COVID ସ୍ଥିତି ଅନୁଧ୍ୟାନ ପାଇଁ ଓଡି଼ଶା ଆସିବ କେନ୍ଦୀୟ ଟିମ୍; ପ୍ରତିକାର ପାଇଁ ପରାମର୍ଶ ଦେବ

ରାଜ୍ୟରେ କରୋନା ସଂକ୍ରମଣର ଦ୍ବିତୀୟ ଲହରର ପ୍ରକୋପ କମିଆସିଲାଣି ଓ ଏହି ମାସର ମଧ୍ୟ ଭାଗରେ ସଂକ୍ରମଣ ଆହୁରି କମିଯିବ ବୋଲି କହିଛନ୍ତି ଓଡ଼ିଶାର ଡି.ଏମ୍.ଇ.ଟି. ଡଃ ସି.ବି.କେ. ମହାନ୍ତି ।

COVID ସ୍ଥିତି ଅନୁଧ୍ୟାନ ପାଇଁ ଓଡି଼ଶା ଆସିବ କେନ୍ଦୀୟ ଟିମ୍; ପ୍ରତିକାର ପାଇଁ ପରାମର୍ଶ ଦେବ
ସନ୍ଧ୍ୟାରେ ଭୁବନେଶ୍ୱରର ଏକ ରାସ୍ତାରେ ଲକଡାଉନ୍ ନିୟମ ପାଳନ କରାଉଛନ୍ତି ପୋଲିସ କର୍ମୀମାନେ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ କୋଭିଡ-୧୯ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଓଡି଼ଶା ଆସିବ ଏକ କେନ୍ଦୀୟ ଟିମ୍‌ । ପରିସ୍ଥିତିର ସମୀକ୍ଷା କରି ପ୍ରତିକାର ପାଇଁ ପରାମର୍ଶ ଦେବ ଏହି ଟିମ୍‌ । ଓଡି଼ଶା ଆସିବାକୁ ଥିବା କେନ୍ଦ୍ରୀୟ ଦଳର ନେତୃତ୍ୱ ନେବେ ଜନ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡଃ ଏ. ଡାନ୍‌ । ବର୍ଦ୍ଧିତ ସଂକ୍ରମଣକୁ ନଜରରେ ରଖି ଓଡ଼ିଶା ସମେତ ଛଅଟି ରାଜ୍ୟକୁ କେନ୍ଦ୍ର ସରକାର ଏକ ବିଶେଷଜ୍ଞ ଦଳ ପଠାଉଛନ୍ତି ।

ଓଡ଼ିଶାରେ ‘ବି’ ବର୍ଗରେ ଥିବା ଜିଲ୍ଲାଗୁଡ଼ିକରେ ସଂକ୍ରମଣରେ ବ୍ରେକ୍‌ ଲାଗୁନି । ଏହି ୧୦ଟି ଜିଲ୍ଲାରେ କାହିଁକି ନିୟନ୍ତ୍ରଣ ଭିତରକୁ ଆସୁନି ସଂକ୍ରମଣ ତା’ର କାରଣ ଖୋଜିବାକୁ ଏହି ବିଶେଷଜ୍ଞ ଟିମ୍‌ ଚେଷ୍ଟା କରିବ । ଦୁଇ ସଦସ୍ୟବିଶିଷ୍ଟ ଏହି ଉଚ୍ଚସ୍ତରୀୟ ଟିମରେ ଅଛନ୍ତି ଜଣେ ଡାକ୍ତର ଓ ଜଣେ ଜନ ସ୍ବାସ୍ଥ୍ୟ ବିଶେଷଜ୍ଞ । ଏହି ଟିମର ମୁଖ୍ୟ ହେଉଛନ୍ତି ଏ.ଆଇ.ଆଇ.ଏଚ୍‌. ଆଣ୍ଡ ପି.ଏଚ୍‌.ରେ ଜନ ସ୍ବାସ୍ଥ୍ୟ ବିଶେଷଜ୍ଞ ଥିବା ଡାକ୍ତର ଏ. ଡାନ୍‌।

ଏହା ବି ପଢ଼ନ୍ତୁ | ହାତରେ ଯଦି ଏମିତି ଚିହ୍ନ ଅଛି ତାହେଲେ ସାଧାରଣତଃ ପ୍ରେମିକ/ପ୍ରେମିକା ଠାରୁ ଧୋକା ମିଳେ

‘‘ରାଜ୍ୟରେ ଦ୍ବିତୀୟ ଲହରର ପ୍ରକୋପ କମିଆସିଲାଣି । ଜୁଲାଇ ମାସର ମଧ୍ୟ ଭାଗରେ ଆମେ ପହଞ୍ଚିବା ବେଳକୁ ସଂକ୍ରମଣ ଆହୁରି କମିଯିବ । ତେବେ ଲୋକେ ସଚେତନ ହେବା ସହ କୋଭିଡ଼ ନିୟମକୁ ମାନନ୍ତୁ । ନହେଲେ ସ୍ଥିତି ପୁଣି ପୁରୁଣା ଆତଙ୍କପୂର୍ଣ୍ଣ ସ୍ତରକୁ ଫେରିବ,’’ କହିଛନ୍ତି ଓଡ଼ିଶାର ଡି.ଏମ୍‌.ଇ.ଟି. ଡଃ ସି.ବି.କେ. ମହାନ୍ତି ।

ଏହା ବି ପଢ଼ନ୍ତୁ | Ladakh LAC Tension: ଲଦ୍ଦାଖ ସୀମାରେ ଚୀନ୍ ୫୦,୦୦୦ ସୈନିକ ଆଣି ରଖିଲା; ଭାରତ ବି ପ୍ରସ୍ତୁତ

କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ଅଧିକ ଥିବା କେରଳ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ଓଡ଼ିଶା, ଛତିଶଗଡ଼ ଓ ମଣିପୁର ଆଦି ରାଜ୍ୟକୁ କେନ୍ଦ୍ର ସରକାର ଉଚ୍ଚସ୍ତରୀୟ ଟିମ୍‌ ପଠାଉଛନ୍ତି । ଏହି କେନ୍ଦ୍ରୀୟ ଟିମ୍‌ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କର୍ତ୍ତୃପକ୍ଷମାନଙ୍କ ସହ ଆଲୋଚନା କରି କୋଭିଡ୍-୧୯ ମାମଲା ହ୍ରାସ କରିବାରେ ଆସୁଥିବା ଆହ୍ବାନ ଓ ସମ୍ମୁଖୀନ ହେବାକୁ ପଡୁଥିବା ସମସ୍ୟା ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରିବା ସହ ରାଜ୍ୟମାନଙ୍କୁ କିଛି ପରାମର୍ଶ ଦେବେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ସ୍ୱାମୀଙ୍କ ଠାରୁ ଅଲଗା ଏବେ ଗର୍ଭବତୀ: TMC ସାଂସଦ ନୁସ୍ରତ୍ ଜହାଁ ଶେୟାର୍ କଲେ ସୁନ୍ଦର ଫଟୋ

‘‘ଭୁବନେଶ୍ୱରରେ ସ୍ଥିତି ଏବେ ବି ଚିନ୍ତାଜନକ ରହିଛି । ଗ୍ରାମାଞ୍ଚଳ ନୁହେଁ, ସହରାଞ୍ଚଳ ପାଇଁ ଏବେ ବି ଖୋର୍ଦ୍ଧା ଜିଲ୍ଲାରେ ଲକଡାଉନ୍‌ ଜାରି ରହିଛି । ଭୁବନେଶ୍ୱରରେ ଅଧିକ ଯାତାୟାତ ହେଉଥିବାରୁ ଏଠି ସଂକ୍ରମଣ ଅଧିକ ରହୁଛି । ଗ୍ରାମାଞ୍ଚଳରେ ସଂକ୍ରମଣ କମିଗଲାଣି । ଆମେ ସର୍ଭେଲାନ୍ସକୁ ଗୁରୁତ୍ୱ ଦେଉଛୁ । ମୋବାଇଲ୍‌ ଟିମ୍‌ ଟେଷ୍ଟିଂକୁ ବଢ଼ାଯାଇଛି । ଡୋର୍‌ ଟୁ ଡୋର୍‌ ସର୍ଭେଲାନ୍ସ ସମୟରେ ଯାହାର ଲକ୍ଷଣ ଦେଖାଯାଉଛି ତା’ର ଟେଷ୍ଟିଂ କରାଯାଇ ହସ୍ପିଟାଲ୍‌ ପଠାଯାଉଛି । ପ୍ରତି ବ୍ଲକକୁ ତିନିରୁ ଚାରିଟି ମୋବାଇଲ୍‌ ଟିମ୍‌ ପଠାଯାଇଛି,’’ କହିଛନ୍ତି ଖୋର୍ଦ୍ଧା ସି .ଡି.ଏମ.ଓ. ଡଃ ବିଶ୍ବ ରଞ୍ଜନ ପତି ।

ଏହା ବି ପଢ଼ନ୍ତୁ | ଯଦି ଆପଣଙ୍କ ପାଖରେ ୭୮୬ ଅଙ୍କ ବିଶିଷ୍ଟ କୌଣସି ନୋଟ୍ ଅଛି ତାହେଲେ ଆପଣ ଲକ୍ଷପତି ହେବେ!

କେନ୍ଦ୍ରୀୟ ଟିମ୍‌ ଓଡ଼ିଶାରେ କୋଭିଡ୍-୧୯ ସଙ୍ଗତ ଆଚରଣ ଓ ତା’ର ଅନୁପାଳନ, ଡାକ୍ତରଖାନାରେ ଶଯ୍ୟା ଉପଲବ୍ଧତା, ଆମ୍ବୁଲାନ୍ସ୍‌, ଭେଣ୍ଟିଲେଟର୍‌ ଓ ମେଡିକାଲ୍‌ ଅକ୍ସିଜେନ୍‌ ଆଦିର ଯଥେଷ୍ଟ ସୁବିଧା ଓ ଟିକାକରଣ କଥା ମଧ୍ୟ ବୁଝିବ । ରାଜ୍ୟରେ ସଂକ୍ରମଣ କମିବା ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ ଜୁଲାଇ ଦ୍ବିତୀୟ ସପ୍ତାହ ସୁଦ୍ଧା ରାଜ୍ୟରେ ଏହା କମିଯିବ ବୋଲି ଆଶା କରାଯାଉଛି ।



କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୁଚନା ଅନୁସାରେ ଜୁନ୍‌ ୨୩ରୁ ୨୯ ତାରିଖ ମଧ୍ୟରେ ଦେଶରେ ୭୧ଟି ଜିଲ୍ଲାରେ ଟି.ପି.ଆର୍‌. ୧୦ ପ୍ରତିଶତ ଉପରେ ରହିଥିଲା । ସେଥି ମଧ୍ୟରୁ ଓଡ଼ିଶାର ଚାରିଟି ଜିଲ୍ଲା ରହିଥିଲେ ।
Published by: Anand ST Das
First published: July 2, 2021, 11:17 PM IST