ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»Vaccine Price: ଘରୋଇ ହସପିଟାଲ୍‌ଗୁଡ଼ିକ ପାଇଁ କରୋନା ଟିକାର ଦାମ୍ ସ୍ଥିର କଲେ କେନ୍ଦ୍ର ସରକାର

Vaccine Price: ଘରୋଇ ହସପିଟାଲ୍‌ଗୁଡ଼ିକ ପାଇଁ କରୋନା ଟିକାର ଦାମ୍ ସ୍ଥିର କଲେ କେନ୍ଦ୍ର ସରକାର

Corona vaccine price for private hospitals fixed by Centre | କରୋନା ଟିକାର ଦାମ୍ ଉପରେ GST ନେବା ପରେ ସର୍ଭିସ୍ ଚାର୍ଜ ୧୫୦ ଟଙ୍କାରୁ ଅଧିକ ନେଇପାରିବେ ନାହିଁ ଘରୋଇ ହସପିଟାଲମାନେ । ସେମାନଙ୍କୁ ଟିକା ଦେବାର ଅଧିକାର ମିଳିବା ପରେ ଏହାର ବିରୋଧ ବି ଆରମ୍ଭ ହୋଇଛି ।

Vaccine Price: ଘରୋଇ ହସପିଟାଲ୍‌ଗୁଡ଼ିକ ପାଇଁ କରୋନା ଟିକାର ଦାମ୍ ସ୍ଥିର କଲେ କେନ୍ଦ୍ର ସରକାର
ଘରୋଇ ଡାକ୍ତରଖାନାମାନେ ୨୫ ପ୍ରତିଶତ ଟିକା ସିଧାସଳଖ ନେଇପାରିବେ । (ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଘରୋଇ ଡାକ୍ତରଖାନା ପାଇଁ କେନ୍ଦ୍ର ସରକାର କରୋନା ଭାଇରସ୍ ଭ୍ୟାକ୍ସିନର (Corona Vaccine) ସର୍ବାଧିକ ଦର ସ୍ଥିର କରିଛନ୍ତି । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ନିର୍ଦ୍ଧାରିତ ଦର ଉପରେ ପ୍ରତି ଦିନ ନଜର ରଖାଯିବ । ଲୋକଙ୍କ ଠାରୁ ଅଧିକ ଦାମ୍‌ ଚାର୍ଜ କଲେ ପାଇଁ ଘରୋଇ କୋଭିଡ ଟିକାକରଣ କେନ୍ଦ୍ର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସରକାର ।

ସର୍ଭିସ୍‌ ଚାର୍ଜ ପାଇଁ ଘରୋଇ ଡାକ୍ତରଖାନାଗୁଡ଼ିକୁ ୧୫୦ ଟଙ୍କାରୁ ଅଧିକ ନେବାକୁ ନ ଦେବାକୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ କହିଛନ୍ତି । ରାଜ୍ୟ ସରକାର ହିଁ ଘରୋଇ ଟିକାକରଣ କେନ୍ଦ୍ର ଉପରେ ନଜର ରଖିବେ । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ସୋମବାର ଘୋଷଣା କରିଥିଲେ ଯେ ଦେଶରେ ତିଆରି ହେଉଥିବା କରୋନା ଟିକା ମଧ୍ୟରୁ ଯେମିତି ୨୫ ପ୍ରତିଶତ ସିଧାସଳଖ ଘରୋଇ ଡାକ୍ତରଖାନାମାନେ (private hospitals) ନେଇପାରିବେ ସେହି ବ୍ୟବସ୍ଥା କରାଯିବ ।

ଏହା ବି ପଢ଼ନ୍ତୁ | କୋଭିଡ୍ କଟକଣାକୁ ଫୁ କରି ସୁକିନ୍ଦା ତଦସିଲଦାର୍ନାଚିଲେ ନାଗୁଣୀ ନାଚ; ପୋଲିସ୍ମାମଲା ରୁଜୁ କଲା

ଘରୋଇ ଡାକ୍ତରଖାନାଙ୍କ ପାଇଁ କେନ୍ଦ୍ର ସରକାର ସ୍ଥିର କରିଥିବା ନୂଆ ଦର ଅନୁଯାୟୀ କୋଭିଶିଲ୍ଡ ଟିକାର (Covishield vaccine) ଡୋଜ୍‌ ପିଛା ଦାମ୍‌ ୭୮୦ ଟଙ୍କା (୬୦୦ ଟଙ୍କା ଟିକା ପାଇଁ + ୫% ଜି.ଏସ୍‌.ଟି. + ସର୍ଭିସ୍‌ ଚାର୍ଜ୍‌ ୧୫୦ ଟଙ୍କା) ହେବ । କୋଭାକ୍ସିନ୍‌ ଟିକାର (Covaxin) ଡୋଜ୍‌ ପିଛା ଦାମ୍‌ ୧,୪୧୦ ଟଙ୍କା (୧,୨୦୦ ଟଙ୍କା ଟିକା ପାଇଁ + ୬୦ ଟଙ୍କା ଜି.ଏସ୍‌.ଟି. + ୧୫୦ ଟଙ୍କା ସର୍ଭିସ୍‌ ଚାର୍ଜ) ହେବ । ରୁଷିଆରେ ନିର୍ମିତ ଟିକା ସ୍ପୁଟନିକ୍-ଭି’ର (Sputnik-V) ଦର ଘରୋଇ ଡାକ୍ତରଖାନା ପାଇଁ ଡୋଜ୍‌ ପିଛା ୧,୧୪୫ ଟଙ୍କା (୯୪୮ ଟଙ୍କା ଟିକା ପାଇଁ + ୪୭ ଟଙ୍କା ଜି.ଏସ୍‌.ଟି. + ୧୫୦ ଟଙ୍କା ସର୍ଭିସ୍‌ ଚାର୍ଜ) ସ୍ଥିର ହୋଇଛି ।

