corona virus btn
corona virus btn
Loading