କରୋନା ଭାଇରସ୍: କେନ୍ଦ୍ରୀୟ ଟିମ୍ କଟକ ବଡ଼ ମେଡିକାଲ ନିରୀକ୍ଷଣ କଲା; ପଦକ୍ଷେପରେ ସନ୍ତୁଷ୍ଟ

ଓଡିଶାରେ କରୋନା ଭାଇରସକୁ ନେଇ ସ୍ଥିତି ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି । ରାଜ୍ୟରେ ଏ ମାରାତ୍ମକ ଭୂତାଣୁର ଅଧିକ ସଶକ୍ତ ମୁକାବିଲା ପାଇଁ କେନ୍ଦ୍ରୀୟ ଟିମ୍ ସରକାରଙ୍କୁ କିଛି ପରାମର୍ଶ ଦେଇଛି । ହେଲେ ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ଏକ ରୋଗୀ ଚ଼ିହ୍ନଟ ହେବା ପରେ ଚ଼ିନ୍ତା କିଛି ବଢ଼ିଛି ।

କରୋନା ଭାଇରସ୍: କେନ୍ଦ୍ରୀୟ ଟିମ୍ କଟକ ବଡ଼ ମେଡିକାଲ ନିରୀକ୍ଷଣ କଲା; ପଦକ୍ଷେପରେ ସନ୍ତୁଷ୍ଟ
କଟକ ବଡ଼ ମେଡିକାଲ୍‌ରେ ଗତ ମାସ କେନ୍ଦ୍ରୀୟ ଟିମ୍‌ର ସଦସ୍ୟମାନେ ନୀରିକ୍ଷଣ କରୁଛନ୍ତି । (ଫାଇଲ୍‌ ଫଟୋ)
  • News18 Odia
  • Last Updated: February 7, 2020, 12:16 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଓଡିଶାରେ କରୋନା ଭାଇରସର ସ୍ଥିତି ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି, ହେଲେ ରାଜ୍ୟରୁ ଅନେକ ବ୍ୟକ୍ତି ଚ଼ୀନରେ କାର୍ଯ୍ୟ ଓ ଅଧ୍ୟୟନ କରୁଥିବାରୁ ଏବଂ ନିକଟରେ ସେଠାରୁ ଫେରିଥିବାରୁ ରାଜ୍ୟରେ ଏ ମାରାତ୍ମକ ଭୂତାଣୁର ମୁକାବିଲା ପାଇଁ ହୋଇଥିବା ପ୍ରସ୍ତୁତିକୁ ନୀରକ୍ଷଣ କରିଛି ଏକ ତିନିଜଣିଆ କେନ୍ଦ୍ରୀୟ ଟିମ୍‌ ।

ଏହି ଟିମ୍‌ ପ୍ରଥମେ ଭୁବନେଶ୍ବର ବିମାନ ବନ୍ଦର ସହ କ୍ୟାପିଟାଲ ହସପିଟାଲ ଓ ପରେ ଏସସବିରେ କରୋନାର ମୁକାବିଲା ପାଇଁ ହୋଇଥିବା ବ୍ୟବସ୍ଥାର ଅନୁଧ୍ୟାନ କରିଛି ।

“ଏସସିବି ସହ ରାଜ୍ୟର ଅନ୍ୟ ସ୍ଥାନଗୁଡିକରେ କରୋନା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ନେଇ ଆମେ ଖୁସି ଅଛୁ । ଏହା ସହ ଆଉ କିଛି ବ୍ୟବସ୍ଥା କରିବା ପାଇଁ ଆମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ପରାମର୍ଶ ଦେଇଛୁ,” କହିଛନ୍ତି କେନ୍ଦ୍ରୀୟ ଟିମର ସଦସ୍ୟ ଡାକ୍ତର ଶିଖା ବର୍ଦ୍ଧନ ।

ପୂର୍ବରୁ ଏସସିବିର କରୋନା ୱାର୍ଡରେ ଦୁଇ ଜଣ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଥିବା ବେଳେ ଗୁରୁବାର ସନ୍ଧ୍ୟା ସୁଦ୍ଧା ସେମାନଙ୍କ ସ୍ୱାବ୍ ଓ ରକ୍ତ ପରିକ୍ଷା ରିପୋର୍ଟ ଆସି ନ ଥିଲା ।