ଏହା ବି ପଢ଼ନ୍ତୁ | ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି COVID ପଜିଟିଭ୍ ହୋଇ ହସପିଟାଲରେ ଭର୍ତ୍ତି ହେଲେ

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ କହିଥିଲେ ଯେ ସାରା ଦେଶରେ କରୋନା ଟିକା ୧୮ ବର୍ଷରୁ ୪୪ ବର୍ଷ ବୟସର ଲୋକଙ୍କୁ ମାଗଣାରେ ଉପଲବ୍ଧ ହେବ । ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଏହା ସହ ଜଡି଼ତ ନିର୍ଦ୍ଦେଶାବଳୀ ସ୍ଥିର ହେବ । ଦେଶକୁ ସମ୍ବୋଧିତ କରି ମୋଦି ଏହା ବି କହିଥିଲେ ଯେ ସମସ୍ତଙ୍କ ପାଇଁ ଏହି ମାଗଣା ଟିକାକରଣ (vaccination) ଜୁନ୍ ୨୧ ତାରିଖରୁ ସାରା ଦେଶରେ ଆରମ୍ଭ ହୋଇପାରେ । ସେ କହିଥିଲେ ଯେ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କ ଟିକାକରଣ ପାଇଁ ରାଜ୍ୟ ସରକାରମାନଙ୍କୁ କିଛି ଖର୍ଚ୍ଚ କରିବାକୁ ପଡି଼ବ ନାହିଁ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ସୁବର୍ଣ୍ଣପୁର: ୧୦ ମାସର ପୁଅ ମରିଯିବାର ଦିନ ପରେ ବି ଗୁଣିଆ କଥାରେ ପଡ଼ି ଘରେ ରଖିଥିଲେ ବାପା-ମା

‘‘ଘରୋଇ ଡାକ୍ତରଖାନାଗୁଡ଼ିକ ଟିକାର ସ୍ଥିର ମୂଲ୍ୟ ପରେ ଗୋଟିଏ ଡୋଜ୍‌ ପାଇଁ ସର୍ବାଧିକ ୧୫୦ ଟଙ୍କା ସର୍ଭିସ୍‌ ଚାର୍ଜ୍‌ ଆଦାୟ କରିପାରିବେ । ଏହାର ତଦାରଖ କରିବାର କାର୍ଯ୍ୟ ରାଜ୍ୟ ସରକାରଙ୍କ ପାଖରେ ରହିବ,’’ ନିଜ ସମ୍ବୋଧନରେ କହିଥିଲେ ପ୍ରଧାନ ମନ୍ତ୍ରୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବାରିପଦା COVID ହସ୍ପିଟାଲରେ ଉଲଗ୍ନ ହୋଇ ପଡ଼ିଛନ୍ତି ରୋଗୀ; କେହି ଶୌଚାଳୟରେ କେହି କରିଡରରେ ପଡ଼ିଛି

ଘରୋଇ ହସପିଟାଲଗୁଡ଼ିକୁ ଟିକା ଦେବାର ଯୋଜନା ଉପରେ ବାମ ଦଳମାନେ (Left parties) ପ୍ରଶ୍ନ ଉଠାଇଛନ୍ତି । ଦେଶର ଅଗ୍ରଣୀ ବାମପନ୍ଥୀ ଦଳମାନେ ମଙ୍ଗଳବାର ଦିନ କହିଛନ୍ତି ଯେ ସରକାର ଘରୋଇ ଡାକ୍ତରଖାନାକୁ ୨୫ ପ୍ରତିଶତ ଟିକା ଆବଣ୍ଟନ କରିବା ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରିବା ଉଚିତ କାରଣ ଏହା ସାଧାରଣ ଲୋକଙ୍କୁ ଲୁଟିବା ପାଇଁ ସେମାନଙ୍କୁ ଏକ ଲାଇସେନ୍ସ ଦେବ ।



କେନ୍ଦ୍ର ସରକାରଙ୍କ ଏହି ଘୋଷଣା ଏପରି ସମୟରେ ଆସିଛି ଯେତେବେଳେ ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାରଙ୍କୁ କିଛି ଦିନ ପୂର୍ବରୁ ଦେଶର ଟିକାକରଣ ନୀତିର ସମୀକ୍ଷା କରିବାକୁ କହିଥିଲେ । ଦେଶର ସର୍ବୋଚ୍ଚ କୋର୍ଟ୍‌ କହିଥିଲେ ଯେ ରାଜ୍ୟ ସରକାର ଓ ଘରୋଇ ଡାକ୍ତରଖାନାଗୁଡ଼ିକୁ ୧୮ରୁ ୪୪ ବର୍ଷ ବୟସର ଲୋକଙ୍କଠାରୁ ଟିକା ପାଇଁ ଏକ ଶୁଳ୍କ ଆଦାୟ କରିବାକୁ ଅନୁମତି ଦେବା ‘‘ମନଇଚ୍ଛା କାମ ଓ ଅଯୌକ୍ତିକ’’ ।
Published by: Anand ST Das
First published: June 8, 2021, 11:02 PM IST