ହେଲେ କରୋନାକୁ ନେଇ ଚ଼ାରିଆଡେ ଭୟର ବାତରବଣ ସୃଷ୍ଟି ହୋଇଥିବା ବେଳେ ଏହି ଭୟକୁ ବୃଦ୍ଧି କରିଛି ସ୍ବାଇନ୍ ଫ୍ଲୁ । ଏସସିବି ମେଡିକାଲରେ ଜଣେ ସ୍ବାଇନ ଫ୍ଲୁ ରୋଗୀ ଭର୍ତ୍ତି ହେବା ପରେ ସତର୍କ ହୋଇଯାଇଛନ୍ତି ଏସସିବିର ଡାକ୍ତରୀ ଟିମ୍‌ ।

ସ୍ବାଇନ ଫ୍ଲୁ ରୋଗୀଜଣଙ୍କ ବୟସ ୩୦ ବର୍ଷ ଓ ଘର ଢେଙ୍କାନାଳ ଜିଲ୍ଲାରେ । ଗତ ୪ ତାରିଖରୁ ତାଙ୍କର ସ୍ବାବ ରିପୋର୍ଟ ପଜିଟିଭ୍‌ ଆସିବା ପରେ ତାଙ୍କୁ କରୋନା ଓ୍ବାର୍ଡର ଆଇସୋଲେସନ୍ ରୁମରେ ଭର୍ତ୍ତି କରାଯାଇଛି । ଗତ ୨ ତାରିଖ ଦିନ ସମ୍ପୃକ୍ତ ରୋଗୀ ଜଣଙ୍କୁ ଭୁବନେଶ୍ବର ଠାରେ ଥିବା ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ସେଠାରେ ତାଙ୍କର ସ୍ୱାବ୍‌ ରିପୋର୍ଟ ପଜିଡିଭ୍‌ ଆସିଥିଲା । ଏହା ପରେ ସେ ଏସସିବିରେ ଭର୍ତ୍ତି ହୋଇଛନ୍ତି ।

‘‘ସମ୍ପୃକ୍ତ ରୋଗୀଙ୍କୁ କରୋନା ଓ୍ବାର୍ଡର ଆଇସୋଲେସନ୍ ଓ୍ବାର୍ଡରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ସ୍ଥିର ରହିଛି । ତାଙ୍କୁ ଆବଶ୍ୟକୀୟ ଚିକିତ୍ସା ସୁବିଧା ଯେଗାଇ ଦିଆଯାଇଛି । ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କୁ ଘରକୁ ଡିସଚାର୍ଜ କରାଯିବ,” କହିଛନ୍ତି ଏସସିବିର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ।

ଦୁଇ ଦୁଇଟି ସଂକ୍ରାମକ ଓ ମାରାତ୍ମକ ରୋଗର ସନ୍ଦିଗ୍ଧ ଏବଂ ଆକ୍ରାନ୍ତ ରୋଗୀ ଭର୍ତ୍ତି ହେବା ପରେ ଏସସିବିର ସ୍ଥିତି ମଧ୍ୟ ଗମ୍ଭୀର ରହିଛି । ଗୋଟିଏ କୋଠାରେ ଚକ୍ଷୁ ବିଭାଗ ଏବଂ ଓପିଡି ବା ବର୍ହି ବିଭାଗ ସହ କରୋନା ୱାର୍ଡ ରହିଛି । କେବଳ ଓପିଡିକୁ ଦୈନିକ ୩,୦୦୦ ରୁ ୪,୦୦୦ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଆସୁଛନ୍ତି । ସେଠାକୁ ଆସୁଥିବା ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଇଛନ୍ତି ଏସସିବି କତ୍ତୃପକ୍ଷ ।

‘‘ସମସ୍ତେ ମାସ୍କ ପିନ୍ଧିବା ନିହାତି ଦରକାର । ଏ ପର୍ଯ୍ୟନ୍ତ ଓଡିଶାରେ ଏହି ରୋଗ ଚିନ୍ତାଜନକ ସ୍ଥିତିରେ ପହଞ୍ଚି ନ ଥିଲେ ମଧ୍ୟ ଏଥି ପ୍ରତି ଏବେ ଠାରୁ ସତର୍କ ହେବା ନିହାତି ଜରୁରୀ,” କହିଛନ୍ତି ଏସସିବି ଓପିଡିକୁ ମାସ୍କ ପିନ୍ଧି ଆସିଥିବା ଚିତ୍ତରଞ୍ଜନ ବେହେରା ।
First published: February 7, 2020, 12:16 AM IST